ମହିଳା IAS ଅଧିକାରୀଙ୍କ ଘରେ ସେକ୍ସ ରାକେଟ୍ : ମିଛ କହି କାରବାର କରୁଥିଲା କିଙ୍ଗପିନ୍

NEWS7
bjp-president-basanta-panda-said-no-joining-on-24th

ପ୍ରୟାଗରାଜ, ୦୫/୦୧ : ଆଇଏଏସ ଅଧିକାରୀଙ୍କ ଘରେ ସେକ୍ସ ରାକେଟ୍ । ଧରା ପଡିଲେ ରୂପଜୀବୀ । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପୋଲିସ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି । ଯେଉଁ ଘରେ ଏହି କାରବାର ଚାଲିଥିଲା ତାହା ଜଣେ ମହିଳା ଆଇଏଏସ ଅଧିକାରୀଙ୍କର ବୋଲି ଜଣାପଡିଛି ।

ରିପୋର୍ଟ ଅନୁସାରେ, ତିନି ମାସ ତଳେ ସର୍ବେଶ ଦ୍ୱିବେଦୀ ନାମକ ଜଣେ ବ୍ୟକ୍ତି ଏକ ଘର ଭଡା ନେଇଥିଲେ । ପରିବାର ସହ ସେ ରହିବେ ବୋଲି ମାଲିକଙ୍କୁ କହିଥିଲେ । ଏଥିପାଇଁ ସେ ମାସକୁ ୧୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି । କିନ୍ତୁ ଆଖପାଖ ଲୋକେ ଘରେ କିଛି ଠିକ୍ ଚାଲିନଥିବା ସନ୍ଦେହ କରୁଥିଲେ । କାରଣ ବିଳମ୍ବିତ ରାତ୍ରରେ ଘର ଦୁଆରେ କାର୍ ଲାଗୁଥିଲା । ଅନେକ ଯୁବକ-ଯୁବତୀ ଯିବା ଆସିବା କରୁଥିଲେ ।

ଏସବୁ ଗତିବିଧି ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଟିମ୍ ଧରି ଅତର୍କିତ ଚଢାଉ କରିଥିଲା । ଏହି ସମୟରେ ୪ ଯୁବତୀ ଏବଂ ୫ ଯୁବକଙ୍କୁ ଧରିଥିଲା ପୋଲିସ । ସେମାନେ ଆପତ୍ତିଜନକ ଅବସ୍ଥାରେ ଥିଲେ । ଘଟଣାର ମାଷ୍ଟରମାଇଣ୍ଡ୍ ମଧ୍ୟ ଗିରଫ ହୋଇଛି ।

ଧରା ପଡିଥିବା ଯୁବତୀଙ୍କ ମଧ୍ୟରୁ ଜଣେ ପଶ୍ଚିମବଙ୍ଗର ହୋଇଥିବା ବେଳେ ଅନ୍ୟ ଜଣେ ବାରଣାସୀର ଅଟନ୍ତି । ଅନ୍ୟ ଦୁଇ ଯୁବତୀଙ୍କ ଘର ପ୍ରୟାଗରାଜ ବୋଲି ଜଣାପଡିଛି । ଗିରଫ ଯୁବକମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ କହିଛି ।

ଆଇଏଏସ ଅଧିକାରୀଙ୍କୁ ମିଛ କହି ଘରଭଡା

ସର୍ବେଶ ମହିଳା ଅଧିକାରୀଙ୍କୁ ମିଛ କହି ଘରକୁ ଭଡା ନେଇଥିଲେ । ପ୍ରଥମେ ସେ ନିଜ ପରିବାର ଲୋକଙ୍କୁ ଏଠାରେ ରଖିଥିଲା । ପରେ ସେମାନଙ୍କୁ ଗାଁକୁ ପଠାଇଦେଇଥିଲା । ଏହାସହ ଅନୈତିକ କାର୍ଯ୍ୟକଳାପ ଆରମ୍ଭ କରିଦେଇଥିଲା ।