ହୋଟେଲ୍‌ରେ ସାଙ୍ଗ ଓ ଜଣେ ଯୁବତୀଙ୍କ ସହ ରାତି କଟାଇଲେ, ସକାଳୁ ବେଡ୍‌ରେ ପଡ଼ିଥିଲା ଯୁବକଙ୍କ ମୃତଦେହ

NEWS7
blood-donation-camp-by-ama-police-in-rairangpur

ବାଲେଶ୍ବର ୨୭।୧୨: ବାଲେଶ୍ୱରରେ ଚାଞ୍ଚଲ୍ୟ । ସହରର ଏକ ଜଣାଶୁଣା ହୋଟେଲରେ ରହିଥିଲେ ଦୁଇ ଯୁବକ ଓ ଜଣେ ଯୁବତୀ । ହୋଟେଲ୍‌ରେ ରାତି କଟାଇଲେ ୩ ଜଣ । ଶନିବାର ସକାଳୁ ମିଳିଲା ଜଣଙ୍କ ମୃତଦେହ । ଶୁକ୍ରବାର ଠାରୁ ହୋଟେଲ୍ ରୁମ୍ ଭିତରେ ପଡ଼ି ରହିଥିଲା ମୃତଦେହ । ମୃତକ ହେଉଛନ୍ତି ଆକାଶ ମହାନ୍ତ । ତେବେ ଆକାଶଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସନ୍ଦେହରେ ଜଣେ ଯୁବକଙ୍କ ସହ ହୋଟେଲ୍ ରୁମ୍‌ରେ ରାତି କଟାଇଥିବା ଯୁବତୀ । ଆକାଶଙ୍କ ବନ୍ଧୁ ରାମ ଚନ୍ଦ୍ର ସିଂକୁ ପୋଲିସ ଅଟକ ରଖିଥିବା ବେଳେ ଫେରାର ଯୁବତୀଙ୍କୁ ଖୋଜୁଛି ପୋଲିସ । 

ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ହୋଟେଲର ରୁମ୍‌ରେ ପଡ଼ିଥିଲା ଜଣେ ଯୁବକଙ୍କ ମୃତଦେହ । ଏହାଦେଖି ପୋଲିସକୁ ଖବର ଦେଇଥିଲେ ହୋଟେଲ କର୍ତ୍ତୃପକ୍ଷ । ଶୁକ୍ରବାର ଠାରୁ ହୋଟେଲ୍‌ ରୁମ୍‌ରେ ମୃତଦେହ ପଡ଼ିଥିବା ବେଳେ ଶନିବାର ସକାଳୁ ହୋଟେଲ୍‌ରେ ପହଞ୍ଚିଥିଲା ସହଦେବଖୁଣ୍ଟା ପୋଲିସ ।ପୋଲିସ ପହଞ୍ଚି ହୋଟେଲ୍‌ ରୁମ୍‌ରୁ ମୃତଦେହ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଖବର ପାଇ ମୃତକଙ୍କ ପରିବାର ଲୋକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ହୋଟେଲର ପଞ୍ଚମ ମହଲା ରୁମ୍ ନମ୍ବର ୫୦୨ରେ ଘଟିଥିଲା ଏଭଳି ଅଘଟଣ । ଦୁଇ ଦିନ ତଳେ ମୃତ ଆକାଶ ମହାନ୍ତ ବନ୍ଧୁ ରାମଚନ୍ଦ୍ର ସିଂଙ୍କ ପାଇଁ ହୋମଗାର୍ଡ ପରୀକ୍ଷା  ଆଡମିଟ୍ କାର୍ଡ ନେବାକୁ ଉଭୟେ ଆସିଥିଲେ । ତେବେ ହୋଟେଲରେ ଆକାଶ ନିଜର ଓ ନିଜ ଭାଇ ଓ ସ୍ତ୍ରୀଙ୍କ ଆଧାର କାର୍ଡ ଦେଇ ରାମଚନ୍ଦ୍ର ଓ ଅଜଣା ଯୁବତୀଙ୍କ ସହ ହୋଟେଲ୍‌ରେ ରହିଥିଲେ । କିନ୍ତୁ ଶୁକ୍ରବାର ଦିନ ଆକାଶ ରୁମ୍ ନଖୋଲିବାରୁ ହୋଟେଲ୍ ମାଲିକଙ୍କର ସନ୍ଦେହ ହୋଇଥିଲା । ଫଳରେ ସେ ପୋଲିସକୁ ଖବର ଦେଇଥିଲେ । ଶନିବାର ଦିନ ପୋଲିସ ଆସି ରୁମ୍‌ରୁ ମୃତଦେହ ଜବତ କରିଛି । ମୃତ ଯୁବକ ଆକାଶଙ୍କ ସହ ତାଙ୍କ ବନ୍ଧୁ ରାମଚନ୍ଦ୍ର ଓ ଜଣେ ଯୁବତୀ ରାତିରେ ରହିଥିବା ଜଣାପଡିଛି । ମୃତ ଆକାଶଙ୍କ ମୃତଦେହ ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପୁଅର ମୃତଦେହ ଦେଖି ଆକାଶଙ୍କ ମାଆ ଓ ସ୍ତ୍ରୀ ଧର୍ଯ୍ୟହରା ହୋଇ ପଡ଼ିଥିଲେ ।​​​​​​​

ତେବେ ଘଟଣାସ୍ଥଳରେ ସହଦେବଖୁଣ୍ଟା ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଆକାଶ ଓ ରାମଚନ୍ଦ୍ରଙ୍କ ସହ କିଏ ସେହି ଯୁବତୀ ଜଣକ ରୁମ୍‌ରେ ରହିଥିଲେ ତାହା ସନ୍ଦେହ ସୃଷ୍ଟି କରିଛି । ଯୁବତୀ ଜଣଙ୍କର ଆକାଶ ଓ ରାମଚନ୍ଦ୍ରଙ୍କ ସହ କ'ଣ ସମ୍ପର୍କ ଥିଲା ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ଯୁବତୀ ଜଣକ ଫେରାର ଥିବାବେଳେ ରାମଚନ୍ଦ୍ରଙ୍କୁ ପୋଲିସ ଅଟକ ରଖିଛି ।