LIVE TV

ଶୀତର ଋତୁ ଲାଗି ନଭେମ୍ବର ୨୫ ତାରିଖରେ ବନ୍ଦ ହେବ ବଦ୍ରୀନାଥ ଧାମ କବାଟ, ୪ ଦିନ ଧରି ଚାଲିବ ପ୍ରକ୍ରିୟା

NEWS7
bjp-rajyabardhan-singh-rathor-lead-in-rajasthan

ଜୋଶୀମଠ ୨୦।୧୧: ବଦ୍ରୀନାଥ ଧାମ କବାଟ ୨୫ ନଭେମ୍ବର ମଙ୍ଗଳବାର ଅପରାହ୍ନ ୨ଟା ୫୬ ମିନିଟ୍ ରେ ଶୀତ ଋତୁ ଲାଗି ବନ୍ଦ ହେବ। ଏହା ପରେ ବଦ୍ରୀ ବିଶାଳଙ୍କ ଦର୍ଶନ ଶୀତକାଳୀନ ଗଦ୍ଦିସ୍ଥଳ ପଂଡୁକେଶ୍ୱରରେ ହେବ। କବାଟ ବନ୍ଦ ପ୍ରକ୍ରିୟାରେ ୨୧ ନଭମ୍ବର ଶୁକ୍ରବାର ପଞ୍ଚ ପୂଜା ଆରମ୍ଭ କରାଯିବ। ଶ୍ରୀ ବଦ୍ରୀନାଥ-କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ କବାଟ ବନ୍ଦ ପ୍ରକ୍ରିୟା ପ୍ରଥମ ଦିନ ପଞ୍ଚପୂଜାରେ ଗଣେଶଙ୍କ ପୂଜା ହେବା ସହ ମନ୍ଦିରର କବାଟ ବନ୍ଦ ହେବ।

ଏହି ପ୍ରକ୍ରିୟାର ଦ୍ୱିତୀୟ ଦିନରେ ଆଦି କେଦାରେଶ୍ୱର ମନ୍ଦିର ତଥା ଶଙ୍କରାଚାର୍ଯ୍ୟ ମନ୍ଦିରର କବାଟ ବନ୍ଦ ହେବ। ଏହାର ତୃତୀୟ ଦିନରେ ଖଡଗ-ପୁସ୍ତକ ପୂଜନ ତଥା ବେଦ ଋଚା ବାଚନ ବନ୍ଦ ହେବ। ଚତୁର୍ଥ ଦିନ ଲକ୍ଷ୍ମୀଙ୍କୁ କଡାଇ ଭୋଗ ଲାଗି ହେବା ପରେ ୨୫ ନଭେମ୍ବର ଅପରାହ୍ନ ୨ଟା ୫୬ ମିନିଟ୍ ରେ ବଦ୍ରୀନାଥ ଧାମ କବାଟ ଶୀତ କାଳ ଲାଗି ବନ୍ଦ ହେବ। ମନ୍ଦିରର କବାଟ ବନ୍ଦ ହେବା ପେର ୨୬ ତାରିଖ ବୁଧବାର କୁବେର ଓ ଉଦ୍ଧବଜୀଙ୍କ ସମେତ ରାବଲଜୀ ଏବଂ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗଦ୍ଦି ଶୀତକାଳୀନ ପ୍ରବାସ ପାଂଡୁକେଶ୍ୱର ଓ ନୃଶିଂହ ମନ୍ଦିର ଜୋଶୀ ମଠ ପ୍ରସ୍ଥାନ କରିବ।

ଏଥିରେ ଉଦ୍ଧବ ଓ କୁବେରଙ୍କ ଗଦ୍ଦି ପାଂଡୁକେଶ୍ୱରରେ ପ୍ରବେଶ କରିବେ ଓ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗଦ୍ଦି ନଭେମ୍ବର ୨୭ ତାରିଖ ଦିନ ନୃଶିଂହ ମନ୍ଦିର ଜ୍ୟୋତିର୍ମଠ ପହଞ୍ଚିବ। ଏ ନେଇ ଜାରି ପ୍ରେସ୍ ବିଜ୍ଞପ୍ତିରେ ବିକେଟିସି ମିଡିଆ ପ୍ରଭାରୀ ଡ. ହରିଶ ଗୌଡ କହିଛନ୍ତି ଯେ କବାଟ ବନ୍ଦ ହେବା ଅବସରରେ ମନ୍ଦିରକୁ ଫୁଲରେ ସଜା ଯିବ। ଉଲ୍ଲେଖଯୋଗ୍ୟ ଯେ କବାଟ ବନ୍ଦ ପ୍ରକ୍ରିୟା ପୂର୍ବରୁ ବଦ୍ରୀନାଥ ଧାମରେ ଆଉ ଏକ ପରମ୍ପରା ଅନୁଷ୍ଠିତ ହୁଏ। ଏଥିରେ ମନ୍ଦିରର ମୁଖ୍ୟ ପୂଜାରୀ (ରାଉଳ) ସ୍ତ୍ରୀ ବେଷ ଧାରଣ କରନ୍ତି। ସଖୀ ଭାବରେ ମାତା ଲକ୍ଷ୍ମୀଙ୍କୁ ଗର୍ଭ ଗୃହରେ ପ୍ରବେଶ କରାଇବା ପାଇଁ ଏହା ଏକ ସମୃଦ୍ଧ ଓ ପ୍ରତୀକାତ୍ମକ ବିଧି।

ଏହି ବିଧିରେ ମାତା ଲକ୍ଷ୍ମୀଙ୍କୁ ଭଗବାନ ବିଷ୍ଣୁଙ୍କ ସହିତ ଗର୍ଭ ଗୃହରେ ବିରାଜମାନ କରାଯାଏ। ଏହି ପରମ୍ପରାକୁ ପୂଜକ ଶାଢୀ ପିନ୍ଧି ମହିଳା ବେଶରେ ନିର୍ବାହ କରନ୍ତି। ଲକ୍ଷ୍ମୀ ଗର୍ଭ ଗୃହରେ ପ୍ରବେଶ କରିବା ପରେ ଗରୁଡ, କୁବେର ଓ ଉଦ୍ଧବ ବିଗ୍ରହଙ୍କୁ ପୂଜା ପାଇଁ ବାହାରକୁ ଅଣାଯାଏ। ମନ୍ଦିରର ଏହି ବିଦ୍ଧି ପରମ୍ପରା ଅନୁସାରେ ଧାର୍ମିକ ମାନ୍ୟତା ସହିତ ପାଳନ କରାଯାଏ।