ଷ୍ଟାରଲିଙ୍କୁ ଭରସା କରୁନି ଡ୍ରାଗନ୍ : କହିଲା - 'ଏଲନ୍ ମସ୍କ ଆମ ଡାଟା ନେଇଯିବେ, ବିପଦ ଅଛି'

NEWS7
bjp-mp-subramaniam-swamy-says-ms-dhoni-should-fight-2024-loksabha-election

ବେଜିଂ, ୩୧/୧୨ : ଏଲନ ମସ୍କଙ୍କୁ ଭରସା କରିପାରୁନି ଡ୍ରାଗନ୍ । କିଛି ଦିନ ତଳେ ଚାଇନା କର୍ତ୍ତୃପକ୍ଷ ଷ୍ଟାର୍ ଲିଙ୍କ୍ ବ୍ୟବହାର କରୁଥିବା ଏକ ଜାହାଜକୁ ଫାଇନ୍ କରିଥିଲେ । ଜାହାଜଟି ବେଆଇନ୍ ଭାବେ ଷ୍ଟାର ଲିଙ୍କ୍ ବ୍ୟବହାର କରୁଥିବା ଅଭିଯୋଗ ଆସିଥିଲା ।

ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁସାରେ, ଚାଇନାରେ ମସ୍କଙ୍କ ସାଟେଲାଇଟ୍ ବେସଡ୍ ଇଣ୍ଟରନେଟ୍ ସର୍ଭିସକୁ ବ୍ୟାନ୍ କରାଯାଇଛି । ଏହା ଦେଶର ସୁରକ୍ଷା ପାଇଁ ବିପଦ । ଦେଶରେ ସେବା ପ୍ରଦାନ କରିବା ପାଇଁ କମ୍ପାନୀକୁ ଲାଇସେନ୍ସ ମିଳିନି । ତେଣୁ ଚାଇନାର ସୀମାରେ ପହଁଚିବା ପରେ ଜାହାଜମାନେ ଷ୍ଟାରଲିଙ୍କର ବ୍ୟବହାର ବନ୍ଦ କରିବାକୁ ବାଧ୍ୟ ।

କାହିଁଚି ସ୍ପେସ ଏକ୍ସକୁ ଚୀନର ଭୟ

ଚାଇନାରେ ଆଇନ କାନୁନକୁ ଗୁରୁତର ସହ ପାଳନ କରାଯାଏ । ଦେଶରେ ଟେଲିକମ୍ ଶିଳ୍ପରେ କୌଣସି ବିଦେଶୀ କମ୍ପାନୀକୁ ଅନୁମତି ମିଳିନାହିଁ । ଏଥିରେ ସାଟେଲାଇଟ୍ ବେସଡ୍ ଇଣ୍ଟରନେଟ୍ ସର୍ଭିସି ମଧ୍ୟ ସାମିଲ ଅଛି । ଯଦି କୌଣସି କମ୍ପାନୀ ସାଟେଲାଇଟ୍ ବେସଡ୍ ସର୍ଭିସ ପ୍ରଦାନ କରେ ସିଏ କୌଣସି ଘରୋଇ କମ୍ପାନୀ ଦ୍ୱାରା ହିଁ ଇଣ୍ଟରନେଟ୍ ଯୋଗାଇ ପାରିବ । କୌଣସି ରେଡିଓ ବ୍ୟବହାର ପାଇଁ ଚୀନ୍ ଅଧିକାରୀଙ୍କ ଅନୁମତି ଜରୁରୀ ।

ଅନ୍ୟ ଦିଗରେ ଏଲନ ମସ୍କ ହେଉଛନ୍ତି ଆମେରିକାର ନାଗରିକ । ଆମେରିକା ଏବଂ ଚାଇନା ମଧ୍ୟରେ ସମ୍ପର୍କ ସେତେଟା ଖାସ୍ ନାହିଁ । ତେଣୁ ଚାଇନା ବିଶେଷଜ୍ଞମାନେ ଷ୍ଟାରଲିଙ୍କକୁ ଭରସା କରିପାରୁ ନାହିଁ । ଷ୍ଟାରଲିଙ୍କ୍ ଚାଇନା ସରକାରଙ୍କ ଡାଟା ଚୋରି କରିପାରେ । ଦେଶର ଡିଜିଟାଲ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ମତ ଦେଉଛନ୍ତି ।

୨୦୨୩ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଥିଲା ଯେ, ୟୁଏସ ଆର୍ମୀ ଷ୍ଟାରଲିଙ୍କକୁ ଚାଇନା ବିରୋଧରେ ପ୍ରୟୋଗ କରିପାରେ । ଡ୍ରାଗନର ସାମରିକ ଶକ୍ତିକୁ ଏହା ପ୍ରଭାବିତ କରିବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ, ୧୪୦ରୁ ଅଧିକ ଦେଶରେ ଷ୍ଟାରଲିଙ୍କ୍ ସେବା ପ୍ରଦାନ କରୁଛି । ସାଟେଲାଇଟ୍ ଇଣ୍ଟରନେଟ୍ ପ୍ରୋଭାଇଡର ଭାବେ ଏହାର ବିକଳ୍ପ ନାହିଁ । ତେଣୁ କମ୍ପାନୀର ଏକଟାଟିଆ ଅଧିକାରକୁ ଚାଇନା ଚେକ୍ ଦେବାକୁ ଚାହୁଁଛି । ଚଳିତ ମାସ ଆରମ୍ଭରେ ଡ୍ରାଗନ୍ ନିଜସ୍ୱ ଇଣ୍ଟରନେଟ୍ ସାଟେଲାଇଟ୍ ଝୁକୁଇ-୩କୁ ମହାକାଶକୁ ପଠାଇବା ପାଇଁ ଚେଷ୍ଟା କରିଥିଲା । ହେଲେ ଏହାର ଉଦକ୍ଷେପଣ ବିଫଳ ହୋଇଥିଲା ।