ସୀମାନ୍ତରେ ଭୁଶୁଡୁଛି ମାଓଗଡ଼: ଟପ୍‌ ଲିଡର ବାରସେ ଦେବୀଙ୍କ ଆତ୍ମସମର୍ପଣ, ଅସ୍ତ୍ର ଛାଡ଼ିଲେ ୪୦ ମାଓବାଦୀ

NEWS7
bjp-team-meet-to-rape-victim-at-puri-and-discussion-with-konarark-police-for-action

ମାଲକାନଗିରି: ସୀମାନ୍ତରେ ଭୁଶୁଡୁଛି ମାଓଗଡ଼। ମାଓବାଦୀ ହାତ ଛାଡି ବନ୍ଧୁକ ସହ ମୁଖ୍ୟସ୍ରୋତରେ ସାମିଲ ହେଲେ ଛତିଶଗଡ ବିଜାପୁର ମାଓ ସଙ୍ଗଠନର ଶୀର୍ଷ ନେତା ବାରସେ ଦେବୀଙ୍କ ସହ ୪୦ ଜଣ ମାଓବାଦୀ।  ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି ୪୦ ମାଓବାଦୀ।

ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓ ମୁକ୍ତ ଭାରତ ଗଠନ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ବର୍ଷ ଆରମ୍ଭରୁ ମାଓ ସଙ୍ଗଠନକୁ ନେଇ ଏକ ବଡ ଖବର ଛତିଶଗଡ଼ର ବସ୍ତର ଅଞ୍ଚଳରୁ ଆସିଛି । ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ PLGA ନମ୍ବର-୧ର କମାଣ୍ଡର ବାରସେ ଦେବା ଓରଫ ସୁକ୍କା ତାଙ୍କର ପ୍ରାୟ ୪୦ ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ବାରସେ ଦେବା ଏବଂ ତାଙ୍କ ସହଯୋଗୀମାନେ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଅଞ୍ଚଳ ଛାଡି ତେଲେଙ୍ଗାନାରେ ପହଞ୍ଚିଛନ୍ତି। ତେଲେଙ୍ଗାନା ଡିଜିପିଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ବାରସେ ଦେବା ଛତିଶଗଡ଼ର ମୋଷ୍ଟ ୱାଣ୍ଟେଡ ନକ୍ସଲ ମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ମୁଣ୍ଡ  ଉପରେ ୫୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା।

ମାଡଭି ହିଡମାଙ୍କ ଘନିଷ୍ଠ ସହଯୋଗୀ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ, ବାଟାଲିୟନ ନମ୍ବର-୧କୁ କମାଣ୍ଡ କରିଥିଲେ। ହେଲେ ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରଙ୍କ ନିୟମ ଅନୁସାରେ ଥଇଥାନ କରାଯିବା ବୋଲି ତେଲେଙ୍ଗାନା ଡିଜିପି କହିଛନ୍ତି।