ନିଜ ଦଳର ଏମପିଙ୍କୁ ପାଠ ପଢାଇଲେ ଶଶି ଥରୁର, କହିଲେ- 'ମୁଁ ସଂସଦକୁ ଚିଲାଇବା ପାଇଁ ଆସିନି'

NEWS7
bjp-support-hairbansh-in-rajya-sabha-election

ନୂଆଦିଲ୍ଲୀ, ୦୫ /୧୨: ବିରୋଧୀ ଲଗାତାର ଗୃହରେ କରୁଛନ୍ତି ହଟ୍ଟଗୋଳ । ଗୃହକାର୍ଯ୍ୟ ଚଳାଇ ଦେଉ ନାହାଁନ୍ତି । କଂଗ୍ରେସ ସହ ଅନେକ ଦଳ ସରକାରଙ୍କୁ ଟାର୍ଗେଟ୍ କରି ହୋହଲ୍ଲା କରୁଛନ୍ତି । ଯାହାକୁ ନେଇ ଖପ୍ପା ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ଥିରୁଅନନ୍ତପୁରମ ସାଂସଦ ଶଶି ଥରୁର । ସେ ନିଜ ଦଳର ସାଂସଦଙ୍କୁ ଶୃଙ୍ଖଳାର ପାଠ ପଢାଇଛନ୍ତି ।

ସେ କହିଛନ୍ତି ଯେ, ମୂଳରୁ ସଂସଦରେ ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ଦଳକୁ କୁହାଯାଇଛି । କଂଗ୍ରେସର ନେତା ଏବଂ ସୋନିଆ ଗାନ୍ଧୀ ମଧ୍ୟ ଏହା ଜାଣିଛନ୍ତି । ହେଲେ ଶଶି ଏବେ ଏକଲା ହୋଇଯାଇଛନ୍ତି । ତାଙ୍କୁ ଲୋକେ ନିର୍ବାଚିତ କରି ସଂସଦ ପଠାଇଛନ୍ତି । ନିଜ ନିର୍ବାଚନମଣ୍ଡଳୀ ଭୋଟରଙ୍କର ସେ ପ୍ରତିନିଧି । ଲୋକେ ତାଙ୍କୁ ହକ୍ ମାଗିବାକୁ ସଂସଦ ପଠାଇଛନ୍ତି । ତାଙ୍କୁ ଗୃହରେ ପାଟିତୁଣ୍ଡ ଏବଂ ଚିତ୍କାର କରିବାକୁ ପଠାଯାଇନି ବୋଲି ଥରୁର କହିଛନ୍ତି । ତେବେ ଥରୁରଙ୍କ ଏହି ବକ୍ତବ୍ୟ ବିଜେପିକୁ ସୁହାଇଲା ଭଳି ହୋଇଥିବା ଅନେକ କହୁଛନ୍ତି ।

ଦେଖିବାକୁ ଗଲେ ଶୀତ ଅଧିବେଶନ ଆରମ୍ଭ ହେବା ପରଠୁ ଗୃହ କାର୍ଯ୍ୟ ସଠିକ ଭାବେ ଚାଲି ପାରୁ ନାହିଁ । ବିରୋଧୀ ଦଳ ପ୍ରବଳ ହଟ୍ଟଗୋଳ କରୁଛନ୍ତି । ଗତ ସୋମବାରଠୁ ଆରମ୍ଭ ହୋଇଥିବା ଗୃହକାର୍ଯ୍ୟ ବାରମ୍ବାର ମୁଲତବି ହେଉଛି । ଏସଆଇଆର ପ୍ରସଙ୍ଗରେ ସରକାର ବିରୋଧୀଙ୍କ ଟାର୍ଗେଟରେ ରହି ଆସିଛନ୍ତି । ଅନ୍ୟ ଦିଗରେ ଗୃହକାର୍ଯ୍ୟକୁ ଚଲାଇ ନଦେଉଥିବାରୁ ବିରୋଧୀଙ୍କୁ ବିଜେପି ମଧ୍ୟ ଟାର୍ଗେଟ୍ କରୁଛି ।

ଏହା ପ୍ରଥମ ଥର ନୁହେଁ ଯେତେବେଳେ କି ବିଜେପିକୁ ସୁହାଇଲା ଭଳି ଥରୁର ବୟାନ ଦେଇଛନ୍ତି । ପୂର୍ବରୁ ସେ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ନିଜ ଦଳର ନେତାଙ୍କୁ ଟାର୍ଗେଟ୍ କଲା ଭଳି କଥା କହିଛନ୍ତି । ନିକଟରେ ଅଧିବେଶନ ପୂର୍ବରୁ ସେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇନଥିଲେ । ସୋନିଆ ଗାନ୍ଧୀଙ୍କ ସହ ତାଙ୍କର ଭଲ ସମ୍ପର୍କ ନଥିବା କଂଗ୍ରେସର କିଛି ନେତା ପରୋକ୍ଷରେ କହୁଛନ୍ତି । ଏପରିକି ସେ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ଛାଡିବା ଅଟକଳ ବି ଜୋର୍ ଧରିଛି ।