ଜନ ଭାଗିଦାରୀରେ ହେବ କେନ୍ଦ୍ର ବଜେଟ୍ ୨୦୨୬, ଅର୍ଥ ମନ୍ତ୍ରଣାଳୟ ଆରମ୍ଭ କଲା ପ୍ରି-ବଜେଟ୍ ପ୍ରକ୍ରିୟା

NEWS7
bjp-mla-jogal-kishore-bagri-passed-away-in-covid

ନୂଆଦିଲ୍ଲୀ: ଭାରତ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ୨୦୨୬ ପାଇଁ ପରାମର୍ଶ ଲୋଡ଼ିଛନ୍ତି । ଏହା ଜରିଆରେ ନୂଆ ନିୟମ ଓ ଯୋଜନା ପ୍ରସ୍ତୁତ ସମୟରେ ଲୋକଙ୍କ ମତକୁ ଧ୍ୟାନରେ ରଖାଯାଇପାରିବ । MyGovIndia ଏକ୍ସ ପୋଷ୍ଟ ଜରିଆରେ ଲୋକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟାରେ ସାମିଲ ହେବା ପାଇଁ ଆମନ୍ତ୍ରଣ କରିଛି ।

ସରକାର ଏକ୍ସରେ ଲେଖିଛନ୍ତି, ବଜେଟ୍ ଲୋକଙ୍କ ଚିନ୍ତାଧାରା ସହ । ନିଜ ପରାମର୍ଶ ଦିଅନ୍ତୁ ଓ ଦେଶର ଅଭିବୃଦ୍ଧି ଓ ବିକାଶର ଅଂଶ ହୁଅନ୍ତି । ଅର୍ଥାତ୍ ଯେକୌଣସି ବ୍ୟକ୍ତି MyGov ୱେବସାଇଟ୍ ଯାଇ ବଜେଟରେ ସରକାରଙ୍କ ଫୋକସ କେଉଁ ଦିଗ କିମ୍ୱା ଯୋଜନାରେ ରହିବା ଦରକାର ତାହା ଉପରେ ମତାମତ ଦେଇପାରିବେ ।

ଅର୍ଥମନ୍ତ୍ରୀ ପ୍ରାକ ବଜେଟ୍ ବୈଠକ କରିଛନ୍ତି

ଗତ ମାସରେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିଲ୍ଲୀରେ ଅନେକ ପର୍ଯ୍ୟାୟ ପ୍ରାକ୍-ବଜେଟ୍ ବୈଠକ କରିଥିଲେ । ପ୍ରଥମେ ପ୍ରମୁଖ ଅର୍ଥନୀତିଜ୍ଞଙ୍କ ସହିତ ଆଲୋଚନା କରାଯାଇଥିଲା । ଏହାପରେ କୃଷକ ସଂଗଠନ ଏବଂ କୃଷି ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଯାଇଥିଲା । MSME ସେକ୍ଟର, ପୁଞ୍ଜି ବଜାର, ଷ୍ଟାର୍ଟଅପ୍, ଇଣ୍ଡଷ୍ଟ୍ରୀ, ବ୍ୟାଙ୍କିଂ, ବୀମା, ଆଇଟି, ପର୍ଯ୍ୟଟନ ଶିଳ୍ପ, ଟ୍ରେଡ୍ ୟୁନିଅନ୍ ଏବଂ ଶ୍ରମିକ ସଂଗଠନ ସହିତ ଆଲୋଚନା କରାଯାଇଥିଲା ।

ନିକଟରେ ଶିଳ୍ପ ସଂଗଠନଗୁଡ଼ିକ ମଧ୍ୟ ସେମାନଙ୍କର ପରାମର୍ଶ ଦେଇଥିଲେ । ପିଏଚଡିସିସିଆଇ ଏମଏସଏମଇ କ୍ଷେତ୍ର ପାଇଁ ସହଜ ଟିକସ, କମ ସୁଧ ଋଣ ଏବଂ କ୍ଷୁଦ୍ର ବ୍ୟବସାୟ ପାଇଁ ସରଳୀକୃତ ନିୟମାବଳୀ ପାଇଁ ଆହ୍ୱାନ କରିଥିଲା । ସେମାନଙ୍କ ପରାମର୍ଶ ମଧ୍ୟରେ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ଟିକସ, ଋଣ, ରପ୍ତାନି ଏବଂ ପାଣ୍ଠି ସହିତ ସହାୟତା ପ୍ରଦାନ କରିବା ଅନ୍ତର୍ଭୁକ୍ତ ଥିଲା । ଏହା ଦ୍ଵାରା ସେମାନଙ୍କର ଖର୍ଚ୍ଚ ହ୍ରାସ ପାଇବ, କାମ ଶୀଘ୍ର ହେବ ଏବଂ ସେମାନେ ଅଧିକ ପ୍ରଭାବଶାଳୀ ଭାବରେ ପ୍ରତିଯୋଗିତା କରିପାରିବେ ।