LIVE TV

ଜମି ଡିମାର୍କେସନ ପାଇଁ ବାରମ୍ବାର ଯିବାକୁ ପଡ଼ିବନି ତହସିଲ୍ ଅଫିସ୍, ଅନଲାଇନ୍‌ରେ ଆବେଦନ କଲେ ମିଳିବ ତାରିଖ

NEWS7
black-ghost-like-figure-seen-in-london-sky

ଭୁବନେଶ୍ବର ୧୮।୧୦: ଏଣିକି ଡିମାର୍କେସନ ପାଇଁ ଆଉ ବାରମ୍ବାର ତହସିଲ ଅଫିସ୍ ଦୌଡିବାକୁ ପଡ଼ିବନି । କି କାହାକୁ ହାତଗୁଞ୍ଜା ଦେବାକୁ ପଡିବନି । କି ମାସ ମାସ ସମୟ ଗଡିବନି । ଏଣିକି ଜମି ଡିମାର୍କେସନ ପାଇଁ ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ୍ ଅଧିକାରୀ ଏବଂ ଅମିନ ଆସି କରିବେ ଆପଣଙ୍କ ଜମିର ଡିମାର୍କେସନ ।

ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡିବ । ସେଥିରେ ମୋବାଇଲ ନମ୍ବର ପଞ୍ଜୀକରଣ କରି ଡିମାର୍କେସନ ପାଇଁ ଆବେଦନ କରିବାକୁ ହେବ । ପରେ ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି ଦେବାକୁ ପଡିବ । ଆବେଦନ ସବମିଟ୍ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସ୍‌ଏମ୍‌ଏସ୍‌ ଭାବେ ଆସିଯିବ । ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସନ କରିବେ ।