ସପ୍ତଶୃଙ୍ଗ ଘାଟି ତଳକୁ ଖସିଲା କାର, ୬ ମୃତ

NEWS7
bjp-mp-demands-corona-test-for-rahul-gandhi

ନୂଆଦିଲ୍ଲୀ, ୦୮ /୧୨:ଘାଟି ତଳକୁ ଖସିଲା କାର । ଚାଲିଗଲା ୬ ଜୀବନ । ଏପରି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରରେ । ଏଠାରେ ସପ୍ତଶୃଙ୍ଗ ଘାଟି ତଳକୁ ଏକ କାର୍ ଖସି ଯାଇଛି ।

ରିପୋର୍ଟ ଅନୁସାରେ, ରବିବାର ମହାରାଷ୍ଟ୍ରର ନାସିକରେ ଥିବା ସପ୍ତଶୃଙ୍ଗ ଗଡ ଘାଟି ଦେଇ ଏକ କାର୍ ଯାଉଥିଲା । ଯାତ୍ରୀମାନେ ପିମପଲଗାଓଁରୁ ବସଓ୍ୱନ୍ତ ସହର ଅଭିମୁଖେ ଗସ୍ତ କରୁଥିଲେ । କିନ୍ତୁ ଅପରାହ୍ନ ୪ଟା ବେଳେ କାରଟି ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ଯାଇଥିଲା ।

ତେବେ ଘଟଣାସ୍ଥଳରେ ହିଁ କାରରେ ଥିବା ୬ ଯାତ୍ରୀ ପ୍ରାଣ ହରାଇଥିଲେ । ତେବେ ଅନ୍ୟ ଜଣେ ଯାତ୍ରୀ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଛନ୍ତି । ତାଙ୍କୁ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ ଏସପିଙ୍କ କହିବା କଥା ହେଲା ଅଘଟଣ ପରେ ପୋଲିସକୁ ଖବର ଦିଆଯାଇଥିଲା । ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଥିଲା । ଉଦ୍ଧାରକାର୍ଯ୍ୟରେ ପୋଲିସ ସହ ଦମକଳ ବାହିନୀ ମଧ୍ୟ ସାମିଲ ହୋଇଥିଲେ ।

ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନାସିକ ଘଟଣାକୁ ସେ ଅଭାବନୀୟ କହିବା ସହ ମୃତକଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଏହାସହ ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବୀସ ମଧ୍ୟ ଘଟଣାକୁ ନେଇ ଶୋକବ୍ୟକ୍ତ କରିଛନ୍ତି ।