ମାସେ ପରେ ପୁଣି ଚର୍ଚ୍ଚାରେ ହ୍ୟୁମାନ ସାଗରଙ୍କ ମୃତ୍ୟୁ: ମା’ କହିଲେ ମିଳିମିଶି ମାରିଦେଲେ ମୋ ପୁଅକୁ

NEWS7
black-fungus-cases-rise-in-india-after-second-wave-of-corona-down

ନୂଆଦିଲ୍ଲୀ ୨୨/୧୨: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ମାସେ ବିତିଲାଣି । କିନ୍ତୁ ତାଙ୍କ ମୃତ୍ୟୁର କାରଣକୁ ନେଇ ବିବାଦ ଏବେବି ଥମିନି । ପୁଅ ମୃତ୍ୟୁର ମାସେ ପରେ ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନ ସାଗରଙ୍କ ମାଆ ଶେଫାଳି ସୁନା । ବୋହୂ ଠାରୁ ଆରମ୍ଭ କରି ଅର୍ପିତା ଚୌଧୁରୀ ପର୍ଯ୍ୟନ୍ତ ସମସ୍ତଙ୍କ ନାମରେ ଏତଲା ଦେଇଛନ୍ତି । ଆଉ ଏତଲା ପରେ ମାଆ ବଖାଣିଛନ୍ତି ସମସ୍ତ ଘଟଣା ।

ହ୍ୟୁମାନଙ୍କ ମାଆ ସେଫାଳି ସୁନା କହିଛନ୍ତି । ମୁଁ ଅର୍ପିତା ଚୌଧୁରି, ଦିନେଶ ବେହେରା, ପ୍ରଶାନ୍ତ ବେହେରା ଯିଏ ହ୍ୟୁମାନଙ୍କ ଚିକିତ୍ସା ସମୟରେ ଥିଲେ । ମୋ ବୋହୂ ଶ୍ରେୟା ମିଶ୍ର ନାରେ ଏତଲା ଦେଇଛି । ଅର୍ପିତା ମୋ ପୁଅ ସହ ରହୁନଥିଲା । ୪ ଦିନ ୮ ଦିନରେ ଥରେ ରାତିରେ ଘରକୁ ଆସି ରାତିରେ ରହି ପୁଣି ଭୋରରୁ ଚାଲିଯାଉଥିଲା । ମୁ ପଚାରିଥିଲି ମଧ୍ୟ ଯେ ତୁ ଘରେ କଣ କାହିକି ଆସିଛୁ । ସେ କହୁଥିଲା ମୁ ଘରେ ସୋ ପାଇଁ ଯାଉଛି କହି ଆସିଛି ବୋଲି । ତା ଭିତରେ ମୋ ପୁଅସହ କଣ କଥା ହେଉଥିଲେ ।

କଣ ଦିଆ ନିଆ ହେଉଥିଲେ ମୁ କିଛି ଜାଣି ନାହିଁ। କିନ୍ତୁ ସେ ଆସୁଥିଲା। ଦିନେଶ ବେହେରା ହିଁ ନିଜେ ପ୍ରୋଗ୍ରାମ ରଖୁଥିଲା । ବହୁତ ଥର ମୁ ପୁଅକୁ ପଚାରୁଥିଲି କି ପୁଅ ତୋର କଣ ସୋ ଅଛି । ତ ସେ କହେ ମାଆ ମୁତ ଜାଣିନି ର ଦିନେଶକୁ ପଚାରି କହୁଛି । ଓ ଏତେ ତାରିଖ ସୋ ଅଛି ବୋଲି ଦିନେଶକୁ ପଚାରୁ ଥିଲା ଆମ ପାଖରେ ଥିବା ପିଲା ସନ୍ତୋଷ ସାହୁ ଓ ପରେ ଆମକୁ ସୋ କେବେ କେଉଁଠି ଅଛି କହୁଥିଲା । ପୁଅ ଜାଣୁ ନଥିଲା ଯେ କେବେ ସୋ ଅଛି। ମୁଁ ମୋ ସ୍ୱାମୀ ଆମେ ଟିଟିଲାଗଡରେ ରହୁଥିଲୁ ।

ପୁଅ ବୋହୂ ସେଠି କଟକରେ ରହୁଥିଲେ । ପରେ ଦୁହିଁଙ୍କ ଝଗଡ଼ା ହେବା ପରେ ମୁଁ ଗଲି ସେ ସମୟରେ ଦିନେଶ ବେହେରା ପପୁ ସେ ହିଁ ସବୁ ଟଙ୍କା ରଖୁଥିଲା ସବୁ ବୁଝୁଥିଲା କାର୍ଯ୍ୟକ୍ରମ ରେକର୍ଡ଼ିଂର ଟଙ୍କା ମଧ୍ୟ ପପୁ ଆକାଉଣ୍ଟକୁ ଆସୁଥିଲା । ତା ପରେ ସେ ପୁଅକୁ ଦେଉଥିଲା ନା ନାହିଁ ମୁ ଜାଣିନି । କିନ୍ତୁ ସେ ସବୁ ଟଙ୍କା ରଖୁଥିଲା । ପପୁ କହୁ ଥିଲା ମତେ ମାଆ ତମେ ନିଜ ଇଛାରେ ନିଜ କିଛି ଲୁଗା କିଣିଲେ କିଣିବ ନିଜ ଟଙ୍କା ରେ କିନ୍ତି ଘର ପାଇଁ ଯାହା ସବୁ ଦରକାର ସେ ସବୁ ମତେ କହିବ । ସେଥିରୁ ମୁ ଜାଣିଲି ଯେ ସେହିଁ ସବୁ ଟଙ୍କା ରଖୁଛି ।

ପରେ ସେ ପରେ କହିଲା ଯେ ୨୦୨୩ ରୁ ହ୍ୟୁମାନଙ୍କ ମାଆ ପାଖରେ ତାଙ୍କ ଟଙ୍କା ସବୁ ରହୁଛି । ଯେମିତି ଚାହିଁବେ ତଦନ୍ତ କରନ୍ତୁ ମୁ ସ୍ୱାଗତ କରୁଛି କିନ୍ତୁ ମୋ ପାଖରେ ମୋ ପୁଅର ଗୋଟିଏ ଟଙ୍କା ମଧ୍ୟ ନାହିଁ। ୨୦୨୫ ଜୁନ ମାସରେ ୨ ଟି ଏକାଉଣ୍ଟ ଖୋଲିଥିଲା ବୋଲି ମୁଁ ଶୁଣିଛି ଜାଣିନି ଓ ସେଥିରେ ମତେ ନୋମିନି ରଖିଥିବା ଶୁଣିଛି ମୁଁ ଜାଣିନି ତାହା ସତ ନା କଣ। ହେଲେ ସେହି ଆକାଉଣ୍ଟ ରେ ଗୋଟିଏ ଟଙ୍କା ମଧ୍ୟ ଆଜି ପର୍ୟ୍ଯନ୍ତ ନାହିଁ। ମୁଁ ଡେଥ ସାର୍ଟିଫିକେଟ ଦେଇକି ଆସିଛି ଯଦି ଅଛି କିଛି ଟଙ୍କା ଆସିବ ତା ହେଲେ ଯାଇ ମୁ ଜାଣିବି ମୋ ପାଖରେ ମୋ ପୁଅର କିଛି ଟଙ୍କା ଅଛି ନା ନାହିଁ ।

ମୁଁ ସହଯୋଗର ଅର୍ଥ ଏତେ ଲୋକଙ୍କ ଭଲ ପାଇବା ମିଳିଲା ତ ମତେ ମଧ୍ୟ ସାହସ ମିଳିଲା । ମୁଁ ଚାହୁଁଚି ଯିଏ ଦୋଷୀ ସେ ସମ୍ନାକୁ ଆସୁ । ସରକାର ବିଚାର କରିବେ । ମୁଁ କହୁନି ତାକୁ କଣ କରିବେ ସରକାର କିନ୍ତୁ ମୁଁ ଚାହୁଁଚି ଲୋକ ଜାଣନ୍ତୁ ତା ପାଇଁ ମୋ ପୁଅ ଜୀବନ ଗଲା । ମୁ କହିବିନି ଫାଶୀ ଦିଅ କି କଣ କର । ମୁଁ କ୍ଷମା ବି ଦେଇ ଦେବୀ ହେଲେ ଲୋକ ଜାଣନ୍ତୁ ତା ପାଇଁ ସବୁ ହୋଇଛି । ମୋ ବୋହୂ ଉପରେ ମୁଁ ସନ୍ଦେହ କରିନି ମୋ ବୋହୂ ପ୍ରଥମେ ଆମ ନାରେ ମୋ ପୁଅ ନାରେ ଏତଲା ଦେଇଥିଲେ ୨୦୨୧ରେ ।

ସେପଟରୁ ମଧ୍ୟ ଡିପ୍ରେସନ ମଧ୍ୟ ଥିଲା ପୁଅର। ତାହା ମଧ୍ୟ ଗୋଟିଏ ପୁଅ ମାରିବା କାରଣ ହେଉଛି ଡିପ୍ରେସନ । ବାପା ଗଲେ, ଭାଇ ଗଲା, ମାମୁ ଚାଲିଗଲା, ସ୍ତ୍ରୀ ପାଖରୁ ଅଲଗା ହୋଇଗଲା । ତା ଛୁଆକୁ କେହି କଥା କରାଇ ଦେଲେ ନାହିଁ , ଅର୍ପିତା କୁ ଭଲପାଇଥିଲା ଅର୍ପିତା ସାଇଡ଼ ହୋଇଗଲା ଫେବ୍ରୁଆରୀ ମାସରୁ । କେତେ ଟଙ୍କା ପଇସା କାରବାର ହୋଇଥିବ ସେ ନେଇଥିବ ମୁଁ ଜାଣିନି ।

ଅର୍ପିତାକୁ ମୁଁ ମଧ୍ୟ କିଛି ଗିଫ୍ଟ ଦେଇଛି । ହେଲେ ବି ମୋ ପୁଅକୁ ସୋସିଆଲ ମିଡିଆରେ ରୋଷ୍ଟ କଲେ ହ୍ୟୁମାନ ସାଗର ଗଞ୍ଜେଇ ଟାଣୁଛି । ମଦ ପିଉଛି, ଗୀତ ଗାଇପାରୁନାହିଁ । ଏଭଳି ସବୁ ଦିଗରୁ ପୁଅ ଡିପ୍ରେସନରେ ଥିଲା। ଆଉ ସେଥିପାଇଁ ମୁ ଏତଲା ଦେଇଛି ଯେ କିଏ କିଏ ସେହି ଡିପ୍ରେସନର କାରଣ ସେମାନଙ୍କୁ ପୋଲିସ ତଦନ୍ତ କରି ବାହାରକୁ ଆଣୁ ଓ ସମସ୍ତେ ଜାଣନ୍ତୁ।