ରାସ୍ତାକଡ଼ରୁ ମିଳିଲା ତୁଷାରଙ୍କ ରକ୍ତାକ୍ତ ମୃତଦେହ, କିଏ ଓ କାହିଁକି କଲା ହତ୍ୟା ?

NEWS7
body-of-bhadrak-rape-victims-father-found-accused-held

ଛେଣ୍ଡିପଦା ୧୪।୦୨ : ଅନୁଗୋଳ ଛେଣ୍ଡିପଦା ବାଗଡ଼ିଆ ଥାନା ଭେଜିଡିହ ଗାଁରେ ଅଘଟଣ । ଜାତୀୟ ରାଜପଥ କଡ଼ରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଠାବ କରାଯାଇଛି । ମୃତକ ହେଲେ ବାଗଡିଆ ଗାଁର ତୁଷାର କାନ୍ତ ଦେହୁରି ବୋଲି ଜଣାପଡିଛି । ତାଙ୍କୁ କେହି ଛୁରୀ ଭୂଷି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ଏ ଖବର ବି ପଢନ୍ତୁ:- ପ୍ରେମରେ ହେଲେ ଉବୁଟୁବୁ, ଅନ୍ୟ ଜାତିର ଜାଣିବା ପରେ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ପ୍ରେମିକା

ଖବର ଅନୁଯାୟୀ, ଜାତୀୟ ରାଜପଥର ଭେଜିଡିହ ଗାଁ ନିକଟ ରାସ୍ତା କଡ଼ରେ ଏକ ପଡ଼ିଥିବାର କିଛି ଲୋକ ଦେଖିଥିଲେ । ଏହାପରେ ତୁରନ୍ତ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ବାଗଡ଼ିଆ ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ତୁଷାରଙ୍କ ପେଟ ଓ ମୁହଁରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ଜଣପାଡିଛି । ତେବେ କିଏ ଓ କାହିଁକି ହତ୍ୟା କରିଛି । ସେନେଇ ପୋଲିସ ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ନେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଏ ଖବର ବି ପଢନ୍ତୁ:- ନୀରବ ହୃଦୟର ସ୍ପନ୍ଦନ, ଅଢେଇ ଅକ୍ଷର ପ୍ରେମ: ବିଶ୍ୱାସ ଓ ଭରସାର ଅତୁଟ ବନ୍ଧନ