ଡ଼ଃ ହରେକୃଷ୍ଣ ମହତାବଙ୍କ ୩୯ ତମ ଶ୍ରାଦ୍ଧବାର୍ଷିକୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

NEWS7
british-lawmaker-david-amess-stabbed-multiple-times-church

ଭୁବନେଶ୍ୱର ୦୨/୦୧: ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଆଜି ୩୯ ତମ ଶ୍ରାଦ୍ଧବର୍ଷିକୀ । ଏହି ଅବସରରେ ବିଧାନସଭା ପରିସରରେ ଡ଼ଃ ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଅର୍ପନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ, ବାଚସ୍ପତି ସୁରମା ପାଢ଼ୀ ଉପ ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଏକଧାରାରେ ଜଣେ ରାଜନୈତିକ, ସାହିତ୍ୟିକ ସାମ୍ବାଦିକ, ରାଜନେତା ଥିଲେ ହରେକୃଷ । ଆଧୁନିକ ଓଡ଼ିଶା ପାଇଁ ଭିତ୍ତିଭୂମି, ସହ ରାଜ୍ୟର ସାମାଜିକ ଓ ଆର୍ଥିକ ଉତ୍ଥାନ ପାଇ କାର୍ଯ୍ୟରତ ଥିଲେ ହରେକୃଷ୍ଣ । ଜଣେ ରାଷ୍ଟ୍ରନୀତିଜ୍ଞ, ଜନ ସେବକ ଓ ମହତାବ ଚିର ସ୍ମରଣୀୟ ବୋଲି ଏହି ଅବସରରେ କହିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ସହର, ହୀରାକୁଦ ନଦୀବନ୍ଧ, ଉତ୍କଳ ବିଶ୍ୱବିଦ୍ୟାଳୟ, ହାଇକୋର୍ଟ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ, କଟକ ଠାରେ ଧନ ଗବେଷଣା କେନ୍ଦ୍ର, ସ୍ଥାପନ ନେଇ ଓଡ଼ିଶା ବିକାଶର ମୂଳଦୁଆ ପକେଇଥିଲା ମହତାବ ।

୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଓ ମହତାବ ଜନଜାଗରଣ ଓ ଓଡ଼ିଶା ବିକାଶ ନେଇ ଦୂରଦୃଷ୍ଟି ସହାୟକ ହେବ । ମହତାବଙ୍କ ନୀତି ଆଦର୍ଶ ଓ ମାର୍ଗଦର୍ଶନ ନେଇ ଆଗକୁ ବଢିବା କଥା କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୨୦୩୬ ସୁଧା ନୂଆ ଓଡ଼ିଶା ସ୍ବପ୍ନ ସାକାର ଲକ୍ଷ ରଖାଯାଇଛି। ଏଥିପାଇ ବିଧାନସଭା ପରିସରରେ ହରେକୃଷ୍ଣ ମହତାବଙ୍କ ପ୍ରତି ମୂର୍ତ୍ତି ନିକଟରେ ସ୍ଵତନ୍ତ୍ର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ହରେକୃଷ୍ଣ ମହତାବଙ୍କ ଜୀବନ, କୃତିତ୍ୱ ସଫଳ କାର୍ଯ୍ୟ ପୁସ୍ତକ WHO IS WHO ଉନ୍ମୋଚନ କରାଯାଇଥିଲା । ଏହାସହ ବିଧାନସଭା ନୂତନ କ୍ୟାଲେଣ୍ଡର ଓ diary ମଧ୍ୟ ଲୋକାର୍ପଣ କରାଯାଇଥିଲା। ବାଚସ୍ପତି, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ସାଂସଦ ଭର୍ତ୍ତୃହର ମହତାବ ବହୁ ବିଧାୟକ, ଗୃହ ସଚିବ ହେମନ୍ତ ଶର୍ମା, ଉତ୍କଳ ସମ୍ମିଳନୀର ବହୁ କର୍ମକର୍ତ୍ତା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।