ଇସ୍ରାଏଲ ଏୟାରଷ୍ଟ୍ରାଇକରେ ଇରାନର ପୂର୍ବତନ ରାଷ୍ଟ୍ରପତି ଅହମଦିନେଜାଦ ନିହତ, ପୂର୍ବରୁ ପ୍ରାଣହରାଇଥିଲେ ଖାମେନେଈ

NEWS7
block-office-shut-down-for-three-days

ତେହେରାନ ୧।୩: ଇରାନ ସୁପ୍ରିମ ଲିଡର ଅୟାତୁଲ୍ଲା ଅଲ୍ଲୀ ଖାମେନେଈଙ୍କ ମୃତ୍ୟୁ ପରେ ଦେଶର ପୂର୍ବତନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦ ମଧ୍ୟ ପ୍ରାଣ ହରାଇଛନ୍ତି। କୁହାଯାଉଛି ଏକ ଇସ୍ରାଏଲୀ ଏୟାରଷ୍ଟ୍ରାଇକ୍ ରେ ତାଙ୍କୁ ହତ୍ୟା କରାଯାଇଛି। ଅହମଦିନେଜାଦ ୨୦୦୫ରୁ ୨୦୧୩ ପର୍ଯ୍ୟନ୍ତ ଇରାନର ରାଷ୍ଟ୍ରପତି ଥିଲେ। ଇସ୍ରାଏଲୀ ସମ୍ବାଦପତ୍ର ‘ୟରୁସଲମ ପୋଷ୍ଟ’ ଏକ ରିପୋର୍ଟରେ ଅହମଦିନେଜାଦ ପ୍ରାଣ ହରାଇଥିବା ପୁଷ୍ଟି କରିଛି। ଅହମଦିନେଜାଦ ତାଙ୍କର ଆଣ୍ଟି ୱେଷ୍ଟର୍ଣ୍ଣ ଆଭିମୁଖ୍ୟ ଲାଗି ଜଣାଯାଆନ୍ତି। ତାଙ୍କ ଘର ଉପରେ ଆକ୍ରମଣର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଅହମଦିନେଜାଦ ସେହି ଇରାନୀ ନେତାଙ୍କ ମଧ୍ୟରେ ସାମିଲ ଥିଲେ ଯେଉଁମାନେ ଖୋଲାଖୋଲି କଟ୍ଟର ବୟାନ ଦିଅନ୍ତି। ଅତୀତରେ ସେ ଇସ୍ରାଏଲକୁ ପୃଥିବୀର ଭୂଗୋଳରୁ ହଟାଇ ଦେବାକୁ ଦାବି କରିଥିଲେ। ତାଙ୍କ ସମୟରେ ଇରାନର ଆଣବିକ କାର୍ଯ୍ୟକ୍ରମର ଦ୍ରୁତ ପ୍ରଗତି ହୋଇଥିଲା, ଯାହାକୁ ନେଇ ସାରା ବିଶ୍ୱରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେ ରକ୍ଷଣଶୀଳ ରାଜନୀତିର ସମର୍ଥକ ଥିଲେ ଓ ଲଗାତାର ପାଶ୍ଚାତ୍ୟ ଦେଶ ଖାସ କରି ଯୁକ୍ତରାଷ୍ଟ୍ର ଆମେରିକାର ବିରୋଧ କରୁଥିଲେ। ତେବେ ନିକଟରେ ୟୁକ୍ରେନ ସହ ଯୁଦ୍ଧ ଲାଗି ସେ ଋଷିଆକୁ ନିନ୍ଦା କରିବା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଥିଲା।

ଅହମଦିନେଜାଦ ୟୁକ୍ରେନର ସାର୍ବଭୌମତ୍ୱକୁ ସମର୍ଥନ କରିଥିଲେ। ସେ ଏପରି ବୟାନବାଜୀ କରି ପୁଣି ଅନ୍ତର୍ଜାତୀୟ ରାଜନୀତିରେ ଚର୍ଚ୍ଚାକୁ ଆସିବା ତାଙ୍କର ଉଦ୍ଦେଶ୍ୟ ଥିଲା। ତେବେ ଇସ୍ରାଏଲ ଓ ଆମେରିକାର ମିଳିତ ଆକ୍ରମଣରେ ପ୍ରଥମେ ଖାମେନେଈ ଓ ଏବେ ଅହମଦିନେଜାଦଙ୍କ ମୃତ୍ୟୁ ଦେଶରେ ନେତୃତ୍ୱ ସଂକଟ ସୃଷ୍ଟି କରିଛି। ଇରାନ ରିଭଲ୍ୟୁସନାରୀ ଗାର୍ଡସ୍ (ଆଇଆରଜିସି) ଏହି କ୍ଷତିର ପ୍ରତିଶୋଧ ନେବା ପାଇଁ ଭୀଷଣ ମିଜାଇଲ ଆକ୍ରମଣର ଧମକ ଦେଇଛି। ଏହି କ୍ରମରେ ଇରାନ ଆମେରିକା ଯୁଦ୍ଧପୋତ ‘ୟଏସ ଆବ୍ରାହାମ ଲିଙ୍କନ’ ଉପରେ ମିଜାଇଲ ମାଡ଼ କରିଥିବାର ଦାବି କରୁଛି।

Also Read..

ଖାମେନିଙ୍କ ମୃତ୍ୟୁ ପରେ ଅୟାତୁଲ୍ଲା ଆରାଫି ହେଲେ ଅନ୍ତରୀଣ ସରକାରର ସର୍ବୋଚ୍ଚ ନେତା; IRGC ମୁଖ୍ୟ ବି ନିଯୁକ୍ତ