LIVE TV

୧୦ ହଜାର ବର୍ଷ ପରେ ଆଗ୍ନେୟ ଉଦଗୀରଣ, ଜାଣନ୍ତୁ ଇଥିଓପିଆର ହାଏଲୀ ଗୁବି ଜ୍ୱାଳାମୁଖି ବିଷୟରେ...

NEWS7
bjp-targets-bjd-on-lady-dead-body-found-in-kujang

ନୂଆଦିଲ୍ଲୀ, ୨୫|୧୧: ବର୍ଷ ବର୍ଷ ଧରି ଚୁପ୍ ଥିଲା । କିନ୍ତୁ ହଠାତ ବାହାରକୁ ଚାଲି ଆସିଲା ନିଆଁ । ନିଆଁ ସହ ବିଭିନ୍ନ ପ୍ରକାରର ଗ୍ୟାସ, ପାଉଁଶ, ଧୂଳିକଣା ଆଦି ଆକାଶରେ ସୃଷ୍ଟି କଲା ଘନ ଆସ୍ତରଣ । ଗୋଟିଏ ମହାଦେଶରୁ ବାହାରି ଆନ୍ୟ ମହାଦେଶରେ ପହଁଚିଲା ପାଉଁଶ । ଜନଜୀବନ ପ୍ରଭାବିତ ମଧ୍ୟ ହେଲା । କାରଣ ୧୦ ହଜାର ବର୍ଷ ପରେ ଇଥିଓପିଆରେ ଥିବା ହାଏଲୀ ଗୁବି ଆଗ୍ନେୟଗିରରେ ହୋଇଛି ଉଦଗୀରଣ ।

ରିପୋର୍ଟ ଅନୁସାରେ, ରବିବାର ଭାରତୀୟ ସମୟ ପ୍ରାୟ ୮ଟା ୩୦ ମିନିଟରେ ଇଥିଓପିଆରେ ଥିବା ହାଏଲୀ ଗୁବିରେ ଆଗ୍ନେୟ ଉଦଗୀରଣ ହୋଉଥିଲା । ତେବେ ଏହା ଏରଟା ଆଲେ ଆଗ୍ନେୟଗିରିରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି । ଏରଟା ଆଲେ ଏକ ଆକ୍ଟିଭ୍ ଭୋଲକାନୋ ଅର୍ଥାତ ଏଥିରୁ ସଦାବେଳେ ଉଦଗୀରଣ ହୋଇଥାଏ । ଯାହା ଇଥିଓପିଆର ଡାନାକିଲ୍ ପ୍ରାନ୍ତରେ ରହିଛି । ଏହା ଉପରେ ଅଧିକ ଗବେଷଣା କରାଯାଇଥିଲେ ମଧ୍ୟ ସେତେ ପରିମାଣରେ ତଥ୍ୟ ଉପଲବ୍ଧ ନାହିଁ ।

ହାଓ୍ୱାଇରେ ମଧ୍ୟ ଉଦଗୀରଣ

ଆମେରିକାର ହାଓ୍ବାଇସ୍ଥିତ କିଲାଉ ଆଗ୍ନେୟଗିରି ବିସ୍ଫୋରଣ ଘଟିଥିଲା । ଯାହା ପରେ ସ୍ଥିତି ଆହୁରି ବିଗିଡ଼ି ଯାଇଛି । ଏହି ଆଗ୍ନେୟଗିରି ବିସ୍ଫୋରଣ ପରେ ଲାଭା ଉଦଗୀରଣ ଜାରି ରହିଛି । ଆମେରିକାର ଜିଓଲୋଜିକାଲ୍ ସର୍ଭେ ଅନୁସାରେ, ଗରମ ଲାଭା ଲଗାତାର ତଳିଆ ଅଞ୍ଚଳକୁ ମାଡ଼ି ଚାଲିଛି । ଏପରିକି ପୁଣି ଥରେ ବଡ଼ ବିସ୍ଫୋରଣର ମଧ୍ୟ ସଂକେତ ମିଳିଛି । ଏହି ଜ୍ବାଳାମୁଖୀ ଦୁନିଆର ସବୁଠାରୁ ସକ୍ରିୟ ଏବଂ ଗୋଟିଏ ବର୍ଷରେ ୩୬ ଥର ବିସ୍ଫୋରଣ ହେଲାଣି ।

ନଭେମ୍ବର ୯ ତାରିଖରେ ଜ୍ୱାଳାମୁଖୀରୁ ଦୀର୍ଘ ୫ ଘଣ୍ଟା ଯାଏଁ ଅନବରତ ଲାଭା ଉଦଗୀରଣ ହୋଇଥିଲା । ଏହି ସମୟ ମଧ୍ୟରେ, ଲାଭା ୧୨୦୦ ଫୁଟ୍ ଉଚ୍ଚତାରେ ପହଞ୍ଚିଥିଲା। ପ୍ରତି ପାଞ୍ଚ ସେକେଣ୍ଡରେ ଏକ ଅଲିମ୍ପିକ୍ ସୁଇମିଂ ପୁଲକୁ ପୂରଣ କଲା ଭଳି ଲାଭା ନିର୍ଗତ ହେଉଥିଲା । ଏହି ସମୟ ମଧ୍ୟରେ, ଜ୍ୱାଳାମୁଖୀ ପ୍ରାୟ ୧୧ ମିଲିୟନ ଘନ ୟାର୍ଡ ଲାଭା ନିର୍ଗତ କରିଥିଲା ଏବଂ ଏହି ପ୍ରବାହ ଧୀରେ ଧୀରେ ହାଲେମାଉମାଉ ଗର୍ତ୍ତର ୮୦ ପ୍ରତିଶତକୁ ଆଚ୍ଛାଦିତ କରିଥିଲା।

ବିମାନ ବାତିଲ

ଆଗ୍ୱେୟ ଉଦଗୀରଣ ପାଇଁ ଦିଲ୍ଲୀ, ହରିୟାଣ, ଉତ୍ତରପ୍ରଦେଶର ଅନେକ ସହରରେ ପାଉଁଶର ଆସ୍ତରଣ ଜମିଯାଇଛି । ଫଳରେ ଅନେକ ବିମାନକୁ ବାତିଲ କରାଯାଇଛି । ଆକାଶ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କ ପାଇଁ ଯାତ୍ରୀଙ୍କ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ । ପରିସ୍ଥିତି ଉପରେ ନଜର ରଖାଯାଇଛି । ବିମାନକୁ ସୁରୁଖୁରରେ ଚଳାଚଳ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ଅନ୍ୟ ଦିଗରେ ଇଣ୍ଡିଗୋ ମଧ୍ୟ ନିଜର ଅନେକ ବିମାନ ଉଡାଣକୁ ରବ୍ଦ କରିଛି ।