ମମତାଙ୍କୁ ସୁପ୍ରିମକୋର୍ଟରୁ ବଡ ଝଟକା, କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବାକୁ ନିର୍ଦ୍ଦେଶ

NEWS7
boy-took-his-life-before-neet-result-publication

ନୂଆଦିଲ୍ଲୀ,|୦୨ :ଦିଦିଙ୍କୁ ବଡ ଝଟକା ଦେଲେ ସୁପ୍ରିମକୋର୍ଟ । ରାଜ୍ୟର ସରକାରୀ କର୍ମଚାରୀଙ୍କୁ ୨୦୦୯ରୁ ୨୦୧୯ ମଧ୍ୟରେ ଡିଏ ବା ବକେୟା ମହଙ୍ଗା ଭତ୍ତା ପ୍ରଦାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏହା କର୍ମଚାରୀଙ୍କ ସାମ୍ବିଧାନିକ ଅଧିକାର ବୋଲି କୋର୍ଟ କହିଛନ୍ତି ।

ଜଷ୍ଟିସ ସଞ୍ଜୟ କରୋଲ ଏବଂ ପିକେ ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି ଯେ, ନିୟମ ଅନୁସାରେ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେବା ଆବଶ୍ୟକ । ଏହାସହ ପଶ୍ଚିମବଙ୍ଗ ଆର୍ଥିକ କ୍ଷମତା ନେଇ ଦାଖଲ କରିଥିବା ନଥିପତ୍ରକୁ କୋର୍ଟ ଖାରଜ କରିଦେଇଛନ୍ତି । ଏଥିରେ ରାଜ୍ୟ ସରକାର ଡିଏ ପ୍ରଦାନ ନକରିବା ନେଇ ଅନେକ ଯୁକ୍ତି ରଖିଥିଲେ । ଏହାସହ ପୂର୍ବତନ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ନ୍ୟାୟାଳୟ ଏକ କମିଟି ଗଠନ କରିଛନ୍ତି ।

ଅଧରାତିରେ ଗାଁରେ ପଶିଲା, ମେଣ୍ଢା ମାରି ଖାଇଲା ; ଏବେ ଛାନିଆ ଗ୍ରାମବାସୀ

ରାଜ୍ୟର ମନମାନି ନିଷ୍ପତ୍ତି

କୋର୍ଟ ମାମଲାରେ ରାଜ୍ୟ ସରକାରଙ୍କୁ ସମ୍ବିଧାନର ଧାରା ୩୦୯ର ଉଦାହରଣ ଦେଇଛନ୍ତି । ଏହାସହ ୧୩ଟି ପ୍ରଶ୍ନ ପଚାରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ମହଙ୍ଗା ଭତ୍ତା କୌଣସି ସ୍ଥିର ବସ୍ତୁ ନୁହେଁ । ଏହା ଗତିଶୀଳ ବସ୍ତୁ । ଏହାର ନିୟମରେ ପରିବର୍ତ୍ତନ କରାଯାଇ ପାରିବ । ହେଲେ ପଶ୍ଚିମବଙ୍ଗ ସରକାର ମନଇଚ୍ଛା ନିୟମକୁ ପରିବର୍ତ୍ତନ କରିଛନ୍ତି । ଯାହା ମନମାନୀକୁ ସୂଚୀତ କରୁଛି ।

କୋର୍ଟ ଆହୁରି କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାରଙ୍କ ପାଖରେ ଅଧିକାର ରହିଛି । ତେଣୁ କୌଣସି ଆର୍ଥିକ ନୀତି ଏଥିରେ କଣ୍ଟା ହୋଇପାରିବ ନାହିଁ । ତେବେ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଦିଆଯାଇ ପାରିବ ନାହିଁ । ଅନ୍ୟ ଦିଗରେ ମହଙ୍ଗା ଭତ୍ତା ମୌଳିକ ଅଧିକାର ନା ନାହିଁ ତାହା କୋର୍ଟ ଆଗାମୀ ଦିନରେ ପ୍ରକାଶ କରିବେ ବୋଲି କହିଛନ୍ତି ।