LIVE TV

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା : ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ ?

NEWS7
but-for-rs-20-the-young-man-was-burnt-alive-by-the-liquor-store

ଭୁବନେଶ୍ବର ୧୦: ରାଜ୍ୟ ବିଜେପିର ନୂଆ ଟିମ୍‌ ଘୋଷଣା ହୋଇଛି । ୧୦ ଜଣ ଉପସଭାପତି, ୪ ଜଣ ସାଧାରଣ ସମ୍ପାଦକଙ୍କ ନାଁ ଘୋଷଣା କରାଯାଇଛି । ସେହିଭଳି ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଏବଂ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାଁ ମଧ୍ୟ ଘୋଷଣା କରାଯାଇଛି । ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ.ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ ଗୋୟଲ, ବିଷ୍ଣୁ ଦାସ । ସେହିଭଳି ସାଧାରଣ ସମ୍ପାଦକ ତାଲିକାରେ ବିରଞ୍ଚି ତ୍ରିପାଠୀ, ଶାରଦା ପ୍ରସାଦ ଶତପଥୀ, ସୀମାଞ୍ଚଳ ଖଟେଇ, ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକ ରହିଛି ।

ସମ୍ପାଦକ ହେଲେ ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଂସଦା, ମମତା ସିଂ, ପୃଥ୍ବୀରାଜ ମହାପାତ୍ର, ସ୍ମିତା ପ୍ରଧାନ । ସେହିଭଳି କୋଷାଧ୍ୟକ୍ଷ ଦାୟିତ୍ବରେ ଅଜୟ ଅଗ୍ରୱାଲ ଏବଂ ଯୁଗ୍ମ କୋଷାଧ୍ୟକ୍ଷ ଦାୟିତ୍ବରେ ଦିବାକର ହରିଚନ୍ଦନ ରହିଛନ୍ତି ।​​​​​​​​​​​​​​

​​​​​