ପୀୟୁଷ ମାନିଆ, କେଇ ଘଣ୍ଟାରେ ସରିଗଲା ଟିକେଟ୍...

NEWS7
boat-drowned-in-brahmani-one-drowned-and-4-rescue

ଯାଜପୁର ୨୧।୦୧ : ପୀୟୁଷ କ୍ରେଜ୍ । କେଇ ଘଣ୍ଟାରେ ସରିଗଲା ଟିକେଟ୍ । ଯାଜପୁର ବରୁଣେଶ୍ୱର ମେଳା ଯାତ୍ରା ରାଣୀ ସିଂହବାହିନୀର ନାଟକ ତୁ ମୋ ବଜରଙ୍ଗୀର ଟିକେଟ୍ ମାତ୍ର କେଇ ମିନିଟ୍ ମଧ୍ୟରେ ହୋଇଯାଇଛି ଶେଷ ।

ଯାଜପୁର ବରୁଣେଶ୍ୱର ମେଳାରେ ଯାତ୍ରା ରାଣୀ ସିଂହବାହିନୀର ପଡିଛି । ଯେଉଁଠାରେ ନାଟକ ତୁ ମୋ ବଜରଙ୍ଗୀ ପ୍ରଦର୍ଶିତ ହେବାର ଥିଲା । କିନ୍ତୁ କୋର୍ଟ-କଚେରୀ ବିବାଦରେ ପୀୟୁଷଙ୍କ ମଞ୍ଚ ଚଢିବା ନେଇ ଦେଖାଦେଇଥିଲା ସସ୍ପେନ୍ସ । କିଛି ଦିନ ତଳେ ଦେଇଥିବା ରାୟରେ କୋର୍ଟ ପୀୟୁଷଙ୍କ ମଞ୍ଚ ଚଢିବା ଉପରେ ରୋକ ଲଗାଇଥିଲେ । ହେଲେ ମଙ୍ଗଳବାର କୋର୍ଟଙ୍କ ଆସିଲା ରାୟ । ଆଉ ଯାତ୍ରା ମଞ୍ଚରେ ପୀୟୁଷଙ୍କୁ ଚଢିବାକୁ ମିଳିଲା କୋର୍ଟ ଗ୍ରୀନ୍ ସିଗ୍ନାଲ୍ । ତେବେ କୋର୍ଟଙ୍କ ଏହି ରାୟ ପରେ ପୀୟୁଷଙ୍କ ଫ୍ୟାନ୍ସ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବରୁଣେଶ୍ୱର ମେଳାରେ ତୁ ମୋ ବଜରଙ୍ଗୀ ନାଟକ ପାଇଁ ବୁଧବାର ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ହେଲେ ପୀୟୁଷଙ୍କ କ୍ରେଜ୍ ଏତେ ଥିଲା ଯେ, ମାତ୍ର କେଇ ସମୟ ମଧ୍ୟରେ ସବୁ ଟିକେଟ୍ ବିକ୍ରି ଶେଷ ହୋଇଯାଇଥିଲା । ଟିକେଟ୍ କାଉଣ୍ଟରରେ ଚଢି ଟିକେଟ୍ ନେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି ।