ବାଚସ୍ପତିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କାଙ୍କ ସହ ୬ ମହିଳା ସାଂସଦ, କହିଲେ- 'ସରକାର ଚାପ ପକାଉଛନ୍ତି, ଆମକୁ ନ୍ୟାୟ ଦିଅ...'

NEWS7
bjp-mahila-morcha

ନୂଆଦିଲ୍ଲୀ, ୧୦|୦୨ : ଲୋକସଭାରେ ଅଚଳାବସ୍ଥା ଜାରି ରହିଛି । ଗୃହକାର୍ଯ୍ୟ ଠିକ୍ ଭାବେ ଚାଲିପାରୁନାହିଁ । ବଜେଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ପାରୁନାହିଁ । ଏହା ମଧ୍ୟରେ ବିରୋଧୀ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ଆଣିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହାପୂର୍ବରୁ କଂଗ୍ରେସ ଏକ ନୂଆ ଗୋଟି ଚାଳନା କରିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ୬ ମହିଳା ସାଂସଦ ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି ।

ଗୃହରେ ଚାଲିଥିବା ଅଚଳାବସ୍ଥା ମଧ୍ୟରେ କଂଗ୍ରେସର ମହିଳା ସାଂସଦ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ସରକାରଙ୍କ ତରଫରୁ ସେମାନଙ୍କ ଉପରେ ଚାପ ପଡୁଛି । ସରକାରଙ୍କ ପାଇଁ କାମ କରିବାକୁ ସେମାନଙ୍କୁ କୁହାଯାଉଛି । ବାଚସ୍ପତି ନିରପେକ୍ଷ ଭାବେ ଗୃହରେ ନିଜ ଭୂମିକା ନିର୍ବାହ କରନ୍ତୁ । ସରକାରଙ୍କ ପକ୍ଷରୁ ସମସ୍ତଙ୍କ ଉପରେ ଚାପ ପଡୁଛି । ଯଦି ବାଚସ୍ପତି ନିରପେକ୍ଷ ଭୂମିକା ଚୁଲାଇବେ ତାହାଲେ ବିରୋଧୀ ଦଳ ତାଙ୍କ ସହ ଠିଆ ହେବେ ଏବଂ ସମର୍ଥନ କରିବେ ।

ଏହି ଖବରଟି ପଢନ୍ତୁ... ବ୍ୟାନ୍ ଭୟରେ ରାଜି ହେଲା ପାକିସ୍ତାନ : ଭାରତ ବିପକ୍ଷରେ ଖେଳିବ ଟି୨୦ ବିଶ୍ୱକପ୍ ମ୍ୟାଚ୍

ପତ୍ରରେ ଆହୁରି ଉଲ୍ଲେଖ ଅଛି ଯେ, ମହିଳା ସାଂସଦଙ୍କ ବିରୋଧରେ ମିଛ, ନିରାଧାର ଏବଂ ଫେକ୍ ଅଭିଯୋଗ ସରକାର ଲଗାଇଛନ୍ତି । ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । କିଛି ସାଂସଦଙ୍କୁ ଜାଣିଶୁଣି ଟାର୍ଗେଟ୍ କରାଯାଉଛି । ମିଛରେ ସଙ୍ଗୀନ ଅଭିଯୋଗ ଲାଗୁଛି । ସେମାନେ ବାଚସ୍ପତିଙ୍କୁ ସାକ୍ଷାତ କରିଥିଲେ । ନ୍ୟାୟ ପାଇଁ ଦାବି କରିଥିଲେ । ଏହାସହ ବିଜେପିର କିଛି ସାଂସଦଙ୍କୁ ନିଲମ୍ବନ କରିବାକୁ କହିଥିଲେ । ବାଚସ୍ପତି ସେମାନଙ୍କୁ କିଛି ସମୟ ପରେ ଅଭିଯୋଗ କରିବାକୁ କହିଥିଲେ ।

ପ୍ରିୟଙ୍କା ଗାନ୍ଧୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ସେତେବେଳେ ବାଚସ୍ପତି ଅନେକ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବେ । ଅଧିକାଂଶ ସଦସ୍ୟ ସାଧାରଣ ପରିବାରରୁ ଆସିଛନ୍ତି । ଅନେକ ସଦସ୍ୟ ପ୍ରଥମ ପୀଢିର ରାଜନେତା ଅଟନ୍ତି । ହେଲେ ସେମାନେ ଭେଦଭାବର ସାମ୍ନା କରୁଛନ୍ତି । ସେମାନଙ୍କ ସମ୍ମାନ ହାନୀ ହେଉଥିବା ମଧ୍ୟ ପତ୍ରରେ ଲେଖାଯାଇଛି ।