LIVE TV

ଗାଁ ନିକଟ ଜଙ୍ଗଲରେ ମହାବଳ ବାଘ ବୁଲୁଛି, ଲୋକେ ଆତଙ୍କିତ

NEWS7
bus-accident-3

କରଞ୍ଜିଆ ୩୦/୧୦: ବୁଲୁଛି ମହାବଳ ବାଘ । ଗାଁ ନିକଟ ଜଙ୍ଗଲରେ ବାଘ ବୁଲୁଥିବାରୁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଦୁଇ ପଞ୍ଚାୟତ ବାସୀ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ଠାକୁରମୁଣ୍ଡା ରେଞ୍ଜ କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲରେ ଗ୍ରାମବାସୀମାନେ ମହାବଳ ବାଘ ବୁଲୁଥିବାର ଦେଖିବାକୁ ପାଇଥିଲେ ।

ମହାବଳ ବାଘ ଆସିଥିବାର ଖବର ପ୍ରଚାର ହେବା ପରେ ହାତୀଗୋଡା ଓ ସାଲେଇବେଡା ପଞ୍ଚାୟତର ଆଖ ପାଖ ଗ୍ରାମ ଗୁଡିକରେ କୋକୁଆ ଭୟ ଖେଳିଯାଇଥିଲା । ମହାବଳ ବାଘ ବୋଲି ବନବିଭାଗ ଚିହ୍ନଟ କଲାପରେ ଜଙ୍ଗଲକୁ ନଯିବା ସହ ଗୃହପାଳିତ ପଶୁମାନଙ୍କୁ ମଧ୍ୟ ଜଙ୍ଗଲକୁ ନଛାଡିବା ପାଇଁ କାଳିଆଜିଆଣୀ ଏବଂ ନିକଟସ୍ଥ ଗାଁ ଗୁଡିକୁ ଯାଇ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରୁଛି ବନବିଭାଗ ।