ରାଜଧାନୀରେ ପୁଣି ହିଟ ଆଣ୍ଡ ରନ୍ ମାମଲା, ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜଣକ ଜୀବନ

NEWS7
breaking-news-02-ମିଳିଲା-ରତ୍ନଭଣ୍ଡାର-ଚାବ

ଭୁବନେଶ୍ବର: ରୁଦ୍ରପୁର ଜାତୀୟ ରାଜପଥରେ ହିଟ୍ ଆଣ୍ଡ୍ ରନ୍ ମାମଲା। ରାସ୍ତା ପାର ହେଲା ବେଳେ ଅଜଣା ଗାଡ଼ି ଧକ୍କାରେ ଜଣଙ୍କ ମୃତ୍ୟୁ। ମୃତକ ଜଣକ ହେଲେ ସୁନ୍ଦର ପାଟଣା ରୁଦ୍ରପୁର ଅଞ୍ଚଳର ସୋମନାଥ ଖୁଣ୍ଟିଆ। ଘଟଣା ସ୍ଥଳରେ ପାହାଳ ଥାନା ପୋଲିସର ଛାନଭିନ ଆରମ୍ଭ କରିଥିବାବେଳେ, ଦୁର୍ଘଟଣା ହେତୁ ଏନଏଚ ସମ୍ପୂର୍ଣ୍ଣ ଜାମ ହୋଇଛି।

ସୂଚନାଥାଉକି, ଏହା ପୂର୍ବରୁ ସୋମବାର ଦିନ ପ୍ରାୟ ୧୨ଟାବେଳେ ଭୁବନେଶ୍ୱର କୋର୍ଟ ସାମ୍ନାରେ ଜଣେ ମହିଳାଙ୍କ ଉପରେ ମାଡ଼ି ଯାଇଥିଲା ଇନୋଭା କାର୍। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେବି, ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।