କଂସଙ୍କ ପ୍ରତାପରେ ଥରହର ମଥୁରା, ଦୁଇ ଭାଇଙ୍କୁ ନିମନ୍ତ୍ରଣ ପାଇଁ ମହାରାଜ କରୁଛନ୍ତି ବିଚାର

NEWS7
bjp-president-amit-shah-targets-odisha-govt-in-salepur

ବରଗଡ଼ ୩୦।୧୨ : କଂସଙ୍କ ପ୍ରତାପରେ ଥରହର ହେଉଛନ୍ତି ମଥୁରାବାସୀ । ବିଜୁଳି କନ୍ୟାର ଦୈବବାଣୀରେ ଭୟଭୀତ କଂସ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ବଧ ପାଇଁ କରୁଛନ୍ତି ଷଡ଼ଯନ୍ତ୍ର । ଏଥିପାଇଁ ରାଜଦରବାରରେ ହୋଇଛି ରଙ୍ଗସଭା। ସଭାରେ ଯୋଗ ଦେଇଛନ୍ତି ବିଭିନ୍ନ ଦେଶର ରାଜା ଓ ମହାରାଜା । ଆସନ୍ନ ଯୁଦ୍ଧ ପାଇଁ ଦେଖାଇଛନ୍ତି ସେମାନେ ନିଜ ନିଜର ଶକ୍ତି। ରାଜ ନର୍ତ୍ତକୀଙ୍କ ନୃତ୍ୟଗୀତରେ ବିଭୋର ହୋଇଛନ୍ତି ମହରାଜା କଂସ ଓ ଅନ୍ୟ ରାଜ୍ୟର ରାଜା। ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଏହି ଦୃଶ୍ୟ ଦ୍ବାପର ଯୁଗକୁ ପୁଣି ଜୀବନ୍ତ କରିଛି । ମହାରାଜା କଂସ ମଥୁରାନଗରୀର ରାଜ କର୍ମଚାରୀଙ୍କୁ କରିଛନ୍ତି କଡ଼ା ତାଗିଦ ।

ସେପଟେ ଶ୍ରୀକୃଷ୍ଣଙ୍କ ପ୍ରେମରେ ବିଭୋର ରାଧା। ଯମୁନା ନଈରେ ଶ୍ରୀକୃଷ୍ଣ, ରାଧା ଓ ଗୋପୀ ଗୋପାଙ୍ଗନାମାନେ କରିଛନ୍ତି ନୃତ୍ୟ। ଯୁମନା ନଈରେ ଗୋପୀ, ଗୋପାଙ୍ଗନା ସ୍ନାନ କରୁଥିବା ବେଳେ ନଟଖଟିଆ କୃଷ୍ଣ କରିଛନ୍ତି ବସ୍ତ୍ରହରଣ l ଧନୁଯାତ୍ରା ମହୋତ୍ସବ ଦେଖିବା ପାଇଁ ଗୋପପୁର ଓ ମଥୁରାନଗରୀରେ ଜମୁଛି ବହୁ ଦର୍ଶକ ଓ ପର୍ଯ୍ୟଟଙ୍କ ପର୍ଯ୍ୟଟକଙ୍କ ଭିଡ଼ । ନାଚ ଗୀତରେ ଦୁଲୁକୁଛି ନନ୍ଦ ଦରବାର, ରଙ୍ଗମହଲ ଓ ରାଜଦରବାର । ଆଜି ସପ୍ତମ ଦିବସରେ ଆଜି ମହାରାଜା କଂସଙ୍କ ନଗର ପରିଭ୍ରମଣ, ଧନୁଯାତ୍ରା ମହୋତ୍ସବ ପାଇଁ ଶ୍ରୀକୃଷ୍ଣ, ବଳରାମଙ୍କ ନିମନ୍ତ୍ରଣ ପାଇଁ ଅକ୍ରୁରଙ୍କୁ ଗୋପପୁର ପ୍ରେରଣ ଭଳି ବିଭିନ୍ନ ନାଟ୍ୟ ଅଭିନୟ ହେବ।