ଦୁଇ ମାସ ପରେ ମିଳିଲା ସଫଳତା, ଅପହୃତା ନାବାଳିକା ଠାବ, ଯୁବକ ଗିରଫ

NEWS7
bjp-mp-letter-to-lok-sabha-speaker-about-tmc-mp-nusrat-jahan-marital-status-issue

କଟକ ୧୮।୦୧ : ଅପହୃତା ନାବାଳିକା ଉଦ୍ଧାର । ନାବାଳିକା ଅପହରଣ ଘଟଣାରେ ଅପହୃତ କରିଥିବା ଯୁବକକୁ ମଧ୍ୟ ଗିରଫ କରିଛି । ଘଟଣାର ପ୍ରାୟ ୨ ମାସ ପରେ ଅପହରଣ ଘଟଣାରେ ଦରଘାବଜାର ଥାନା ପୋଲିସକୁ ମିଳିଛି ସଫଳତା ।

ଖବର ଅନୁଯାୟୀ, ଗିରଫ ହୋଇଥିବା ଯୁବକ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଅଞ୍ଚଳର ଆଦିତ୍ୟ ନାରାୟଣ ସାହୁ । କିଛି ମାସ ତଳେ ସୋସିଆଲ ମିଡିଆ ଜରିଆରେ ନାବାଳିକାଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ । ଏହାପରେ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ସଂପର୍କ ଦୃଢ ହେବାରେ ଲାଗିଥିଲା । ପ୍ରେମ ଜାଲରେ ଫସାଇଥିଲେ ଯୁବକ । ଶେଷରେ ନଭେମ୍ବର ମାସରେ ନାବାଳିକାକୁ ଅପହରଣ କରି ରାଜ୍ୟ ବାହାରେ ନେଇ ରଖିଥିବାର ଅଭିଯୋଗ ଆସିଥିଲା । ଯାହାପରେ ପୋଲିସ ଆରମ୍ଭ କରିଥିଲା ତଦନ୍ତ। ଶନିବାର ରାତିରେ ନାବାଳିକାଙ୍କୁ ନେଇ ଓଡ଼ିଶା ଫେରୁଥିଲେ ଯୁବକ । ଏହି ସମୟରେ ମାଡ଼ିବସିଥିଲା ପୋଲିସ । ନାବାଳିକାଙ୍କୁ ଉଦ୍ଧାର କରିବା ସହ ଯୁବକକୁ ଗିରଫ କରିଛି ପୋଲିସ ।