Rajyasabha Election: ଓଡିଶାରେ ଆରମ୍ଭ ହେଲା ନୂଆ ରାଜନୈତିକ ସମୀକରଣ, ଏକାଠି ହେଲେ ବିଜେଡି ଓ କଂଗ୍ରେସ

NEWS7
brain-eating-amoeba-found-in-texas-water-supply

ଭୁବନେଶ୍ଵର: ରାଜ୍ୟ ରାଜନୀତିରେ ଆଜି ଦେଖିବାକୁ ମିଳିଲା ରୋଚକ ଦୃଶ୍ୟ । ରାଜ୍ୟସଭା ପାଇଁ ଏକାଠି ହେଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ବିଜେଡି ଓ କଂଗ୍ରେସ । ଗତ ୨୫ ବର୍ଷ ଧରି ଯାହା କେବେ ଦେଖାନଥିଲା କି ଚିନ୍ତା ବି କରାଯାଇ ନଥିଲା ଆଜି ସେ ଦୃଶ୍ୟକୁ ସମସ୍ତେ ଦେଖିଲେ । ଏହାକୁ ନେଇ ନବୀନ ପଟନାୟକ କହିଛନ୍ତି ସମୟ କହିବ ଭବିଷ୍ୟତ ଏବଂ ଇତିହାସ କଣ ହେବ । ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି ଦୁଇଦଳ । ଏଥିପାଇଁ ଏଆଇସିସିର ବି ମୋହର ବାଜିଛି । ବିଜେପି କହିଛି ବିଜେଡ଼ି ଓ କଂଗ୍ରେସ ପୂର୍ବରୁ ମିଶିକି ଅଛନ୍ତି । ଏଥିରେ କୌଣସି ନୂଆ କଥା ନାହିଁ ।

ଓଡିଶାରେ ଆରମ୍ଭ ହେଲା ନୂଆ ରାଜନୈତିକ ସମୀକରଣ । ଏକାଠି ହେଲେ ବିଜେଡି ଓ କଂଗ୍ରେସ । ପ୍ରାୟ ୨୯ ବର୍ଷ ଧରି ଯେଉଂ କଥା ଦେଖିବାକୁ ମିଳିନଥିଲା ଆଜି ତାହା ବିଧାନସଭାରେ ଦେଖିବାକୁ ମିଳିଛି । ବିଜେଡି ସୁପ୍ରିମୋ ନବୀନ ପଟନାୟ ଓ ପିସିସି ସଭାପତି ଭକ୍ତ ଦାସ ପାଖାପାଖି ସିଟ୍ ରେ ବସି ଜଣେ ରାଜ୍ୟସଭା ପ୍ରାର୍ଥିଙ୍କୁ ସମର୍ଥନ ଦେଇଛନ୍ତି । କେବଳ ନବୀନ କି ଭକ୍ତ ନୁହଁନ୍ତି, ବିଜେଡି ଓ କଂଗ୍ରେସର ତମାମ ବିଧାୟକ ମଧ୍ୟ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି । ଆଗକୁ ରାଜ୍ୟ ରାଜନୀତିରେ ଏକ ବଡ ସମୀକରଣ ତିଆରି କରିବାକୁ ଯାଉଛି । ଅର୍ଥାତ ଯେଉଁ ଅଣ କଂଗ୍ରେସ ରାଜନୀତିରୁ ବିଜେଡିର ଜନ୍ମ ଆଜି ସେଇ କଂଗ୍ରେସ ସହ ହାତ ମିଳାଇଛି ବିଜେଡି ।

Also read: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଲେ ରାଜ୍ୟପାଳ ସିଭି ଆନନ୍ଦ ବୋସ; ମମତା କହିଲେ, ମୁଁ ଆଶ୍ଚର୍ଯ୍ୟ

ବିଜେଡି କ୍ଷମତାରୁ ଯିବାର ମାତ୍ର ଦୁଇ ବର୍ଷ ହୋଇନି କିନ୍ତୁ ରାଜ୍ୟରାଜନୀତି କଡ ଲେଉଟାଇଛି । ରାଜ୍ୟସଭା ୪ର୍ଥ ସିଟ୍ ପାଇଁ ଡାକ୍ତର ଦତେଶ୍ବର ହୋତାଙ୍କୁ କମନ୍ କ୍ୟାଣ୍ଡିଡେଟ ଭାବେ ଘୋଷଣା କରିଥିଲା ବିଜେଡି । ଆଉ କଂଗ୍ରେସ ଏହାକୁ ନିସର୍ତ୍ତ ସମର୍ଥନ କରିଛି। ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ ଗୋଟିଏ ଧାଡ଼ିରେ ବସିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ପ୍ରମୁଖ। ଏହି ରୋଚକ ଦୃଶ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ବେଶ୍ ଖୋରାକ ଯୋଗାଇଛି । ଏହାକୁ ନେଇ ନବୀନ କହିଛନ୍ତି ସମୟ କହିବ ଭବିଷ୍ୟତ ଏବଂ ଇତିହାସ କଣ ହେଉଛି। ସେପଟେ ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ରାଜ୍ୟର ସ୍ବାର୍ଥ ପାଇଁ ଏକାଠି ହୋଇଛନ୍ତି ବିଜେଡି ଓ କଂଗ୍ରେସ । ଆଗକୁ ବିଜେଡି ଓ କଂଗ୍ରେସ ଏକାଠି ଚାଲିବେକି ନାହିଁ ତାହା ସମୟ କହିବ । ବିରୋଧିଙ୍କ ଏଭଳି ଯୁଗଳବନ୍ଦିକୁ ଦେଖି ବିଜେପି କହିଛି କଂଗ୍ରେସ ଓ ବିଜେଡ଼ି ପୂର୍ବରୁ ମିଶିକି ଥିଲେ। ଏଥିରେ କୌଣସି ନୂଆ କଥା ନାହିଁ ।

Also read: ବିଜେଡି ଓ କଂଗ୍ରେସ ଧର୍ମନିରପେକ୍ଷତା ଆଦର୍ଶରେ ବିଶ୍ୱାସ କରନ୍ତି, କଂଗ୍ରେସ ସମର୍ଥନ ସ୍ବୀକାର କରିବାରେ ଅସୁବିଧା ନାହିଁ

ଏଠାରେ ପ୍ରଶ୍ନ ଉଠୁଛି ଏହି ମେଣ୍ଟ କେବଳ ରାଜ୍ୟସଭା ପାଇଁ ନା ୨୦୨୯ରେ ବିଜେପିକୁ ଚେକ ଦେବା ପାଇଁ । ପଞ୍ଚାୟତ ନିର୍ବାଚନରେ ବି କଣ ଏଭଳି ଦୁଇ ଦଳ ହାତମିଳାଇବେ କି । ବିଜେପି ସାରା ଦେଶରେ ଓ ରାଜ୍ୟରେ ବଢୁଥିବାରୁ ଏଥିରେ ବ୍ରେକ୍ ଦେବା ପାଇଁ ଏକାଠି ହେଉଛନ୍ତି କି ବିଜେଡି ଓ କଂଗ୍ରେସ। ଏଭଳି ଅନେକ ଆକଳନକୁ ନେଇ ଏବେ ଠାରୁ ଆରମ୍ଭ ହୋଇଗଲାଣି ଚର୍ଚା ଓ ଆଲୋଚନା । ସମୀକ୍ଷକଙ୍କ ଆକଳନ, କଂଗ୍ରେସ-ବିଜେଡିର ଏହି ସମ୍ପର୍କ ଯଦି ଆଗାମୀ ଦିନରେ ବଳବତ୍ତର ରହେ ତେବେ ଓଡ଼ିଶା ରାଜନୀତିରେ ବହୁତ କିଛି ପରିବର୍ତ୍ତନ ହେବାର ସଂକେତ ମିଳିବ ।

ବିଜେଡି ଗଠନ ଆରମ୍ଭରୁ କଂଗ୍ରେସ ବିରୋଧି ନାରା ଦେଇ ୨୫ ବର୍ଷ କ୍ଷମତାରେ ରହିଥିଲା ଦଳ । ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଆଜି ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି । ଆଗକୁ ପଞ୍ଚାୟତ ଓ ପୈାର ନିର୍ବାଚନ ଥିବାରୁ ବିଜେପିକୁ ଦୁଇ ଦଳ କିଭଳି ଚେକ୍ ଦେଉଛନ୍ତି ତାକୁ ଦେଖିବାକୁ ପଡିବ ।