ନବୀନଙ୍କୁ ଭେଟିଲେ ଚିନ୍ମୟ ସାହୁ, ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦାୟିତ୍ବ ପାଇଁ ଦେଲେ ଧନ୍ୟବାଦ

NEWS7
british-prophet-warns-of-another-deadly-virus

ଭୁବନେଶ୍ବର: ବିଜୁ ଯୁବ ଓ ଛାତ୍ର ଜନତା ଦଳର ରାଜ୍ୟ କମିଟି ଘୋଷିତ ହେବା ପରେ ମଙ୍ଗଳବାର ବିଜୁ ଯୁବ ଓ ଛାତ୍ର ଜନତା ଦଳର ପଦାଧିକାରୀ ଓ କର୍ମକର୍ତ୍ତାମାନେ ନିଜ ଦାୟିତ୍ୱ ପାଇଁ ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଅପରାହ୍ନରେ ସମସ୍ତେ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ କହିଛନ୍ତି, ନିଜ ଦାୟିତ୍ୱକୁ ଉତ୍ସାହ ସହ ପାଳନ କରିବି। ଓଡ଼ିଶାବାସୀଙ୍କ ସ୍ୱର ହେବି। ସମାଜିକ ଗଣମାଧ୍ୟମରେ ସରକାରଙ୍କ ବିଫଳତାକୁ ମଧ୍ୟ ଲୋକଙ୍କ ନିକଟରେ ଯୁବ ପିଢ଼ିଙ୍କି ନିକଟରେ ପହଞ୍ଚିବା ଏବଂ ସେମାନଙ୍କ ସହ ଅଧିକ ଯୋଗାଯୋଗରେ ରହିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଚିନ୍ମୟ।