ବାଲିଯାତ୍ରା ୨୦୨୫
LIVE TV

IPL 2026: ଲକ୍ଷ୍ନୌ ଛାଡ଼ି ମୁମ୍ୱାଇ ସହ ଯୋଡ଼ି ହେଲେ ଶାର୍ଦୁଲ ଠାକୁର, ରଦରଫୋର୍ଡଙ୍କୁ ଛାଡ଼ିଲା ଗୁଜରାଟ

NEWS7
bmc-has-issued-satya-nagar-as-containment-zone

ମୁମ୍ବାଇ: ଆଇପିଏଲ୍ ୨୦୨୬ ପୂର୍ବରୁ ଅଲରାଉଣ୍ଡର ଶାର୍ଦୁଲ ଠାକୁର ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆରେ ଶାର୍ଦୁଲଙ୍କ ଦଳରେ ଯୋଗଦାନକୁ ସ୍ପଷ୍ଟ କରିଛି । ଆଇପିଏଲ୍ ୨୦୨୬ ପାଇଁ ରିଟେନସନ୍ ତାଲିକା ପ୍ରକାଶ ପାଇବା ପୂର୍ବରୁ, ମୁମ୍ୱାଇ ଟ୍ରେଡିଂ ଜରିଆରେ ଲକ୍ଷ୍ନୌରୁ ଶାର୍ଦୁଲ ଠାକୁରଙ୍କୁ ୨ କୋଟି ଟଙ୍କାରେ ନିଜ ସହ ଯୋଡ଼ିଛି । ୨୦୧୫ରୁ ଆଇପିଏଲ୍ ଖେଳୁଥିବା ଶାର୍ଦୁଲ ପ୍ରଥମ ଥର ପାଇଁ ଆଇପିଏଲରେ ନିଜ ଘରୋଇ ଦଳ ମୁମ୍ବାଇ ପାଇଁ ଖେଳିବେ । ଶାର୍ଦୁଲ ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି ଏବଂ ୨୦୨୫-୨୬ ରଣଜୀ ଟ୍ରଫି ପାଇଁ ତାଙ୍କୁ ଦଳର ଅଧିନାୟକ ମଧ୍ୟ କରାଯାଇଛି।

ଆଇପିଏଲ୍ ୨୦୨୫ ମେଗା ନିଲାମରେ ବିକ୍ରି ନହୋଇଥିବା ଶାର୍ଦୁଲ ଠାକୁରଙ୍କୁ ସିଜିନ୍ ଆରମ୍ଭ ହେବା ପୂର୍ବରୁ ଏଲଏସଜି ଚୁକ୍ତିବଦ୍ଧ କରିଥିଲା । ଗତ ସିିଜିନରେ ଶାର୍ଦୁଲ ବଲ୍ ସହିତ ଏକ ଚମତ୍କାର ପ୍ରଦର୍ଶନ କରିଥିଲେ । ୧୦ ମ୍ୟାଚରେ ୧୩ ୱିକେଟ୍ ନେଇଥିଲେ । ସେ ସିଜିନର ପ୍ରଥମ କିଛି ମ୍ୟାଚରେ ଏଲଏସଜିର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଶାର୍ଦୁଲ ଠାକୁର ପୂର୍ବରୁ ପଞ୍ଜାବ, ରାଇଜିଂ ପୁନେ ସୁପରଜିଆଣ୍ଟସ୍, ଦିଲ୍ଲୀ କ୍ୟାପିଟାଲ୍ସ, କେକେଆର ପାଇଁ ମଧ୍ୟ ଖେଳି ସାରିଛନ୍ତି । ଶାର୍ଦୁଲ ଜଣେ ବୋଲିଂ ଅଲରାଉଣ୍ଡର । ଆଇପିଏଲରେ ବ୍ୟାଟିଂ କରିବାର କମ ସୁଯୋଗ ମିଳିଛି । କିନ୍ତୁ ବୋଲିଂରେ ସେ ୧୦୫ ମ୍ୟାଚରେ ୧୦୭ ୱିକେଟ୍ ନେଇଛନ୍ତି ।

ସେହିପରି, ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ଶେରଫେନ୍ ରଦରଫୋର୍ଡ ମଧ୍ୟ ଆଇପିଏଲ ୨୦୨୬ ପାଇଁ ମୁମ୍ୱାଇ ଇଣ୍ଡିଆନ୍ସ ସହ ଯୋଡ଼ି ହେବାକୁ ଯାଉଛନ୍ତି । ଗୁଜରାଟ ଟାଇଟାନ୍ସ ତାଙ୍କର ପୂର୍ବ ଫି' ୨.୬ କୋଟି ଟଙ୍କାରେ ଟ୍ରେଡ୍ କରିଛି । ରଦରଫୋର୍ଡ ଏପର୍ଯ୍ୟନ୍ତ ୨୩ଟି ଆଇପିଏଳ୍ ମ୍ୟାଚ୍ ଖେଳିଛନ୍ତି । ପୂର୍ବରୁ ସେ ୨୦୧୯ରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ୨୦୨୨ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ପାଇଁ ଖେଳିଥିଲେ । ଉଲ୍ଲେଖଯୋଗ୍ୟ ଯେ ଆଇପିଏଲ୍ ୨୦୨୬ ପାଇଁ ଖେଳାଳି ରିଟେନ୍ ଓ ରିଲିଜ୍ କରିବାର ଶେଷ ତାରିଖ ନଭେମ୍ବର ୧୫ ରହିଛି ।