ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମା’ ! ଉଦ୍ଧାର କରି ପୋଲିସର ଜିମାଦେଲେ ସାହି ବାସିନ୍ଦା

NEWS7
cabinet-committee-on-security-meeting-over-pulwama-attack-concludes

ଜୟପୁର ୧୪।୧୨: ନାବାଳିକା ଝିଅକୁ ବଳି ଦେବାକୁ ଉଦ୍ୟମ କରୁଥିଲା ମା’ ! ଝିଅକୁ ଉଦ୍ଧାର କରି ପୋଲିସର ଜିମା ଦେଲେ ସାହି ବାସିନ୍ଦା ।ଏଭଳି ଅଭିଯୋଗ ଆସିଛି ଜୟପୁର ସହରର ଲିଙ୍ଗରାଜ ନଗରରେ । ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିଛି ।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଜଣେ ବିଧବା ମହିଳା ଏଠାରେ ନିଜର ୨ ପୁଅ ଓ ଝିଅ ସହ ରହୁଥିଲେ । କିଛି ଦିନ ହେଲା ସେ ନିଜ ଘରେ ତନ୍ତ୍ର ସାଧନା କରି ଆସୁଥିଲେ । ତାଙ୍କର ଆଚରଣ ଅନେକ ସମୟରେ ଅସ୍ବାଭାବିକ ରହୁଥିଲା । ତେବେ ରବିବାର ତାଙ୍କର ବଡ ଝିଅ ଘର ଭିତରୁ ଜୋରରେ ଚିତ୍କାର କରୁଥିବା ସ୍ଥାନୀୟ ଲୋକ ଶୁଣିଥିଲେ । ଏହାପରେ ସମସ୍ତେ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଦେଖିଥିଲେ ଯେ ମହିଳା ଜଣଙ୍କ ନିଜ ଝିଅକୁ ନିଜ ଘରେ ବଳି ଦେବା ପାଇଁ ଉଦ୍ୟମ କରୁଛନ୍ତି । ନିକଟରେ କାଳୀ ମାଙ୍କ ଫଟୋ ସହ କାତି ଓ ଚାଉଳ ପଡିଛି । ତୁରନ୍ତ ସାହି ବାସିନ୍ଦା ସେଠାରେ ପହଞ୍ଚି ଝିଅକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ତେବେ ମା’ କାଳୀ ମାଙ୍କ ସାଧନା କରୁଥିବା ବେଳେ ଝିଅ ଚର୍ଚ୍ଚ ଯାଉଥିଲେ । ଏହାକୁ ମା’ ବିରୋଧ କରୁଥିଲେ । ଏହି କାରଣରୁ ସେ ଝିଅକୁ ବଳି ଦେବାକୁ ଉଦ୍ୟମ କରିଥାଇ ପାରନ୍ତି ବୋଲି ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।