ଖ୍ରୀଷ୍ଟମାସରେ ପୁଟିନଙ୍କ ମୃତ୍ୟୁ ମାଗିଲେ ଜେଲେନସ୍କି, କହିଲେ- 'ଏହା ୟୁକ୍ରେନବାସୀଙ୍କ ଇଚ୍ଛା'

NEWS7
brahmapur-railway-give-offer-to-visit-to-prayag

କିଭ୍, ୨୬/୧୨: ଯୁଦ୍ଧରୁ ଓହରୁ ନାହାଁନ୍ତି ୟୁକ୍ରେନ ଏବଂ ଋଷ । ଦିନକୁ ଦିନ ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଡେ ମୁହାଁଉଛି । ଯାହାକୁ ନେଇ ଆତଙ୍କରେ ବିଶ୍ୱବାସୀ । ଦୁଇ ଦେଶର ସର୍ବୋଚ୍ଚ ନେତାଙ୍କ ବୟାନ ବି ସାମ୍ନାକୁ ଆସୁଛି । ତେବେ ଖ୍ରୀଷ୍ଟମାସ ସନ୍ଧ୍ୟାରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ ଭ୍ଲାଦିମିର ପୁଟିନଙ୍କ ମୃତ୍ୟୁ ଇଚ୍ଛା କରୁଥିବା ପ୍ରକାଶ କରିଛନ୍ତି ।

ଜେନେସ୍କି କହିଛନ୍ତି ଯେ, ପ୍ରାଚୀନ କାଳରୁ ୟୁକ୍ରେନରେ ଏକ ବିଶ୍ୱାସ ରହି ଆସିଛି । ଖ୍ରୀଷ୍ଟମାସ ରାତିରେ ସ୍ୱର୍ଗର ଦୁଆର ଖୋଲାଥାଏ ବୋଲି ଲୋକେ ମାନିଥାନ୍ତି । ଏହି ସମୟରେ ନିଜ ଆଶା ଏବଂ ଇଚ୍ଛା କହିଲେ ତାହା ପୂରଣ ହୋଇଯାଏ । ବାସ୍ତବରେ ଏହା ସତରେ ପରିଣତ ହୁଏ । ସମସ୍ତ ୟୁକ୍ରେନବାସୀ ଗୋଟିଏ ହିଁ ଆଶା ଏବଂ ସ୍ୱପ୍ନ ବାବଦରେ ଭାବିଥାନ୍ତି । ତାହା ହେଉଛି ପୁଟିନଙ୍କ ମୃତ୍ୟୁ ।

ତେବେ ଜେଲେନସ୍କିଙ୍କ ଏହି ବୟାନ ଋଷର ପ୍ରଚଣ୍ଡ ଆକ୍ରମଣ ପରେ ସାମ୍ନାକୁ ଆସିଛି । ମଙ୍ଗଳବାର ଦେଶର ଅନେକ ଜାଗାରେ ପୁଟିନଙ୍କ ସେନା ମିସାଇଲ ଆଟାକ କରିଥିଲା । ଏଥିରେ ତିନି ଜଣ ପ୍ରାଣ ହରାଇଥିଲେ । ଦେଶରେ ବିଦ୍ୟୁତ ସରବରାହ ପୁରା ଠପ୍ ହୋଇଯାଇଥିଲା ।

ସେହିପରି ଖ୍ରୀଷ୍ଟମାସ ଦିନ ମଧ୍ୟ ୟୁକ୍ରେନ ଆକାଶରେ ଋଷିଆର ୧୩୧ ଡ୍ରୋନ୍ ଦେଖିବାକୁ ମିଳିଥିଲା । ତେବେ ଅଧିକାଂଶ ଡ୍ରୋନକୁ ୟୁକ୍ରେନ ଡିଫେନ୍ସ ସିଷ୍ଟମ୍ ଖସାଇ ଦେଇଥିଲା । କିନ୍ତୁ ୨୨ଟି ଡ୍ରୋନ୍ ବିଭିନ୍ନ ସ୍ଥାନରେ ପ୍ରଭାବ ପକାଇଥିଲା । ପର୍ବ ସମୟରେ ଋଷର ଏପରି ଆକ୍ରମଣକୁ ଜେଲେନସ୍କି ନିନ୍ଦା କରିଛନ୍ତି । ଋଷିଆ ଶାନ୍ତି ଭଙ୍ଗ କରୁଛି । ଖ୍ରୀଷ୍ଟମାସ ଦିନ ପୁଟିନ ନିଜ ରୂପ ଦେଖାଇଛନ୍ତି । ୟୁକ୍ରେନବାସୀଙ୍କୁ ଆକ୍ରମଣ ବିରୋଧରେ ଛିଡା ହେବାକୁ ପଡିବ ବୋଲି ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ।