ଭାରତରେ ଫ୍ରେଶର୍ସଙ୍କ ଡିମାଣ୍ଡ, କମ୍ପାନୀଙ୍କ ପ୍ରଥମ ପସନ୍ଦ ଯୁବ ପ୍ରତିଭା

NEWS7
bjp-mla-shifted-out-from-bhopal

ନୂଆଦିଲ୍ଲୀ, ୧୯/୦୨ : ନବାଗତ ବା ଫ୍ରେଶର୍ସଙ୍କୁ ପସନ୍ଦ କରୁଛନ୍ତି ଭାରତୀୟ କମ୍ପାନୀ । ରିପୋର୍ଟରେ ସାମ୍ନାକୁ ଆସିଛି ଏମିତି କିଛି ସତ । ବିଭିନ୍ନ କମ୍ପାନୀ ଏବେ କମ୍ ବୟସର ଯୁବ ଆଶାୟୀଙ୍କୁ ସୁଯୋଗ ଦେଉଥିବା ଜଣାପଡିଛି । ପ୍ରାୟ ୭୩ ପ୍ରତିଶତ ସଂସ୍ଥା ଚଳିତ ଜାନୁଆରୀରୁ-ଜୁନ ମଧ୍ୟରେ ନବାଗତଙ୍କ ପ୍ରତି ସକରାତ୍ମକ ଆଭିମୁଖ୍ୟ ରଖୁଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଟିମ୍ ଲିଜ୍ ଏଡଟେକ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ୨୦୨୬ ଜାନୁଆରୀରୁ ଜୁନ ମଧ୍ୟରେ କଲେଜରୁ ପାସ୍ ଆଉଟ୍ ହୋଇଥିବା ଯୁବକଙ୍କୁ ଚାକିରି ଦେବାକୁ ବିଭିନ୍ନ ସଂସ୍ଥା ଇଚ୍ଛା ପ୍ରକାଶ କରୁଛନ୍ତି । ଯାହା ଗତ ୬ ମାସ ତୁଳନାରେ ତିନି ପ୍ରତିଶତ ଅଧିକ । ସେହିପରି କ୍ୟାରିଅର୍ ଆଉଟ୍ ଲୁକ୍ ରିପୋର୍ଚ କହିଛି ଯେ, ୨୦୨୫ ଜାନୁଆରୀରୁ ୨୦୨୬ ମଧ୍ୟରେ ଭାରତର ବିଭିନ୍ନ ସହରରେ ୧୦୫୧ ନିଯୁକ୍ତିଦାତାଙ୍କ ଉପରେ ସର୍ଭେ କରାଯାଇଥିଲା । ଯେଉଁଥିରେ ଇ କମର୍ସ ଏବଂ ଷ୍ଟାର୍ଟ ଅପ୍ ରେ ୯୦ ପ୍ରତିଶତ ନବାଗତଙ୍କୁ ଚାକିରି ଦେବାକୁ ନିଯୁକ୍ତିଦାତା ଇଚ୍ଛା ପ୍ରକାଶ କରିଛନ୍ତି । ଡାର୍କ ଷ୍ଟୋର୍ ଆସିଷ୍ଟାଣ୍ଟ୍ ଏବଂ ଇଭେଣ୍ଟ୍ ମ୍ୟାନେଜମେଣ୍ଟରେ ସବୁଠୁ ଅଧିକ ଫ୍ରେଶର୍ସଙ୍କ ଡିମାଣ୍ଡ୍ ରହିଛି । ଓ୍ୱେବ୍ ଡେଭଲପିଂରେ ମଧ୍ୟ ଫ୍ରେଶର୍ସଙ୍କୁ କମ୍ପାନୀମାନେ ପସନ୍ଦ କରୁଛନ୍ତି ।

ଟିମ୍ ଲିଡ୍ ଏଡଟେକ୍ ପ୍ରତିଷ୍ଠାତା ତଥା ସିଇଓ ଶାନ୍ତନୁ ରୁଜ୍ କହିଛନ୍ତି ଯେ, ନୂଆ ସ୍ନାତକ ବା ଗ୍ରାଜୁଏଟ ଏବେ ସମସ୍ତଙ୍କ ଫେଭରେଟ୍ ।କମ୍ପାନୀମାନଙ୍କ ମନରେ ସେମାନଙ୍କୁ ଚାକିରି ଦେବାକୁ ୭୩ ପ୍ରତିଶତ ଇଚ୍ଛା ରହିଛି । ଅର୍ଥାତ ସେମାନେ ଯୁବପ୍ରତିଭାକୁ ଅଧିକ ଫୋକସ ଦେଉଛନ୍ତି । ଯୁବ ପ୍ରତିଭାଙ୍କ ଦକ୍ଷତା ଉପରେ ବିଭିନ୍ନ ନିଯୁକ୍ତିଦାତାଙ୍କ ଭରସା ରହିଛି ।

ସେ ଆହୁରି କହିଛନ୍ତି ଯେ, ସମୟ ବଦଳିଛି । ନୂଆ ପଦରେ ଏବେ ବାଛିବାଛି ପିଲାଙ୍କୁ ଭର୍ତ୍ତି କରାୟାଉଛି । ଯେଉଁମାନଙ୍କ ପାଖରେ ପୂର୍ବରୁ ପ୍ରୋକେକ୍ଟ, ଇଣ୍ଟର୍ଣ୍ଣସିପ ଆଦିର ଅନୁଭବ ରହିଛି ସେମାନେ ବହୁତ ଆଗକୁ ଯିବେ । କେବଳ ଡିଗ୍ରୀଧାରୀ ଯୁବକମାନଙ୍କୁ ଚାକିରି ଦେବାକୁ ସମୟ ଲାଗିବ ।

ତେବେ ବେଙ୍ଗାଲୁରୁରେ ସର୍ବାଧିକ ୮୪ ପ୍ରତିଶତ ଯୁବକଙ୍କୁ ନିଯୁକ୍ତି ପାଇଁ କମ୍ପାନୀ ଇଚ୍ଛା ରଖୁଛନ୍ତି । ସେହିପରି ୭୨ ପ୍ରତିଶତ ସହ ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଥିବା ରିପୋର୍ଟରେ ଜଣାପଡିଛି ।