Bharat Taxi: ଓଲା-ଉବେରକୁ ମିଳିବ ଟକ୍କର: ସରକାରୀ କ୍ୟାବ୍ ସର୍ଭିସ୍ ଭାରତ ଟ୍ୟାକ୍ସି ଲଞ୍ଚ, ଡ୍ରାଇଭର ଓ ଯାତ୍ରୀ ଉଭୟଙ୍କୁ ଫାଇଦା

NEWS7
bsnl-launched-new-stv-of-rupees-247

ନୂଆଦିଲ୍ଲୀ: Bharat Taxi, ଲଞ୍ଚ ହେଲା ଦେଶର ପ୍ରଥମ ସମବାୟ କ୍ୟାବ ଟ୍ୟାକ୍ସି ସେବା ଭାରତ ଟ୍ୟାକ୍ସି। ଦୁଇ ମାସର ସଫଳ ପାଇଲଟ୍ ପରୀକ୍ଷଣ ପରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 'ଭାରତ ଟ୍ୟାକ୍ସି'ର ଶୁଭାରମ୍ଭ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ଦିଲ୍ଲୀ ଏବଂ ଗୁଜରାଟର କିଛି ସହରରେ କାର୍ଯ୍ୟ ଆରମ୍ଭ କରିଛି। ଆଗାମୀ ଦୁଇରୁ ତିନି ବର୍ଷ ମଧ୍ୟରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସେବା ଆରମ୍ଭ କରାଯିବ। ଗୃହମନ୍ତ୍ରୀ ଦିଲ୍ଲୀରେ ଭାରତ ଟ୍ୟାକ୍ସି ଆପ୍ ଲଞ୍ଚ କରିଛନ୍ତି।

ଲଞ୍ଚ ବେଳେ ଶାହ କହିଛନ୍ତି "ତିନି ବର୍ଷ ମଧ୍ୟରେ, ଭାରତ ଟ୍ୟାକ୍ସି ସାରା ଦେଶରେ, କାଶ୍ମୀରରୁ କନ୍ୟାକୁମାରୀ ଏବଂ ଦ୍ୱାରକାରୁ କାମାକ୍ଷା ପର୍ଯ୍ୟନ୍ତ ଆରମ୍ଭ ହେବ। ଏହି ସେବାର ସବୁଠାରୁ ବଡ଼ ବିଶେଷତ୍ୱ ହେଲା ଡ୍ରାଇଭରମାନଙ୍କଠାରୁ କୌଣସି କମିଶନ ନିଆଯିବ ନାହିଁ, ଏବଂ ସେମାନେ ନିଜେ ଏହି ପ୍ଲାଟଫର୍ମର ଅଂଶୀଦାର କିମ୍ବା ମାଲିକ ହେବେ। ଏହା ବାଦ୍ ପିକ୍ ଆୱାରରେ ୟୁଜରମାନଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ ନାହିଁ। ଭାରତ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ପ୍ରାଇଭେଟ୍ ଏଗ୍ରିଗେଟର ମଡେଲରୁ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛି।"

ପଢ଼ନ୍ତୁ- india-us trade deal: ସତରେ କ’ଣ ଟ୍ରମ୍ପଙ୍କ ସର୍ତ୍ତରେ ରାଜି ହୋଇଗଲା ଭାରତ?ବାଣିଜ୍ୟ ଚୁକ୍ତିରେ ସାଲିସ୍ କରି ନାହାନ୍ତି ତ ମୋଦୀ ସରକାର?ଆଉ ୫ ଦିନ ପରେ ଖୁଲାସା!

ଭାରତ ଟ୍ୟାକ୍ସି ସପୂର୍ଣ୍ଣ ରୂପେ ଆରମ୍ଭ କରିବା ପୂର୍ବରୁ ଏହାର ପ୍ରାରମ୍ଭିକ ପରୀକ୍ଷଣ କରାଯାଇଥିଲା। ଡିସେମ୍ବର ୨ ତାରିଖରେ ଦିଲ୍ଲୀ ଏବଂ ଗୁଜରାଟର ରାଜକୋଟରେ ଏହାର ପାଇଲଟ ଡ୍ରାଇଭିଂ ଚାଲିଥିଲା। ଏହା ସଫଳ ହେବା ପରେ ସରକାର ଏହାକୁ କିଛି ଜାଗାରେ ଲାଗୁ କରିଛନ୍ତି।

ରିଟାୟର୍‌ମେଣ୍ଟ ସେଭିଂ ଏବଂ ଡ୍ରାଇଭର ସପୋର୍ଟ ସିଷ୍ଟମ ମିଳିବ

ଟ୍ୟାକ୍ସି ସେବାର ଶୁଭାରମ୍ଭ ସମୟରେ ଅମିତ ଶାହ ଆପ୍ ପରୀକ୍ଷଣ ସମୟରେ ଭଲ ପ୍ରଦର୍ଶନ କରିଥିବା ୬ ଜଣ ଡ୍ରାଇଭର, ଯ।ହାଙ୍କୁ ସାରଥି କୁହାଯାଉଛି, ସେମାନଙ୍କୁ ସମ୍ମାନିତ କରିଥିଲେ। ଏହି ଡ୍ରାଇଭରମାନଙ୍କୁ କମ୍ପାନୀ ସେୟାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସମ୍ମାନିତ ଡ୍ରାଇଭରମାନଙ୍କୁ ₹୫ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା କଭରେଜ୍ ଏବଂ ₹୫ ଲକ୍ଷ ଟଙ୍କାର ପରିବାର ସ୍ୱାସ୍ଥ୍ୟ ବୀମା କଭରେଜ୍ ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ବାଦ୍, ପ୍ଲାଟଫର୍ମରେ ଯୋଗଦାନ କରୁଥିବା ସମସ୍ତ ଡ୍ରାଇଭରଙ୍କ ପାଇଁ ରିଟାୟରମେଣ୍ଟ ସେଭିଂ ଏବଂ ଡ୍ରାଇଭର ସପୋର୍ଟ ସିଷ୍ଟମ ଭଳି ସୁବିଧା ମଧ୍ୟ ଦିଆଯାଇଥିଲା।

ଜିରୋ କମିଶନ ଓ ମୂଲ୍ୟ ବୃଦ୍ଧିରୁ ଆଶ୍ୱସ୍ତି

ଓଲା, ଉବର ଭଳି ଘରୋଇ କମ୍ପାନୀଗୁଡ଼ିକ ସାଧାରଣତଃ ଡ୍ରାଇଭରମାନଙ୍କଠାରୁ ସେମାନଙ୍କ ରୋଜଗାର ଉପରେ ୨୦% ରୁ ୩୦% କମିଶନ ଆଦାୟ କରନ୍ତି। ହେଲେ ଭାରତ ଟ୍ୟାକ୍ସି ସେମିତି କିଛି ନାହିଁ। ଏହା ଜିରୋ କମିସନ୍ ମଡେଲରେ କାର୍ଯ୍ୟ କରିବ। ଅର୍ଥାତ୍ ଜଣେ ଡ୍ରାଇଭର ଯାହା ରୋଜଗାର କରିବେ ତାହା ସିଧାସଳଖ ସେମାନଙ୍କ ପାଖକୁ ଯିବ।  ଏଥିସହିତ ଗ୍ରାହକମାନଙ୍କ ପାଇଁ କୌଣସି ସର୍ଜ ପ୍ରାଇସିଂ (ପିକ୍ ଆୱାରରେ ଅଧିକ ଭଡ଼) ସିଷ୍ଟମ ରହିବ ନାହିଁ। ଫଳରେ ଯାତ୍ରୀ ସୁଲଭ ମୂଲ୍ୟରେ ଟ୍ୟାକ୍ସି ଭଡ଼ା ପାଇପାରିବେ।

ଆଗାମୀ ଦୁଇ ବର୍ଷ ମଧ୍ୟରେ ସମସ୍ତ ରାଜ୍ୟ ଏବଂ ପ୍ରମୁଖ ସହରରେ ଭାରତ ଟ୍ୟାକ୍ସି ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାକୁ ସରକାରଙ୍କ ଡିଜିଟାଲ୍ ପବ୍ଲିକ୍ ଇନଫ୍ରାଷ୍ଟ୍ରକ୍ଚର (DPI) ସହିତ ସମନ୍ୱିତ କରାଯିବ। ଦିଲ୍ଲୀର ୭ଟି ପ୍ରମୁଖ ସ୍ଥାନରେ ଡ୍ରାଇଭରମାନଙ୍କ ପାଇଁ ସହାୟତା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା କରାଯାଇଛି।

ପଢ଼ନ୍ତୁ- ଆଗାମୀ ଦୁଇରୁ ତିନି ଦଶନ୍ଧି ମଧ୍ୟରେ ଭାରତ ୩୦ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ ହେବ: ମୁକେଶ ଅମ୍ବାନୀ

କିଏ ଚଲାଇବେ ଭାରତ ଟ୍ୟାକ୍ସି?

ଏହା ଏକ ସବସ୍କ୍ରିପସନ୍-ଆଧାରିତ ମଡେଲ୍, ଯାହା ସହକାର ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ଦ୍ୱାରା ପରିଚାଳିତ ହେବ।  ଜୁନ୍ ମାସରେ ୩୦୦ କୋଟି ଟଙ୍କା ବ୍ୟୟରେ ଏହାର ପ୍ରତିଷ୍ଠା ହୋଇଥିଲା। ଏହି ଆପ୍-ଆଧାରିତ ସେବା ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପର ଏକ ଅଂଶ। ଏହାର ଏକ ପରିଚାଳନା ପରିଷଦ ରହିବ, ଯେଉଁଥିରେ ଅମୂଲ ଏମ୍‌ଡି ଜୟେନ ମେହେତା ଅଧ୍ୟକ୍ଷ ଏବଂ ଏନସିଡିସି ଉପ ପରିଚାଳନା ନିର୍ଦ୍ଦେଶକ ରୋହିତ ଗୁପ୍ତା ଉପାଧ୍ୟକ୍ଷ ହେବେ। ଏହା ବ୍ୟତୀତ, ଦେଶର ବିଭିନ୍ନ ସମବାୟ ସମିତି ସହିତ ଜଡିତ ଆଉ ୮ ଜଣ ସଦସ୍ୟ ଅଛନ୍ତି। ବୋର୍ଡର ପ୍ରଥମ ବୈଠକ ଅକ୍ଟୋବର ୧୬ ତାରିଖରେ ଅନୁଷ୍ଠିତ ହୋଇସାରିଛି।

ଏବେ ଆପଣଙ୍କ ମନରେ ଉଠୁଥିବା ସାଧାରଣ ପ୍ରଶ୍ନର ଉତ୍ତର-

୧. ଆପଣ ଏହି ସେବା କିପରି ପାଇ ପାରିବେ?

ଭାରତ ଟ୍ୟାକ୍ସି ଆପ୍ ଓଲା ଏବଂ ଉବର ପରି ହେବ। ନଭେମ୍ବରରେ ଆପ୍ ଷ୍ଟୋରରୁ ଡାଉନଲୋଡ୍ ପାଇଁ ଉପଲବ୍ଧ ହେବ। ଏହି ଆପ୍ ହିନ୍ଦୀ, ଗୁଜୁରାଟୀ, ମରାଠୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ହେବ।

୨. ଡ୍ରାଇଭରମାନେ କଣ ସୁବିଧା ପାଇବେ?

ପ୍ରତ୍ୟେକ ଯାତ୍ରାରୁ ଡ୍ରାଇଭରଙ୍କୁ ୧୦୦% ରୋଜଗାର ମିଳିବ। ସେମାନଙ୍କଠାରୁ କେବଳ ଦୈନିକ, ସାପ୍ତାହିକ କିମ୍ବା ମାସିକ ଶୁଳ୍କ ନିଆଯିବ। ଯାହା ଖୁବ୍ କମ ରହିବ।

୩. ମହିଳା ସାରଥୀଙ୍କ ଭୂମିକା କଣ ହେବ?

ମହିଳା ସାରଥୀ ଅର୍ଥାତ୍, ମହିଳା ଡ୍ରାଇଭର। ପ୍ରଥମ ପର୍ଯ୍ୟାୟରେ, ୧୦୦ ଜଣ ମହିଳା ଯୋଗ ଦେବେ। ୨୦୩୦ ସୁଦ୍ଧା, ସେମାନଙ୍କ ସଂଖ୍ୟା ୧୫,୦୦୦ କୁ ବୃଦ୍ଧି ପାଇବ। ନଭେମ୍ବର ୧୫ ତାରିଖରୁ, ସେମାନଙ୍କୁ ମାଗଣା ତାଲିମ ଏବଂ ସ୍ୱତନ୍ତ୍ର ବୀମା ପ୍ରଦାନ କରାଯିବ।

​​​​​​​

୪. ୨୦୩୦ ସୁଦ୍ଧା ଏହି ସେବା କିପରି ସାରା ଦେଶରେ ଲାଗୁ ହେବ?

• ଡିସେମ୍ବରରୁ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ରାଜକୋଟ, ମୁମ୍ବାଇ ଏବଂ ପୁଣେରେ ସେବା ଚାଲିବ। ୫,୦୦୦ ଡ୍ରାଇଭର ରହିବେ। ଏହା ମଲ୍ଟି ଷ୍ଟେଟ୍ ଅପରେସନ ହେବ।
• ଏପ୍ରିଲ ଏବଂ ଡିସେମ୍ବର ମଧ୍ୟରେ ଲକ୍ଷ୍ନୌ, ଭୋପାଳ ଏବଂ ଜୟପୁରରେ ଆରମ୍ଭ ହେବ। ୧୫,୦୦୦ ଡ୍ରାଇଭର ଏବଂ ୧୦,୦୦୦ ଯାନବାହନ ରହିବ।
• ୨୦୨୭-୨୮ ମସିହାରେ, ୫୦,୦୦୦ ଡ୍ରାଇଭର ସହିତ ୨୦ଟି ସହରରେ ସର୍ବଭାରତୀୟ ସେବା ଉପଲବ୍ଧ ହେବ। ଏହାକୁ FASTag ସହିତ ସଂଯୋଗ କରାଯିବ।
• ୨୦୨୮ ରୁ ୨୦୩୦ ମଧ୍ୟରେ ଜିଲ୍ଲା ମୁଖ୍ୟାଳୟ ଏବଂ ଗ୍ରାମଗୁଡ଼ିକରେ ୧୦୦,୦୦୦ ଡ୍ରାଇଭର ସହିତ ସେବା ଆରମ୍ଭ ହୋଇଯିବ।