ଫେବୃଆରୀ ୨୬ରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି, ECI ଜାରି କଲେ ନୋଟିଫିକେସନ

NEWS7
bull-was-roaming-the-roof-and-rescue-by-fireman

ଭୁବନେଶ୍ୱର ୧୮/୦୨: ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ । ନିର୍ବାଚନ ନେଇ ପ୍ରେସ୍ନୋଟ୍ ଜାରି କଲେ ECI । ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଓଡ଼ିଶାର ୪ ଆସନ ପାଇଁ ହେବ ନିର୍ବାଚନ । ଫେବୃଆରୀ ୨୬ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ମାର୍ଚ୍ଚ ୫ ନାମାଙ୍କନ ଦାଖଲର ଶେଷ ତାରିଖ, ୬ରେ ଯାଞ୍ଚ ।

​​​​​​​​​​​​​​​​​​​​​

ମାର୍ଚ୍ଚ ୯ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମାର୍ଚ୍ଚ ୧୬ ତାରିଖ ସକାଳ ୯ରୁ ଅପରାହ୍ଣ ୪ ଯାଏଁ ଭୋଟ୍ ଗ୍ରହଣ । ଅପରାହ୍ଣ ୫ଟାରେ ହେବ ଭୋଟ୍ ଗଣତି । ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ସରୁଛି । ମମତା ମହାନ୍ତ, ମୁନା ଖାନ୍, ସୁଜିତ୍ କୁମାର, ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ସରୁଛି । 

ଏପ୍ରିଲରେ ୧୦ ରାଜ୍ୟର ୩୭ ରାଜ୍ୟସଭା ଆସନ ଖାଲି ହେବାକୁ ଯାଉଛି । ଏହି ଖାଲି ଆସନଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ରର ୭ଟି, ଓଡ଼ିଶାରେ ୪ଟି, ତାମିଲନାଡୁରେ ୬ଟି, ପଶ୍ଚିମବଙ୍ଗରେ ୫ଟି, ତେଲେଙ୍ଗାନାର ୨ଟି, ଆସାମର ୩ଟି, ବିହାରର ୬ଟି, ଛତିଶଗଡ଼ର ୨ଟି, ହରିୟାଣାର ୨ଟି ଆସନ, ହିମାଚଳ ପ୍ରଦେଶର ଗୋଟିଏ ଆସନ ରହିଛି ।

ସେପଟେ ବହୁ ପୂର୍ବରୁ ​​​​​​​ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଖାଲି ହେବାକୁ ଥିବା ୪ଟି ଆସନରୁ ୩ଟି ଆସନକୁ ବେଶ ସହଜରେ ଭାଗବାଣ୍ଟି ନେବେ ଉଭୟ ବିଜେପି ଓ ବିଜେଡି । ହେଲେ ଚତୁର୍ଥ ଆସନ ପାଇଁ ରୋଚକ ହେବ ଓଡ଼ିଶା ରାଜନୀତି। ସଂଖ୍ୟା ନଥାଇ କଂଗ୍ରେସ ରାଜ୍ୟସଭା ଲଢେଇରେ ଏଣ୍ଟ୍ରି ମାରିବାକୁ ମନସ୍ଥ କରିଥିବାରୁ ଚତୁର୍ଥ ଆସନ କିଏ ଦଖଲ କରିବ ତାହା ସବୁଠୁ ବଡ ପ୍ରଶ୍ନ । ରାଜ୍ୟ ରାଜନୀତି ଦେଖିପାରେ ନୂଆ ସମୀକରଣକୁ ନେଇ ଚର୍ଚ୍ଚା ଧରିଛି ।