କରଡ଼ା ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

NEWS7
bollywood-actor-rishi-kapoor-sridevi-vinod-khanna-passes-away

ଫୁଲବାଣୀ ୨୨।୦୨ : ପୋଲିସ-ମାଓବାଦୀ ମୁହାଁମୁହିଁ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ଜଙ୍ଗଲରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ହୋଇଛି । ଯେଉଁଥିରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ବର୍ତ୍ତମାନ ଯାଏଁ ମୃତ ମାଓବାଦୀଙ୍କ ପରିଚୟ ମିଳିନାହିଁ । ଜଙ୍ଗଲରେ ବର୍ତ୍ତମାନ ଚାଲିଛି ସର୍ଚ୍ଚ ଅପରେସନ ।

ଏ ଖବର ବି ପଢନ୍ତୁ:- ଖୋଲିବ କଳାକାରନାମା, ଫରେନସିକ ଲାବ୍ ଯିବ ପୀଡ଼ିତାଙ୍କ ମୋବାଇଲ !

ଖବର ଅନୁଯାୟୀ, କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ଜଙ୍ଗଲରେ କିଛି ମାଓବାଦୀ ଲୁଚି ରହିଥିବାର ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । ଦୀର୍ଘ ସମୟ ଧରି ଜଙ୍ଗଲର ମାଓବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ମହିଳା କ୍ୟାଡର ଥିବା ଜଣାପଡିଛି। ମୃତ ମାଓବାଦୀଙ୍କ ପରିଚୟ ଜଣା ପଡିନାହିଁ। ଜଙ୍ଗଲରେ ଏବେବି କମ୍ଵିଂ ଅପରେସନ ଜାରି ରହିଛି।

ଏ ଖବର ବି ପଢନ୍ତୁ:- ଗୋଟିଏ ମାସ ଯାଏଁ ପ୍ରତିଦିନ ରାତିରେ ପିଅନ୍ତୁ ପାନମହୁରି ପାଣି, ମିଳିବ ଜବରଦସ୍ତ ଫାଇଦା