ଆଉ ଏକ ହାଲୁକା ତେଜସ ଯୁଦ୍ଧ ବିମାନ ହରାଇଲା ଭାରତୀୟ ବାୟୁସେନା: ଦୁର୍ଘଟଣାରେ କ୍ରାସ୍ ହେଲା ବିମାନ

NEWS7
blasting-at-rourkela-still-plant-ash-pond-to-rescue-4-missing-person

ନୂଆଦିଲ୍ଲୀ: ଦୁର୍ଘଟଣାରେ ଆଉ ଏକ ହାଲୁକା ତେଜସ ଯୁଦ୍ଧ ବିମାନ ହରାଇଲା ଭାରତୀୟ ବାୟୁସେନା । ଏହି ଘଟଣା ପରେ ପୂରା ତେଜସ୍ ବିମାନ ସମୂହକୁ ନେଇ ବ୍ୟାପକ ବୈଷୟିକ ଯାଞ୍ଚ ଆରମ୍ଭ ହୋଇଛି। ସୂତ୍ର ଅନୁସାରେଚଳିତ ମାସ ଆରମ୍ଭରେ ଏକ ପ୍ରମୁଖ ବାୟୁସେନାର ଘାଟିର ଅପରେସନାଲ ଏରିଆରେ ଏହି ଘଟଣା ଘଟିଥିଲା। ଲଢ଼ୁଆ ବିମାନଟି ନିୟମିତ ତାଲିମ ଉଡ଼ାଣ ଭରୁଥିବା ବେଳେ କ୍ରାସ୍ ହୋଇଥିଲା।

ତେବେ କୌଣସି ଯାନ୍ତ୍ରୀକୁ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି। ବିମାନଟିର ଏୟାରଫ୍ରେମ୍ ଗୁରୁତର କ୍ଷତି ହୋଇଛି ଏବଂ ଏହା ନଷ୍ଟ ହୋଇପାରେ। ତଥାପି,ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଲେ ଏବଂ ତାଙ୍କୁ କୌଣସି ଗୁରୁତର ଆଘାତ ଲାଗି ନ ଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟ ବାୟୁସେନାରେ ସାମିଲ ହେବା ପରଠାରୁ ଏହା ତୃତୀୟ ତେଜସ୍ ବିମାନ, ଯାହା ନଷ୍ଟ ହୋଇଯାଇଛି।

ପ୍ରଥମ ଦୁର୍ଘଟଣା ୨୦୨୪ ମାର୍ଚ୍ଚରେ ଜୈସଲମେର ନିକଟରେ ଘଟିଥିଲା । ସେତେବେଳେ ଏହି ଫାଇଟର ଜେଟଟି ନିଜର ଫାୟାରପାୱ ପ୍ରଦର୍ଶନ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏଥିରେ ପାଇଲଟ୍ ସୁରକ୍ଷିତ ଭାବରେ ବାହାରକୁ ବାହାରି ଆସିଥିଲେ। ଦ୍ୱିତୀୟ ଘଟଣା ନଭେମ୍ବର ୨୦୨୫ରେ ଦୁବାଇ ଏୟାରଶୋରେ ଏକ ଏରୋବେଟିକ୍ ପ୍ରଦର୍ଶନ ସମୟରେ ଘଟିଥିଲା।ଯେଉଁଥିରେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାର ତଦନ୍ତ ଏପର୍ଯ୍ୟନ୍ତ ଜାରି ରହିଛି।

ଆଉ ଏବେ ଘଟିଥିବା ଘଟଣା ତେଜସ୍Mk1Aକାର୍ଯ୍ୟକ୍ରମରେ ବିଳମ୍ବ ମଧ୍ୟରେ ହୋଇଥିଲା। କାରଣ ୧୮୦ଟିMk1Aଲଢ଼ୁଆ ବିମାନ ପାଇଁIAFଅର୍ଡର ସତ୍ତ୍ୱେ ଡେଲିଭରି ସମୟସୀମା ପ୍ରାୟ ଦୁଇ ବର୍ଷ ବିଳମ୍ବରେ ହେବ। ତେବେ ସଦ୍ୟ ଘଟଣା ପରେIAFଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରି ନାହିଁ।