ମକର ରାଶି ବ୍ୟକ୍ତିଙ୍କୁ ଦିନରେ ଅଯଥା ଭ୍ରମଣ କରିବାକୁ ପଡ଼ିପାରେ, କଠିନ ପରିଶ୍ରମ ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି

NEWS7
bollywood-legendary-actress-minoo-mumtaz-passed-away

ମେଷ- କାର୍ଯ୍ୟ ସିଦ୍ଧି ହେବା ସହ ନିଜର ଉଦ୍ୟମରେ ସଫଳତା ପାଇବେ। ମାତ୍ର ରବିବାର ଆପଣଙ୍କ ପାଇଁ ଘାତ ବାର ହୋଇଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବା ଜରୁରୀ ଅଟେ। ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କଲେ ଆତ୍ମବିଶ୍ୱାସ ବହୁଗୁଣିତ ହେବ।

ବୃଷ- ସାମାନ୍ୟ ସ୍ୱାସ୍ଥ୍ୟ ହାନି ହେବାର ଆଶଙ୍କା ରହିଛି ଏବଂ ପାରିବାରିକ କଳହ ଯୋଗୁ ମନ ଅଶାନ୍ତ ରହିପାରେ। ନିଜର ବାଣୀ ଉପରେ ସଂଯମତା ରକ୍ଷା କଲେ ପରିସ୍ଥିତି ନିୟନ୍ତ୍ରଣରେ ରହିବ ଏବଂ ସମସ୍ୟା ଦୂର ହେବ। ପୁରୁଣା ବନ୍ଧୁଙ୍କ ସହ ଯୋଗାଯୋଗ ହେବା ଫଳରେ ମନ ପ୍ରଫୁଲ୍ଲ ରହିବ।

ମିଥୁନ- ଯାନବାହନ ଚଳାଚଳ ସମୟରେ ଦୁର୍ଘଟଣା ପ୍ରତି ସତର୍କ ରୁହନ୍ତୁ। କିନ୍ତୁ ପତ୍ନୀଙ୍କ ସହଯୋଗ ଯୋଗୁ ବହୁତ ଖୁସି ଅନୁଭବ କରିବେ। କର୍ମକ୍ଷେତ୍ରରେ କୌଣସି ନୂତନ ଦାୟିତ୍ୱ ମିଳିବା ଦ୍ୱାରା ଆପଣଙ୍କର ଦକ୍ଷତା ପ୍ରତିପାଦିତ ହେବ। ମାନସିକ ସ୍ଥିରତା ବଜାୟ ରଖିବା ପାଇଁ ଚେଷ୍ଟା କରନ୍ତୁ।

କର୍କଟ- ମନରେ ଅତ୍ୟନ୍ତ ପ୍ରସନ୍ନତା ବଜାୟ ରହିବା ସହ ବ୍ୟବସାୟରେ ଉଲ୍ଲେଖନୀୟ ଉନ୍ନତି ହେବାର ଯୋଗ ରହିଛି। ଆର୍ଥିକ କାରବାରରେ ସଫଳତା ମିଳିବା ସହ ବହୁ ଦିନରୁ ଅଟକି ରହିଥିବା ଅର୍ଥ ହସ୍ତଗତ ହୋଇପାରେ। ସାମାଜିକ କାର୍ଯ୍ୟରେ ଯୋଗ ଦେଇ ଆପଣ ପ୍ରଶଂସିତ ହେବେ।

ସିଂହ- ନିଜର କାର୍ଯ୍ୟ ପାଇଁ ପୁରସ୍କୃତ ହୋଇପାରନ୍ତି। କିନ୍ତୁ ସ୍ୱାସ୍ଥ୍ୟହାନି ପ୍ରତି ସଚେତନ ରହିବା ଆବଶ୍ୟକ। ନିଜର ଶରୀରର ଉଚିତ ଯତ୍ନ ନିଅନ୍ତୁ ଏବଂ ଅତ୍ୟଧିକ ପରିଶ୍ରମରୁ ନିଜକୁ ନିବୃତ୍ତ ରଖନ୍ତୁ। ରାଜନୈତିକ ସମ୍ପର୍କରୁ କୌଣସି ବଡ଼ ଲାଭ ପାଇବାର ସମ୍ଭାବନା ରହିଛି।

କନ୍ୟା- ସମାଜରେ ସମ୍ମାନ ବୃଦ୍ଧି ପାଇବ କିନ୍ତୁ ଅଯଥା ଅର୍ଥବ୍ୟୟ ଯୋଗୁ କିଛିଟା ଚିନ୍ତିତ ରହିପାରନ୍ତି। ନିଜର ବଜେଟ୍ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଆବଶ୍ୟକ ନଥିବା ସାମଗ୍ରୀ କ୍ରୟ କରିବାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ପରାମର୍ଶରେ କାମ କଲେ ଆର୍ଥିକ ଉନ୍ନତି ହେବା ସହ ମାନସିକ ଶାନ୍ତି ମିଳିବ।

ତୁଳା- ଘାତ ଚନ୍ଦ୍ର ହେତୁ ମନରେ କିଛିଟା ଉତ୍ତେଜନା ପ୍ରକାଶ ପାଇପାରେ। କିନ୍ତୁ ବିଭିନ୍ନ ସୂତ୍ରରୁ ଅର୍ଥଲାଭ ହେବାର ଶୁଭ ଯୋଗ ରହିଛି। ଶତ୍ରୁମାନେ ପରାସ୍ତ ହେବେ ଏବଂ ଆପଣଙ୍କର ପରାକ୍ରମ ବୃଦ୍ଧି ପାଇବ। ସନ୍ଧ୍ୟା ସମୟରେ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇ ମାନସିକ ଶାନ୍ତି ପ୍ରାପ୍ତ କରିବେ।

ବିଛା- ପରାକ୍ରମ ବୃଦ୍ଧି ପାଇବା ସହ ସମସ୍ତ କାର୍ଯ୍ୟ ନିଭୟରେ ସମ୍ପାଦନ କରିବେ ହେଲେ କୌଣସି କାରଣରୁ ଧନହାନିର ଭୟ ରହିଛି। ଆର୍ଥିକ ନିଷ୍ପତ୍ତି ନେବା ବେଳେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନେବା ଶ୍ରେୟସ୍କର ହେବ। ଗୁପ୍ତ ଶତ୍ରୁମାନଙ୍କଠାରୁ ସତର୍କ ରୁହନ୍ତୁ ଏବଂ ନିଜର ଯୋଜନା ଗୋପନ ରଖନ୍ତୁ।

ଧନୁ- ଦୂର ସ୍ଥାନରୁ ଶୁଭ ସମାଚାର ପ୍ରାପ୍ତି ହେବ ଏବଂ ନୂତନ ଆଭୂଷଣ ଲାଭ କରିବାର ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବା ସହ ଦିନଟି ବହୁତ ଆନନ୍ଦରେ କଟିବ। ନୂତନ କର୍ମ ନିଯୁକ୍ତି ପାଇଁ ଚେଷ୍ଟା କରୁଥିଲେ ସଫଳତା ମିଳିପାରେ।

ମକର- ଅଯଥା ଭ୍ରମଣ କରିବାକୁ ପଡ଼ିପାରେ ଏବଂ ଏଥିପାଇଁ ଅଧିକ ଅର୍ଥ ବ୍ୟୟ ହୋଇପାରେ। ସମୟର ସଠିକ୍ ସଦୁପଯୋଗ କରନ୍ତୁ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ପ୍ରାଥମିକତା ଦିଅନ୍ତୁ। କଠିନ ପରିଶ୍ରମ ଦ୍ୱାରା ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା ଅଛି।

କୁମ୍ଭ- ଘାତ ଚନ୍ଦ୍ର ଯୋଗୁ କାର୍ଯ୍ୟରେ ବାରମ୍ବାର ବାଧା ଉପୁଜିପାରେ ଏବଂ ବ୍ୟବସାୟରେ ସ୍ୱଳ୍ପଲାଭ ମିଳିବ। ହନୁମାନ ଚାଳିଶା ପାଠ କଲେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଦିନଟି ଅନୁକୂଳ ନୁହେଁ।

ମୀନ- ବହୁ ଦିନରୁ କରିଥିବା ଇଚ୍ଛା ପୂର୍ଣ୍ଣ ହେବ ଏବଂ ପ୍ରତ୍ୟେକ କର୍ମେ ସଫଳତା ପ୍ରାପ୍ତ ହେବ। ମନ ଅତ୍ୟନ୍ତ ପ୍ରଫୁଲ୍ଲ ରହିବା ସହ ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ଦିନର ଶେଷ ଭାଗରେ ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ସମୟ ଅତିବାହିତ କରି ଖୁସି ହେବେ।

ଜ୍ୟୋତିର୍ବିଦ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682