Under 19 World Cup 2026 final: ଷଷ୍ଠ ଥର ଅଣ୍ଡର-୧୯ ୱାର୍ଲ୍ଡ ଚାମ୍ପିୟନ ହେଲା ଭାରତ, ବୈଭବଙ୍କ ବ୍ୟାଟିଂ ଆଗରେ ଇଂଲଣ୍ଡ ଚିତ୍

NEWS7
bmc-plan-for-vaccination-2

ହରାରେଷଷ୍ଠ ଥର ବିଶ୍ୱ ବିଜୟୀ ହେଲା ଭାରତ। । ୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ପରେ ଏବେ ୨୦୨୬ର ଟାଇଟଲ ହାତେଇଲା। ଶୁକ୍ରବାର ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିବା ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନ୍‌ରେ ପରାସ୍ତ କରିଛି।

ଆଜିର ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଟିମ୍ ଇଣ୍ଡିଆର ବ୍ୟାଟରମାନେ ଧୂଆଁଦାର ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୪୧୨ ରନ୍‌ରେ ପାହାଡ଼ ଛିଡ଼ା କରିଥିଲେ। ଫାଇନାଲ ମୁକାବିଲାରେ ଏତେବଡ଼ ସ୍କୋର ଟାର୍ଗେଟ୍ ଆଗରେ ପୂର୍ବରୁ ଚାପଗ୍ରସ୍ତ ଥିବା ଇଂଲଣ୍ଡ ୪୦.୨ ଓଭରରେ ୩୧୧ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି।