ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ମେଡିକାଲରେ ଭର୍ତ୍ତି

NEWS7
burla-police-took-accused-of-simran-murder-case-dhruvraj-sauna-for-2-days-remain

ମୋହନା ୦୩।୦୨ : ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ।ଗଜପତି ଜିଲ୍ଲା ମୋହନା ଥାନାର ଚାନ୍ଦିପୁଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ହୋଇଛି l ଯେଉଁଥିରେ ଜଣେ ବିଜେପି ନେତାଙ୍କ ମାଆଙ୍କ ସହିତ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଗୋଟିଏ ଗୋଷ୍ଠୀର ଶତାଧିକ ବ୍ୟକ୍ତି ଠେଙ୍ଗା, ମାରଣାସ୍ତ୍ର ଧରି ଚାନ୍ଦିପୁଟ ବଜାରରେ ଉତ୍ତେଜନା ସୃଷ୍ଟି କରିବା ସହ ଜଣେ ବିଜେପି ନେତାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି l ଏହି ଆକ୍ରମଣରେ ବିଜେପି ନେତାଙ୍କ ମାଆ ଆହତ ହୋଇଥିବା ବେଳେ ଗାଁରେ ଉତ୍ତେଜନା ଲାଗି ରହିଛି l ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ ଯୋଗୁଁ ୧୦ ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି l ଏମାନଙ୍କୁ ଚିକିତ୍ସା ପାଇଁ ଚନ୍ଦ୍ରଗିରି ଓ ମୋହନା ମେଡିକାଲ ରେ ଭର୍ତ୍ତି କରାଯାଇଛି l ଗାଁରେ ଏବେ ଚାପl ଉତ୍ତେଜନା ଲାଗି ରହିଥିବାରୁ ସ୍ଥିତି ଉପରେ କଡା ନଜର ରଖିଛି ପୋଲିସ l