କିଏ ସେହି ପ୍ରିୟା ଅଗ୍ରୱାଲ ହେବ୍ବର ? ଯିଏ ସମ୍ଭାଳିବେ ୩୫ ହଜାର କୋଟି ଟଙ୍କାର ସାମ୍ରାଜ୍ୟ ?

NEWS7
bus-auto-taxi-services-will-resume-from-tomorrow-in-odisha

ନୂଆଦିଲ୍ଲୀ ୦୯।୦୧;  ଦେଶର ପ୍ରତିଷ୍ଠିତ ଶିଳ୍ପପତି ତଥା ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପାଇଁ ୨୦୨୬ ଦୁଃଖ ଦାୟକ ଥିଲା । କାହିଁକି ନା ବର୍ଷ ଆରମ୍ଭରୁ ଦୁଃଖର ପାହାଡ ଖସି ପଡିଛି। ତାଙ୍କର ୪୯ ବର୍ଷୀୟ ପୁଅ ଅଗ୍ନିବେଶ ଅଗ୍ରୱାଲଙ୍କ ଦେହାନ୍ତ ସମଗ୍ର ପରିବାରକୁ ଶକ୍ତ ଝଟକା ଦେଇଛି । ଆମେରିକାରେ ଚିକିତ୍ସିତ ହେଉଥିବା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ପରେ ଏବେ ସମସ୍ତଙ୍କ ନଜର ବେଦାନ୍ତ ଗ୍ରୁପର ଉତ୍ତରାଧିକାରୀ ଉପରେ ରହିଛି । ଅନିଲ ଅଗ୍ରୱାଲଙ୍କ ପରିବାର ବେଶ୍ ଜଣାଶୁଣା । ଏକ ସାଧାରଣ ବ୍ୟବସାୟରୁ ନିଜର ଜୀବନ ଆରମ୍ଭ କରିଥିବା ଅନିଲ ଅଗ୍ରୱାଲ, ୧୯୭୬ରେ ବେଦାନ୍ତ ଗ୍ରୁପର ମୂଳଦୁଆ ପକାଇଥିଲେ । ଆଜି ତାଙ୍କର ବ୍ୟବସାୟ କ୍ଷେତ୍ର ବିଶ୍ୱସ୍ତରରେ ବ୍ୟାପିଛି । ଫୋର୍ବସ ଅନୁଯାୟୀ, ଅଗ୍ରୱାଲ ପରିବାରର ମୋଟ ସମ୍ପତ୍ତି ପ୍ରାୟ ୩୫,୦୦୦ କୋଟି ଟଙ୍କା ।

ଅଗ୍ନିବେଶ ଅଗ୍ରୱାଲ ବ୍ୟବସାୟିକ ଦୁନିଆରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ସେ 'ଫୁଜୈରା ଗୋଲ୍ଡ'ର ପ୍ରତିଷ୍ଠାତା ଥିବା ସହ ହିନ୍ଦୁସ୍ତାନ ଜିଙ୍କ୍ର ଅଧ୍ୟକ୍ଷ ମଧ୍ୟ ଥିଲେ । ତାଙ୍କର ଦେହାନ୍ତ ପରେ ଏବେ ସମସ୍ତ ଦାୟିତ୍ୱ ଝିଅ ପ୍ରିୟା ଅଗ୍ରୱାଲଙ୍କ କାନ୍ଧକୁ ଆସିବାକୁ ଯାଉଛି । ପ୍ରିୟା ବର୍ତ୍ତମାନ ବେଦାନ୍ତ ଏବଂ ହିନ୍ଦୁସ୍ତାନ ଜିଙ୍କ୍ର ବୋର୍ଡ ସଦସ୍ୟା ଅଛନ୍ତି ଏବଂ ହିନ୍ଦୁସ୍ତାନ ଜିଙ୍କ୍ର ଚେୟାରପର୍ସନ ଭାବେ ବଡ଼ ଦାୟିତ୍ୱ ତୁଲାଉଛନ୍ତି । ଆଗାମୀ ଦିନରେ ସେ ବେଦାନ୍ତ ଗ୍ରୁପର ମୁଖ୍ୟ ଭୂମିକାରେ ନଜର ଆସିପାରନ୍ତି ।

ଅନିଲ ଅଗ୍ରୱାଲ ନିଜ ସମ୍ପତ୍ତିର ୭୫ ପ୍ରତିଶତ ସମାଜ ସେବା ପାଇଁ ଦାନ କରିବାକୁ ସଂକଳ୍ପ ନେଇଛନ୍ତି । ପୁଅର ମୃତ୍ୟୁ ପରେ ସେ ଭାବୁକ ହୋଇ କହିଛନ୍ତି ଯେ, ଅଗ୍ନିବେଶଙ୍କ ସ୍ୱପ୍ନ ଥିଲା ଦେଶର କୌଣସି ପିଲା ଯେପରି ଭୋକିଲା ନ ରୁହେ ଏବଂ ସମସ୍ତେ ରୋଜଗାର କରନ୍ତୁ । ଏବେ ଏହି ଲକ୍ଷ୍ୟ ଏବଂ ସମାଜସେବା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଗ୍ରୱାଲ ପରିବାର ପ୍ରତିଶ୍ରୁତିବଦ୍ଧ । ପୁଅର ଯିବା ପରେ ଭାରତକୁ ଆତ୍ମନିର୍ଭର କରିବା ମିଶନରେ ସେ ତାଙ୍କ ଝିଅ ପ୍ରିୟାଙ୍କ ସହ ଆଗକୁ ବଢ଼ିବେ ।