LIVE TV

ଭାରତରେ କୃଷି କ୍ଷେତ୍ରରେ ହୋଇପାରେ ବ୍ୟାପକ ପରିବର୍ତ୍ତନ

NEWS7
bollywood-actor-salman-khan-puts-up-a-special-message-for-fans-outside-his-residence

ନୂଆଦିଲ୍ଲୀ: ଭାରତରେ ଏବେ ବି ଅଧିକାଁଶ କୃଷକ ଚାଷ ଜନିତ ଟେକ୍ନୋଲୋଜୀରୁ ବଞ୍ଚିତ ରହିଛନ୍ତି। ପାଖାପାଖି ୮୬% କୃଷକ ବର୍ତ୍ତମାନ ଏହି ଶ୍ରେଣୀର। ତେଣୁ ବର୍ତ୍ତମାନ ଭାରତକୁ ବିଭାଜିତ ଚାଷ ବ୍ୟବସ୍ଥାରୁ ହଟି ଏକ ପ୍ରଣାଳିଗତ ଏକୀକରଣ ଚାଷ ବ୍ୟବସ୍ଥା ଆଡ଼କୁ ଅଗ୍ରସର ହେବା ଆବଶ୍ୟକ ବୋଲି କହିଛି ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ। କେବଳ ସେତିକି ନୁହେଁ,ଟେକ୍ନୋଲୋଜୀକୁ ଚାଷୀଙ୍କ ପାଇଁ କେମିତି ବୈଧ କରାଯିବ,ଏହାର ବ୍ୟବସାୟକରଣ କରିବା ଓ କ୍ଷୁଦ୍ର ଚାଷୀମାନଙ୍କ ପାଖରେ ପହଞ୍ଚିବାର ଉପାୟରେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛି ଆସୋଚାମ।

ଦେଶରେ ବିଭିନ୍ନ ଖାଦ୍ୟ ଶଷ୍ୟର ଚାଷବାସ ହେଉଛି। ହେଲେ କୃଷକମାନେ କୃଷି ଟେକ୍ନୋଲୋଜୀ ସହିତ ଜଡ଼ିତ ନହେବାରୁ ଚାଷରେ ନାନା ସମସ୍ୟା ଦେଖାଯାଉଛି। ତେଣୁ କୃଷକମାନଙ୍କୁ ଟେକ୍ନୋଲୋଜୀ ସହ ଯୋଡ଼ିବାକୁ ଆହ୍ୱାନ ଦେଇଛି ଭାରତୀୟ ବାଣିଜ୍ୟ ଏବଂ ଶିଳ୍ପ ସଂଘ ବା ଆସୋଚାମ। ରାଜ୍ୟସ୍ତରରେ ଟେଷ୍ଟିଂ ପ୍ଲାଟଫର୍ମ ଓ ୟୁନିଫାଏଡ୍ ଡାଟା ଫ୍ରେମୱର୍କ ଦ୍ୱାରା ଏହା କରାଗଲେ ଅଧିକାଂଶ ଚାଷୀଙ୍କୁ ଟେକ୍ନୋଲୋଜୀ ସହ ଯୋଡ଼ା ଯାଇପାରିବ ବୋଲି ଆସୋଚାମ ମଙ୍ଗଳବାର ଜାରି କରିଥିବା ଏକ ସର୍ଭେ ରିପୋର୍ଟରେ ଦର୍ଶାଇଛି।

ଶିଳ୍ପ ସଂଘ କହିଛି ଯେ ଦେଶର ୮୬ ପ୍ରତିଶତ ଚାଷୀ କୃଷି ଟେକ୍ନୋଲୋଜୀ ଉଦ୍ଭାବନ ପାଖରେ ପହଞ୍ଚି ପାରି ନାହାନ୍ତି। ତେଣୁ ଟେକ୍ନୋଲୋଜୀକୁ ବୈଧ କରାଇବା,ଏହାର ବ୍ୟବସାୟକରଣ କରିବା ଓ କ୍ଷୁଦ୍ର ଚାଷୀମାନଙ୍କ ପାଖରେ ପହଞ୍ଚିବାର ଉପାୟରେ ଆମୂଳଚୂଳ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି।

ଭବିଷ୍ୟତର କୃଷି ଅର୍ଥ ଗୋଟିଏ ସ୍ଥାନରେ ଟେକ୍ନୋଲୋଜୀ ସହ ଚାଷ କରିବା,ତଥ୍ୟ ସଂଗ୍ରହ ସହ ତୁରନ୍ତ ନିଷ୍ପତ୍ତି ଏବଂ ନୂଆ ଉଦ୍ଭାବନର ଚାଷ ଉପରେ ପ୍ରଭାବକୁ ବୁଝାଇବ। ତେଣୁ ପୁରୁଣା ଶୈଳୀରେ ଚାଷ କଲେ କିଛି ଲାଭ ନାହିଁ ବୋଲି ଶିଳ୍ପ ସଂଘ କହିଛି।

ତେଣୁ ଚାଷୀଙ୍କୁ ଟେକ୍ନୋଲୋଜୀ,ଡାଟା,ରିସର୍ଚ୍ଚ ବିଷୟରେ ଅବଗତ କରାଇବାକୁ ହେଲେ ରାଜ୍ୟସ୍ତରରେ ସରକାରୀ ସହଯୋଗରେ ଏକ ଏଗ୍ରୀ ଟେକ୍ ସାଣ୍ଡବକ୍ସ ସ୍ଥାପନ କରିବାକୁ ପଡ଼ିବ।ବର୍ତ୍ତମାନ ସମୟରେ ବିଶ୍ୱରେ କେଉଁଭଳି ସ୍ଥିତି ଚାଲିଛି, କେଣୁ ପାଣିପାଗ ଚାଲିଛି ତାକୁ ଦେଖି ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିବାରେ ଏହି ସ୍ୟାଣ୍ଡବକ୍ସ ଏକ ପରୀକ୍ଷା କେନ୍ଦ୍ର ଭାବରେ କାର୍ଯ୍ୟ କରିବ।

ଯେଉଁଥିରେ ସରକାରୀ ସଂସ୍ଥା,ଷ୍ଟାର୍ଟଅପ୍ ଏବଂ ରିସର୍ଚ୍ଚ ସଂସ୍ଥାନ ଏକାଠି କାମ କରିବେ। କୌଣସି ଯୋଜନାରେ ପୂର୍ଣ୍ଣ ରୂପାୟନ ପୂର୍ବରୁ ଏହାର ଏହାର ବୈଧତାକୁ ଯାଞ୍ଚ କରିବେ ଓ ଏହା ଲାଗୁ କରିବେ। ପାଇଲଟ ପ୍ରକଳ୍ପ ହିସାବରେ ଯୋଜନା ଓ ଟେକ୍ନଲୋଜୀ ଲାଗୁ କରି ଏହାର ସଫଳତା ଦେଖିବା ପରେ କିଭଳି ନୂଆ ଯୋଜନାକୁ ପୂର୍ଣ୍ଣକାଳୀନ ଭାବେ ଲାଗୁ କରାଯିବ ସେ ଦିଗରେ ଧ୍ୟାନ ଦେବ ବୋଲି ଆସୋଚାମ କହିଛି।

ଚୀନ କୃଷି କ୍ଷେତ୍ର ଆଜି ଖୁବ୍ ଆଡ୍ଭାନ୍ସ। ସେଠାରେ ନାନା ପ୍ରକାରର ପରୀକ୍ଷା ନିରିକ୍ଷା କରିବା, ନୂଆ ନୂଆ ଟେକ୍ନୋଲୋଜୀ ଉଦ୍ଭାବନ ସହିତ ଜେନେଟିକ ପରିବର୍ତ୍ତନ କରି ବିଭିନ୍ନ ଫଳ ଓ ପନିପରିବା ତିଆରି ବି କରାଯାଉଛି। ହେଲେ ଭାରତରେ ଯଦିଓ ଏହି ଉଦ୍ୟମ ହେଉଛି ତେବେ ତାହା ଏହି ଫ୍ରେଗମେଣ୍ଟେଡ ଏଗ୍ରୀକଲଚର ଇନୋଭେସନ ଯୋଗୁ ଅଟକି ରହୁଛି। ଏଥିପାଇଁ ଆସୋଚାମ ସ୍ୟାଣ୍ଡବକ୍ସ ପ୍ରତିଷ୍ଠା କରିବାକୁ ପରାମର୍ଶ ଦେଇଛି। ଏହା କଣ ପଢ଼ନ୍ତୁ ରିପୋର୍ଟ।

ଦେଶରେ ୯୦ ରୁ ଅଧିକଭାରତୀୟ କୃଷି ଅନୁସନ୍ଧାନ ପରିଷଦ ବାICAR,୬୦ ଟି ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂ ୭୦୦ ରୁ ଅଧିକ କୃଷି ବିଜ୍ଞାନ କେନ୍ଦ୍ର (KVK)ଥିବା ସତ୍ତ୍ୱେ,ଭାରତରେ ଉଦୀୟମାନ କୃଷି-ପ୍ରଯୁକ୍ତିବିଦ୍ୟା ପରୀକ୍ଷା କରିବା ପାଇଁ ଏକ ସମନ୍ୱିତ ବ୍ୟବସ୍ଥା ନାହିଁ। ଯାହାଦ୍ୱାରା କୃଷି ସମ୍ପର୍କିତ ଗବେଷଣା ଓ ତତସମ୍ପର୍କିତ କୌଣସି ଟେକ୍ନୋଲୋଜୀର ଆବିଷ୍କାର କରିବାରେ ଭାରତ ପଛରେ ପଡ଼ିଯାଉଛି। ଯାହା ବିକଶିତ ଭାରତ ଭିଜନରେ ମଧ୍ୟ ଏକ ବାଧକ ନିଶ୍ଚୟ।

ବର୍ତ୍ତମାନ ଭାରତର କୃଷି ବ୍ୟବସ୍ଥା ପୃଥକ ପୃଥକ ଭାବେ ରହିଛି। ଯାହାର ଇଂରାଜୀ ଟର୍ମ ହେଲା ଫ୍ରେଗମେଣ୍ଟେଡ ଏଗ୍ରୀକଲଚର ଇନୋଭେସନ। ଅର୍ଥାତ୍ ଚାଷ କ୍ଷେତ୍ରରେବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ନବସୃଜନକୁ ଆପଣାଯାଉଛି, ପରୀକ୍ଷଣ କରାଯାଉଛି ଏବଂ ଏହାକୁ କାର୍ଯ୍ୟକାରୀ କରାଯାଉଛି। ହେଲେ ପୃଥକ ଭାବେ,କେବଳ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ହେଉଛି। ଉଦାହରଣ ସ୍ୱରୂପ ଯଦି ଓଡ଼ିଶାରେ କୌଣସି କୃଷିଜାତ ଟେକ୍ନୋଲୋଜୀ ଆସିଲା ତେବେ ତାକୁ କେବଳ ରାଜ୍ୟରେ ପରୀକ୍ଷଣ ଓ କାର୍ଯ୍ୟକାରୀ କରାଯାଉଛି। ସାରା ଭାରତ ବର୍ଷର କୃଷି ଏହି ଟେକ୍ନୋଲୋଜୀ କିମ୍ବା ଉଦ୍ଭାବନ ବିଷୟରେ ଜାଣିପାରୁ ନାହାନ୍ତି। ଏଥିପାଇଁ କୌଣସି ୟୁନିଫାଏ ସିଷ୍ଟମ ଆପ୍ରୋଚ ବା ଏକୀକୃତ ପ୍ରଣାଳୀଗତ ଢାଞ୍ଚା ନାହିଁ।ଫଳରେ ଯାହା ସବୁ ଉଦ୍ଭାବନ ହେଉଛି ତାହାର ସଠିକ ଉପଯୋଗ ହୋଇପାରୁନି କି ପ୍ରାମାଣିକତା ହୋଇପାରୁନି।

କୃଷି କ୍ଷେତ୍ରରେ ଏକ "ସାଣ୍ଡବକ୍ସ" ହେଉଛିପୃଥକ ନିୟନ୍ତ୍ରିତ ବାତାବରଣ ପ୍ରଣାଳୀ। ଯେଉଁଠି ନୂଆ ଟେକ୍ନୋଲୋଜୀ,ଉତ୍ପାଦ କିମ୍ବା ବ୍ୟବସାୟ ମଡେଲଗୁଡ଼ିକୁ ବ୍ୟାପକ ଭାବରେ ନିୟୋଜିତ କରିବା ପୂର୍ବରୁ ଏହାର ପରୀକ୍ଷା,ବୈଧତା ଏବଂ ପ୍ରମାଣୀକରଣ କରାଯାଏ। ତେଣୁ କୃଷିର ସମାଧାନ ପାଇଁ ଆସୋଚାମ ସାଣ୍ଡବକ୍ସ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛି।

ପ୍ରତ୍ୟେକ ସାଣ୍ଡବକ୍ସ ରାଜ୍ୟ କୃଷି ବିଭାଗ ମଧ୍ୟରେ ସ୍ଥାପିତ ହେବଯେଉଁଥିରେ କୃଷି ସହଯୋଗୀ ବିଭାଗ ଏବଂଭାରତୀୟ କୃଷି ଅନୁସନ୍ଧାନ ପରିଷଦ,ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ଏବଂNABARDସମେତ ଅଂଶୀଦାରମାନେ ଅଂଶଗ୍ରହଣ କରିବେ।କୃଷି ମନ୍ତ୍ରଣାଳୟ ଏବଂ ନୀତି ଆୟୋଗଙ୍କ ସହ-ଅଧ୍ୟକ୍ଷତାରେ ଏକ ଜାତୀୟ ପରିଚାଳନା କମିଟି ଏହାର ଶାସନ ଏବଂ ପାଣ୍ଠି ତଦାରଖ କରିବା କାର୍ଯ୍ୟ କରିବେ।

ଆସୋଚାମ ରିପୋର୍ଟରେ କୁହାଯାଇଛି ଯେ କୃଷି ସମ୍ପର୍କିତ ତଥ୍ୟ ବର୍ତ୍ତମାନ ଅଲଗା ଅଲଗା ସ୍ଥାନରେ ରହିଛି। ଯେମିତିକିICARରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ ପାଖରେ ଗବେଷଣା ପରୀକ୍ଷଣ,ରାଜ୍ୟ ମାର୍କେଟିଂ ବୋର୍ଡ ପାଖରେ ବଜାର ତଥ୍ୟ,ଏବଂ ଘରୋଇ କୃଷି-ଟେକନିକ ଷ୍ଟାର୍ଟଅପ୍ ପାଖରେ କୃଷି-ସ୍ତରୀୟ ତଥ୍ୟ ରହିଛିଏହି ବିଭାଜନ ଯାଞ୍ଚ କରାଯାଇଥିବା ତଥ୍ୟ ଉପରେ ନିର୍ଭର କରୁଥିବା ଅତ୍ୟାଧୁନିକ ଉଦ୍ଭାବନର ବିକାଶକୁ ସୀମିତ କରୁଛି

ASSOCHAM FAO-ସୁପାରିଶ କରିଥିବାFAIRନୀତିକୁ ଆଧାର କରି ଏକ ଏଗ୍ରିକଲଚରାଲ ଡାଟା କମନ୍ସ ବା ଗୋଟିଏ ସ୍ଥାନରେ କୃଷି ସମ୍ପର୍କିତ ତଥ୍ୟର ସଂଗ୍ରହ ପାଇଁ ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆହ୍ୱାନ ଦେଇଛି। ଏଥିରେ କୃଷି ସମ୍ପର୍କିତତଥ୍ୟକୁ ଖୋଜିପାଇବା,ଏହାର ଆନ୍ତଃ ପରିଚାଳନା ଏବଂ ପୁନଃବ୍ୟବହାରଯୋଗ୍ୟ କରାଯାଇପାରିବବିଶ୍ୱ ଅର୍ଥନୈତିକ ଫୋରମ ସହିତ ବିକଶିତ ତେଲେଙ୍ଗାନାର କୃଷି ତଥ୍ୟ ବିନିମୟ (ADeX)କୁଉଦାହରଣ ଭାବେ ଦେଇଛି ଆସୋଚମା। ଏହା ସୁରକ୍ଷିତ,ମାନଦଣ୍ଡ-ଚାଳିତ ତଥ୍ୟ ଶେୟାର ପାଇଁ ଏକ ମଡେଲ ବୋଲି ରିପୋର୍ଟରେ କୁହାଯାଇଛି।

ରିପୋର୍ଟରେ କୁହାଯାଇଛି ଯେ ସ୍ଥାୟୀ କୃଷିଜାତ ପରିମାଣ ହାସଲ କରିବା ପାଇଁ,କୃଷି-ଷ୍ଟାର୍ଟଅପ୍ଗୁଡ଼ିକୁ ମଧ୍ୟ ଯୋଗଦାନ ଦେବାକୁ ପଡ଼ିବ। ସେମାନେ ଚାଷର ବିଷୟକୁ ବୁଝିବା ସହିତ ଉତ୍ପାଦ-କୈନ୍ଦ୍ରିକ ମଡେଲରୁ ହଟି କୃଷକଙ୍କ ସୁଲଭତା ଏବଂ କ୍ଷମତାକୁ ଦେଖି ନିଜକୁ ପରିବର୍ତ୍ତନ କରିବା ଉଚିତ।

ରିପୋର୍ଟରେ ମୁଖ୍ୟଧାରାର ପ୍ରଯୁକ୍ତିବିଦ୍ୟା ଆପଣାଇଭା ପାଇଁ ପ୍ରବେଶ-ଭିତ୍ତିକ ସେବା,କମ୍ୟୁନିଟି-ନେତୃତ୍ୱାଧୀନ ବଣ୍ଟନ,ଆଉଟକମ-ଲିଙ୍କ୍ଡ୍ କମର୍ସିଆଲାଇଜେସନବା ଉତ୍ପାଦନ ସମ୍ପର୍କିତ ବାଣିଜ୍ୟିକରଣ ଏବଂ କ୍ରେଡିଟ୍-ଲିଙ୍କ୍ଡ ଆଡପସନ ଋଣ ଆଦି ବିଷୟରେ ସୁପାରିଶ କରାଯାଇଛି। କେବଳ ଏସବୁ ବ୍ୟବସ୍ଥା କରିଦେଲେ ହେବ ନାହିଁ। ଦେଶର କୃଷକମାନଙ୍କୁ ମଧ୍ୟ ଟେକ୍ନୋଲୋଜୀ ଆପଣାଇବାକୁ ଶିକ୍ଷା ଦେବାକୁ ପଡ଼ିବ। ସେମାନଙ୍କୁ ଯୋଗ୍ୟ କରାଇବାକୁ ପଡ଼ି।

ଟେକ୍ନୋଲୋଜୀ ଉନ୍ନତିର ତୃଣମୂଳ ସ୍ତରରେ ଗ୍ରହଣୀୟତା ବଢ଼ାଇବା ପାଇଁ ଡିଜିଟାଲ ସାକ୍ଷରତା ଏବଂAI-ସକ୍ଷମ ପରାମର୍ଶିଦାତା ଉପକରଣ ଉପରେ ଚାଷୀ ଏବଂ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ଏସବୁ କଲେ ଯାଇ ଭାରତର କୃଷି ବିଭାଗ ଚୀନର କୃଷି ବିଭାଗକୁ ଟକ୍କର ଦେଇପାରିବ ବୋଲି କୁହାଯାଉଛି।