ମାର୍ଚ୍ଚ ୧୪ରୁ ସବୁ ଉଡାଣରେ ଫୁଏଲ ସରଚାର୍ଜ ଲଗାଇବ ଇଣ୍ଡିଗୋ

NEWS7
bomamad-in-athagarh

  • ସରଚାର୍ଜ ୪୫୦ ଟଙ୍କାରୁ ଆରମ୍ଭ କରି ୨,୩ ୦୦ ଟଙ୍କା ମଧ୍ୟରେ ହୋଇପାରେ
  • ମଧ୍ୟପ୍ରାଚ୍ୟରେ ଜାରି ଭୂ-ରାଜନୈତିକ ଉତ୍ତେଜନା କାରଣରୁ ଜେଟ୍ ଫୁଏଲ ମୂଲ୍ୟ ଭୀଷଣ ବଢି ଯାଇଛି
  • ଇଣ୍ଡିଗୋ ସବୁ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣରେ ମାର୍ଚ୍ଚ ୧୪ ତାରିଖରୁ ଏହି ଦର ବୃଦ୍ଧି ଲାଗୁ କରିବ

ନୂଆଦିଲ୍ଲୀ ୧୩।୩: ଭାରତର ସବୁଠୁ ବଡ଼ ଏୟାରଲାଇନ୍ସ ଇଣ୍ଡିଗୋ ଶୁକ୍ରବାର ବିମାନ ଭଡ଼ାରେ ଫୁଏଲ ସରଚାର୍ଜ ଲଗାଇବାକୁ ଘୋଷଣା କରିଛି। ଏହି ନିଷ୍ପତ୍ତି ମାର୍ଚ୍ଚ ୧୪ ତାରିଖରୁ ଓ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡାଣ ଫ୍ଲାଇଟ ଟିକେଟରେ ଲାଗୁ ହେବ। ଏହି ନିଷ୍ପତ୍ତି ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା କାରଣରୁ ଏଭିଏସନ ଟର୍ବାଇନ ଫୁଏଲ (ଜେଟ୍ ଫୁଏଲ) ମୂଲ୍ୟରେ ହୋଇଥିବା ତୀବ୍ର ବୃଦ୍ଧି ଯୋଗୁ ନିଆଯାଇଛି। ଏହା ପୂର୍ବରୁ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ମଧ୍ୟ ଫୁଏଲ ସରଚାର୍ଜ ଲଗାଇବା ପାଇଁ ଘୋଷଣା କରିସାରିଛନ୍ତି।

ଏୟାରଲାଇନ ଏକ ବୟାନରେ କହିଛି ଯେ ଏହି ସରଚାର୍ଜ ୪୫୦ ଟଙ୍କାରୁ ଆରମ୍ଭ କରି ୨,୩ ୦୦ ଟଙ୍କା ମଧ୍ୟରେ ହୋଇପାରେ, ଯାହା ଅଲଗା ଅଲଗା ରୁଟ ଅନୁସାରେ ନିର୍ଦ୍ଧାରିତ ହେବ। ଏୟାରଲାଇନ ଏକ ବୟାନରେ କହିଛି ଯେ ଘରୋଇ ଉଡାଣ ଓ ଭାରତୀୟ ଉପମହାଦ୍ୱୀପ ମଧ୍ୟରେ ଇନ୍ଧନ ଶୁଳ୍କ ୪୨୫ ଟଙ୍କା ରହିବ। ତେବେ ପଶ୍ଚିମ ଏସିୟାକୁ ଯାଉଥିବା ଉଡାଣ ଲାଗି ଏହି ସୁଳ୍କ ୯୦୦ ଟଙ୍କା ଓ ଦକ୍ଷିଣ-ପୂର୍ବ ଏସିୟା, ଚୀନ୍, ଆଫ୍ରିକା ଓ ପଶ୍ଚିମ ଏସିଆ ଉଡାଣ ପାଇଁ ୧,୮୦୦ ଟଙ୍କା ହେବ। ତେବେ ୟୁରୋପ ଯିବାକୁ ଏହି ଇନ୍ଧନ ଶୁଳ୍କ ୨,୩୦୦ ଟଙ୍କା ପଡିବ।

ଏୟାରଲାଇନ୍ସ ଅନୁସାରେ ମଧ୍ୟପ୍ରାଚ୍ୟରେ ଜାରି ଭୂ-ରାଜନୈତିକ ଉତ୍ତେଜନା କାରଣରୁ ଜେଟ୍ ଫୁଏଲ ମୂଲ୍ୟ ଭୀଷଣ ବଢି ଯାଇଛି। ଏଣୁ ସେହି ଅନୁସାରେ ଏୟାରଲାଇନ୍ସ ସଞ୍ଚାଳନ ଖର୍ଚ୍ଚ ମଧ୍ୟ ବଢିଛି। ଏହି କାରଣରୁ ଫୁଏଲ ସରଚାର୍ଜ ଲାଗୁ କରିବାକୁ ଏୟାରଲାଇନ୍ସ, ନିଷ୍ପତ୍ତି ନେଇଛି। ଇଣ୍ଡିଗୋ ସବୁ ଘରୋଇ ଓ ଅନ୍ତର୍ଜାତୀୟ ଉଡାଣରେ ମାର୍ଚ୍ଚ ୧୪ ତାରିଖରୁ ଏହି ଦର ବୃଦ୍ଧି ଲାଗୁ କରିବ। ଏୟାରଲାଇନ ସମୂହ ଅନୁସାରେ ବଢୁଥିବା ଇନ୍ଧନ ମୂଲ୍ୟ କାରଣରୁ ଏହି ସରଚାର୍ଜ ଅଲଗା ଅଲଗା ଘରୋଇ ଓ ଅନ୍ତର୍ଜାତୀୟ ରୁଟରେ ପର୍ଯ୍ୟାୟକ୍ରମେ ଲାଗୁ କରାଯିବ।

ଏୟାରଲାଇନ କହିଛି ଯେ ଯଦି ଇନ୍ଧନର ବର୍ଦ୍ଧିତ ମୂଲ୍ୟ ପ୍ରଭାବ ପୁରା ପୁରି ଟିକେଟ ଉପରେ ଲଦି ଦିଆଯିବ ତେବେ ବିମାନ ଭଡ଼ା ଅନେକମାତ୍ରାରେ ବଢିଯିବ। ଏଣୁ ଯାତ୍ରୀଙ୍କ ଉପରେ ଭଡ଼ା ବୋଝ ନ ପକାଇ ଅପେକ୍ଷାକୃତ କମ୍ ଇନ୍ଧନ ଶୁଳ୍କ ସରଚାର୍ଜ ଆକାରରେ ଲାଗୁ କରାଯାଇଛି। ଏହା ପୂର୍ବରୁ ମାର୍ଚ୍ଚ ୧୦ ତାରିଖ ଦିନ ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଟିକେଟ ଉପରେ ଇନ୍ଧନ ସରଚାର୍ଜ ଲାଗୁ ଘୋଷଣା କରିଥିଲେ।