ହରଦୀପ୍ ସିଂହ ନିଜ୍ଜର ହତ୍ୟା ମାମଲା; କାନାଡ଼ାରେ ଗିରଫ ଅଭିଯୁକ୍ତ ଭାରତ ଉପରେ ଲଗାଇଲେ ଅଭିଯୋଗ

Published By : Prameya-News7 Bureau | May 04, 2024 IST

ନୂଆଦିଲ୍ଲୀ: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜର ହତ୍ୟା ମାମଲାରେ କାନାଡ଼ା ପୋଲିସର ହିଟ୍ ସ୍କ୍ବାଡ୍ ୩ଜଣଙ୍କୁ ଗିରଫ କରିଛି । ତେବେ ଯାଞ୍ଚ ଅଧିକାରୀ ଅଭିଯୋଗ ଆଣିଛନ୍ତି ଯେ, ଏହି ମାମଲାରେ ସରକାରଙ୍କ ସମ୍ପୃକ୍ତି ରହିଛି । ହରଦୀପ ସିଂହ ନିଜ୍ଜରକୁ ହତ୍ୟା ପାଇଁ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଦାୟିତ୍ବ ଦିଆଯାଇଥିଲା । 

ଗତ ବର୍ଷ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟୁଡ୍ରୋ, ନିଜର ହତ୍ୟା ନେଇ ଭାରତକୁ ଦାୟି କରିଥିଲେ । ଖଲିସ୍ତାନୀ ଅତଙ୍କୀ ହତ୍ୟା ଘଟଣା ଭାରତୀୟ ଏଜେଣ୍ଟଙ୍କ ହାତ ଥିବା ଅଭିଯୋଗ କରିଥିଲେ । ଏହା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା ।  କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗକୁ ଭାରତ ସରକାର ଖଣ୍ଡନ କରିବା ସହିତ ଏଥିରେ କୌଣସି ସତ୍ୟତା ନାହଁ ବୋଲି କହିଥିଲେ । 

ସିବିଟି ନ୍ୟୁଜ୍ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ କହିଛି, ନିଜ୍ଜର ହତ୍ୟା ମାମଲାରେ କାନାଡ଼ା ପୋଲିସ ୩ଜଣଙ୍କୁ ଗିରଫ କରିଛି । ପୋଲିସ ଅଦାଲତରେ ଉପସ୍ଥାପନ କରିଥିବା କାଗଜପତ୍ରରୁ ଜଣାପଡ଼ିଛି ଯେ କରଣପ୍ରୀତ୍ ସିଂହ, କମଲପ୍ରୀତ୍ ସିଂହ ଏବଂ କରଣ ବରାରଙ୍କ ଉପରେ ହତ୍ୟା ଏବଂ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚିଥିବା ନେଇ ଅଭିଯୋଗ ହୋଇଛି । ହରଦୀପ୍ ସିଂହ ନିଜ୍ଜରକକୁ  ୨୦୨୩ ଜୁନ ୧୮ ତାରିଖରେ ବ୍ରିଟିଶ କଲମ୍ବିଆରେ ଥିବା ଏକ ଗୁରୁଦ୍ବାରା ବାହାରେ ଗୁଳି ମାରି ହତ୍ୟା କରାଯାଇଥିଲା । ଏହା ପରେ କାନାଡ଼ା ଓ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହେବାରେ ଲାଗିଥିଲା । ନିଜ୍ଜର ହତ୍ୟାରେ ଭାରତୀୟ ଏଜେଣ୍ଟଙ୍କ ସଂପୃକ୍ତି ଥିବା କାନାଡ଼ା ଅଭିଯୋଗ କରିଥିଲେ । 

 

  • India-canada
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.