ରନ୍ ଓ୍ୱେ ପାଲଟିଲା ପରୀକ୍ଷା କେନ୍ଦ୍ର, ହୋମଗାର୍ଡ ଚାକିରି ପାଇଁ ୮୦୦୦ ଆଶାୟୀ

NEWS7
bomb-seized-near-marsaghai-of-kendrapara-district

ଭୁବନେଶ୍ୱର ୨୩।୧୨ : ସରକରୀ ଚାକିରୀ ପାଇଁ ବିକଳ ଚିତ୍ର । ଏୟାରଷ୍ଟ୍ରିପ ପାଲଟିଲା ପରୀକ୍ଷା ସେଣ୍ଟର । ୧୮୩ ପଦବୀ ପାଇଁ ଆବେଦନ କରିଛନ୍ତି ୧୦୩୪୦ ଜଣ । ୮ ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି । ଗୋଟିଏ ପଡିଆରେ ଏକାସାଙ୍ଗରେ ପରୀକ୍ଷା ଆୟୋଜନରେ ରେକର୍ଡ।

ଚାକିରୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ଶ୍ରେଣୀ । ହେଲେ ଆବେଦନ କରିଛନ୍ତି ବିଏ ଓ ଏମଏ ପଢୁଆ ଆଶାୟୀ। ସମ୍ବଲପୁରରେ ଦେଖିବାକୁ ମିଳିଛି ଚାକିରୀର ଏପରି ଚିତ୍ର । ୧୮୩ ଟି ହୋମଗାର୍ଡ ପଦବୀ ପାଇଁ ବାହିରିଥିଲା ବିଜ୍ଞାପନ। ସଫଳତାର ସହ ୧୦୩୪୦ ଜଣ ଆବେଦନ କରିବା ସହ ୮ ହଜାରରୁ ଅଧିକ ପିଲା ଲିଖିତ ପରୀକ୍ଷା ଦେବା ପରେ ଚର୍ଚ୍ଚା ଜୋର ଧରିଛି । ସମ୍ବଲପୁର ଜିଲ୍ଲାରେ ଏପରି ଚିତ୍ରକୁ ନେଇ ସବୁ ଆଡେ ଚର୍ଚ୍ଚା ହେଉଛି | ୧୮୩ ପଦ ପାଇଁ ୮୦୦୦ ପରୀକ୍ଷାର୍ଥୀ ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଲେଖିଲେ ଆଶାୟୀ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର କଳକାରଖାନାରେ ବି ନିଯୁକ୍ତି ସୁଯୋଗ ନଥିବାରୁ ଏହି ଚିତ୍ର ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଜମାଦାରପାଲି ଏୟାରଷ୍ଟ୍ରିପରେ ଏହି ଲିଖିତ ପରୀକ୍ଷା ହୋଇଥିବା ବେଳେ ଦେଢ ଘଣ୍ଟାରେ ଗୋଟିଏ ସିଟିଂରେ ପରୀକ୍ଷା ସରିଛି । ତେବେ ସମସ୍ତେ ଗୋଟିଏ ସିଟିଂରେ ପରୀକ୍ଷା ଦେଇଥିବା ବେଳେ ସମସ୍ତଙ୍କ ପରୀକ୍ଷା ଗୋଟିଏ ସମୟରେ ସୁରୁଖୁରୁରେ ସରିଛି । ତେବେ ଏମାନଙ୍କୁ କୌଣସି ଲିଖିତ ପ୍ରଶ୍ନପତ୍ର ଦିଆଯାଇନଥିବା ବେଳେ ପ୍ରଶ୍ନ ଡକାଯାଇଥିଲା | ଏତେ କମ ସମୟରେ ୮ ହଜାର ପିଲାଙ୍କ ପରୀକ୍ଷା କରି ସମ୍ବଲପୁର ପୋଲିସ ରେକର୍ଡ କରିଛି । ତେବେ ଆଗକୁ ଶାରୀରିକ ପରୀକ୍ଷା ହେବାକୁ ଥିବା ବେଳେ ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଶାରୀରିକ ପରୀକ୍ଷା ଦେବେ ଆଶାୟୀ ।