Iran protests: ଇରାନରେ କେଉଁ ମୁହୂର୍ତ୍ତରେ ବି ହୋଇପାରେ ଯୁଦ୍ଧ: ତେହେରାନରୁ ଭାରତୀୟଙ୍କ ଉଦ୍ଧାର ପାଇଁ କାଲିଠୁ ଅପରେସନ ଆରମ୍ଭ !

NEWS7
bribe-demanded-for-deadbodys-post-mortem-in-nilagiri

ନୂଆଦିଲ୍ଲୀ:Iran protests: ଇରାନରେ ଖାମେନି ସରକାରଙ୍କ ବିରୁଦ୍ଧରେ ଜନ ଆନ୍ଦୋଳନ ତୀବ୍ର ରୂପ ନେଲାଣି। ହଜାର ହଜାର ଆନ୍ଦୋଳନକାରୀଙ୍କର ଜୀବନ ବି ଗଲାଣି। ମଝିରେ ମଝିରେ ଟ୍ରମ୍ପ ହସ୍ତକ୍ଷେପ କରିବା ନେଇ ଧମକ ଦେଉଛନ୍ତି। ସେପଟେ ଇସ୍ରାଏଲ୍ ଦରକାର ପଡ଼ିଲେ ଇରାନବାସୀଙ୍କ ପାଇଁ ଖାମେନି ସରକାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ବୋଲି ଖବର ଶୁଣିବାକୁ ମିଳୁଛି। ତେଣୁ ଆଗକୁ ସ୍ଥିତି ଜଟିଳ ହେବା ପୂର୍ବରୁ ଭାରତୀୟଙ୍କୁ ଇରାନରୁ ଉଦ୍ଧାର କରିବା ପାଇଁ ସରକାର ଯୋଜନା ଆରମ୍ଭ କରିଦେଇଛନ୍ତି। ଆସନ୍ତାକାଲି ସକାଳ ବେଳା ଇରାନରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇପାରେ।

ଭାରତ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ପ୍ରସ୍ତୁତି ଚଳାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ତେହେରାନରେ ଥିବା ଭାରତୀୟ ଦୂତାବାସ ବିଭିନ୍ନ ଅଞ୍ଚଳର ଭାରତୀୟ ଛାତ୍ରଙ୍କ ସହ ଯୋଗାଯୋଗ କରିବା ଆରମ୍ଭ କରିଛନ୍ତି। ଯାହା ଦ୍ୱାରା କିଏ ଦେଶ ଛାଡିବାକୁ ଚାହୁଁଛି ତାହା ଆକଳନ କରାଯାଇପାରିବ।ଇରାନରେ ବର୍ତ୍ତମାନ ଅନେକ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଫୋନ୍ ଲାଇନଗୁଡ଼ିକ ମଝିରେ ମଝିରେ କାର୍ଯ୍ୟ କରୁଛି। ଏହିସବୁ ସମସ୍ୟା ଭିତରେ ଇରାନରେ ରହୁଥିବା ଭାରତୀୟଙ୍କ ସହ ଯୋଗାଯୋଗ କରିବା କଷ୍ଟକର ହେଉଥିଲେ ବି କାମ ଜାରି ରହିଛି। ଦୂତାବାସ ଅଫିସିଆଲମାନେ ଆନ୍ଦୋଳନରତ ଇରାନରେ ବୁଲି ବୁଲି ଭାରତୀୟ ଛାତ୍ରଙ୍କୁ ଖୋଜାଖୋଜି କରୁଛନ୍ତି।

ଡଲାର ତୁଳନାରେ ଇରାନୀ ମୁଦ୍ରା ରିଆଲ୍ର ବ୍ୟାପକ ହ୍ରାସ ଯୋଗୁ ସେଠାରେ ଆନ୍ଦୋଳନ ତେଜିଛି। ଇରାନ ସମସ୍ତ ୩୧ଟି ରାଜ୍ୟରେ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ଏପର୍ଯ୍ୟନ୍ତ ଦେଶ ବ୍ୟାପୀ ୩୪୨୮ ଜଣ ଲୋକଙ୍କର ଜୀବନ ଗଲାଣି। ଅନ୍ୟପଟେ ଏହି ସଂଘର୍ଷରେ ଇସ୍ରାଏଲ ଓ ଆମେରିକା ହସ୍ତକ୍ଷେପ କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। ତେଣୁ ସ୍ଥିତି ଆଗକୁ ଆହୁରି ଭୟଙ୍କର ହେବ।

ସରକାରୀ ଆକଳନ ଅନୁଯାୟୀ, ଛାତ୍ରଙ୍କ ସମେତ ୧୦,୦୦୦ ରୁ ଅଧିକ ଭାରତୀୟ ବର୍ତ୍ତମାନ ଇରାନରେ ରହୁଛନ୍ତି। ବୁଧବାର ଭାରତ ଦେଶର ସମସ୍ତ ନାଗରିକଙ୍କୁ ଯଥା ଉପାୟରେ ଇରାନ ଛାଡିବାକୁ ଓ ଅତ୍ୟାବଶ୍ୟକୀୟ ନଥିଲେ ଯାତ୍ରା ନ କରିବାକୁ ପରାମର୍ଶ ଦେଇଥିଲେ।