Live Live
LIVE

ବଲାଙ୍ଗୀର ଯାଉଥିଲା ଆମ୍ବୁଲାନ୍ସ, ଭାରସାମ୍ୟ ହରାଇ ଘରେ ପଶିଗଲା ଗାଡ଼ି

NEWS7
brown-sugar-bepari-giraf

ନୟାଗଡ଼ ୦୮।୦୩ : ଘରେ ପଶିଗଲା ଆମ୍ବୁଲାନ୍ସ । ଭାରସାମ୍ୟ ହରାଇ ରାସ୍ତାକଡରେ ଥିବା ଘର ଭିତରକୁ ପଶିଗଲା ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ, ୩ ଆହତ। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୁଗୁଡା ଛକ ନିକଟରେ ବିଳମ୍ବିତ ରାତିରେ ହୋଇଛି ଦୁର୍ଘଟଣା।

ଏ ଖବର ବି ପଢନ୍ତୁ:- ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟ, ‘ନାରୀଶକ୍ତି ହିଁ ସମାଜର ପ୍ରକୃତ ଶକ୍ତି’

ଖବର ଅନୁଯାୟୀ, ଏକ ଘରୋଇ ଆମ୍ବୁଲାନ୍ସ ଭୂବନେଶ୍ବରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା । ଏହି ସମୟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ବୁଗୁଡା ଛକର ରାସ୍ତାକଡରେ ରହୁଥିବା ବାବୁଲା ଗନ୍ତାୟତଙ୍କ ଘରେ ପଶିଯାଇଥିଲା। ରାତି ପ୍ରାୟ ୧ଟା ସମୟରେ ଏହି ଦୁର୍ଘଟଣା ହୋଇଛି । ଘରେ ଗୋଟିଏ ଛୋଟପିଲା ସମେତ ୫ଜଣ ଶୋଇଥିଲେ । ତେବେ ସମସ୍ତେ ସାମାନ୍ୟ ଆହତ ହୋଇ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ଘରେ ଥିବା କୁକୁରର ମୃତ୍ଯୁ ହୋଇଥିବାବେଳେ ସାଇକେଲ୍ ଚାପି ହୋଇଯାଇଛି ।

ଏ ଖବର ବି ପଢନ୍ତୁ:- ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ନାବାଳିକାଙ୍କ ସମ୍ବେଦନଶୀଳ ଅଙ୍ଗ ସ୍ପର୍ଶ କରିବା ‘ଯୌନ ନିର୍ଯାତନା’ ସହ ସମାନ