LIVE TV

ସରପଞ୍ଚଙ୍କ ବିରୋଧରେ ଆସିଛି ଅନାସ୍ଥା ପ୍ରସ୍ତାବ, ତାପୂର୍ବରୁ ଓ୍ୱାର୍ଡ ମେମ୍ବର ଅପହରଣ !

NEWS7
cait-write-to-ed-to-take-strict-against-amazon

ଯାଜପୁର ୦୨।୧୦ : ଓ୍ୱାର୍ଡ ମେମ୍ବର ଅପହରଣ । ଯାଜପୁର ବିଞ୍ଝାରପୁର ରଣପୁରର ଜଣେ ଓ୍ୱାର୍ଡ ମେମ୍ବର ଅପହରଣ ହୋଇଥିବା ଅଭିଯୋଗ । ବିଞ୍ଝାରପୁର ଥାନାରେ ଲିଖିତ ଭାବେ ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ, ବିଞ୍ଝାରପୁର ରଣପୁର ସରପଞ୍ଚଙ୍କ ବିରୋଧ ଆସିଛି ଅନାସ୍ଥା ପ୍ରସ୍ତାବ । ଆସନ୍ତା ୮ ତାରିଖରେ ଅନାସ୍ଥା ପ୍ରସ୍ତାବ ନେଇ ଭୋଟ ହୋଇଥାନ୍ତା । ହେଲେ ଏହାପୂର୍ବରୁ ପଞ୍ଚାୟତରୁ ଆସିଛି ସଙ୍ଗୀନ ଅଭିଯୋଗ । ୩ ନମ୍ବର ଓ୍ୱାର୍ଡ ମେମ୍ବର ଧନେଶ୍ବର ସେଠୀଙ୍କ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ସ୍ୱାମୀଙ୍କୁ ଅଜୟ ସାହୁ ଓ ଗୋବିନ୍ଦ ସାହୁ ଅପହରଣ କରିନେଇଥିବା ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପତ୍ନୀ ପୁଷ୍ପଲତା ସେଠୀ । ଥାନାରେ ଅଭିଯୋଗ ପରେ ବର୍ତ୍ତମାନ ଯାଏଁ କୌଣସି ପତ୍ତା ମିଳିନାହିଁ ।