ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ, ନିଲମ୍ବନ କରିବାର ନିଷ୍ପତ୍ତି ମୁର୍ଖାମୀର ପରିଚୟ

NEWS7
britains-minister-said-this-year-it-is-difficult-to-get-vaccine-for-covid-19

କେନ୍ଦ୍ରାପଡ଼ା ୨୪।୧: ନିଲମ୍ବନ ପ୍ରସଙ୍ଗରେ ପୁଣି ଥରେ ମୁହଁ ଖୋଲିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର l ଶନିବାର ନିଜ ନିର୍ବାଚନମଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ଗଣମାଧ୍ୟମର ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅରବିନ୍ଦ କହିଛନ୍ତି, ମୋ ସମ୍ପର୍କରେ ଯାହା ଅଭିଯୋଗ ହୋଇଛି ସବୁ ମିଛ ଓ ମନଗଢ଼ା କାହାଣୀ l ନିଜେ ନବୀନ ବାବୁ ମିଛ କହୁଛନ୍ତି l ମୋ ସମ୍ପର୍କରେ ବିଜେଡି ନେତାମାନେ ୮ ପ୍ରକାରରୁ ଅଧିକ ମିଛ କହିଥିବା ଅରବିନ୍ଦ ମହାପାତ୍ର କହିଛନ୍ତି l

ସେ ଏହା ମଧ୍ୟ କହିଛନ୍ତି ଯେ, ନବୀନ ବାବୁ ମତ ରଖିଛନ୍ତି ତାଙ୍କୁ ଆଉ ଭେଟିବାର ଆବଶ୍ୟକତା ନାହିଁ l ଦଳ ମୋତେ ନିଲମ୍ବନ କରିବାର ନିଷ୍ପତ୍ତି ମୁର୍ଖାମୀର ପରିଚୟ l ଏକାଠି ରହିବା ସମୟରେ ଦଳ ଅଲଗା କରୁଛି l ଏହା ଉଚିତ ନୁହଁ l ତେବେ ଆଗାମୀ ନିଷ୍ପତ୍ତି କ’ଣ ହେବ ତାହା ସମୟ ଆସିଲେ ନେବି ବୋଲି ସେ କହିଛନ୍ତି l

ତେବେ ଶନିବାର ପୁନର୍ବାର ଅରବିନ୍ଦ ମହାପାତ୍ର ପାଟକୁରାରେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି l ଏକ ଶୋଭାଯାତ୍ରାରେ ବାହାରି କାର୍ଯ୍ୟକ୍ରମ ସ୍ଥଳରେ ସେ ପହଞ୍ଚଥିଲେ l ତାଙ୍କର ସମର୍ଥକ ମାନେ ବିଶାଳ ଶୋଭାଯାତ୍ରାରେ ଅରବିନ୍ଦଙ୍କୁ ପାଛୋଟି ନେଇଥିଲେ l