କୂଅରେ ପଡ଼ିଥିଲା ହାତୀ, ଦୀର୍ଘ ସମୟରେ ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର

NEWS7
bjp-leader-narayan-rane-said-that-disha-was-and-murdered-and-sushant-was-killed

କେନ୍ଦୁଝର ୦୫।୦୩ : କୂଅରେ ପଡ଼ିଥିଲା ହାତୀ । ଦୀର୍ଘ ସମୟର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର ହେଲା ହାତୀ । କୂଅର ଚାରିପଟୁ ଖୋଲି ହାତୀକୁ ଉଦ୍ଧାର କରି ବନବିଭାଗ ।

ଖବର ଅନୁଯାୟୀ, ଖାଦ୍ୟ ଅନ୍ୱେଷଣ ପାଇଁ ଗାଁକୁ ଆସିଥିଲେ ହାତୀ ପଲ । ଏମଧ୍ୟରୁ ଗୋଟେ ହାତୀ କୂଅରେ ପଡ଼ିଯାଇଥିଲା । କେନ୍ଦୁଝର ସଦର ରେଞ୍ଜ ବନାଯୋଡ଼ି ଗାଁର ହୃଷି ନାଏକଙ୍କ କୂଳରେ ପଡ଼ିଯାଇଥିଲା ହାତୀ । ଏହାପରେ ତୁରନ୍ତ ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଉଦ୍ଧାର ପାଇଁ ଉଦ୍ୟମ କରିଥିଲା । ଏପିରିକି କୂଳ ଚାରିପଟୁ ଖୋଳା ଯାଇଥିଲା । ଏହାପରେ ହାତୀକୁ ଉଦ୍ଧାର କରାଯାଇଥିଲା । ତେବେ ହାତୀଟି କୂଅରୁ ବାହାରିବା ସମୟରେ ଜେସିବି ମେସିନକୁ ଆକ୍ରମଣ କରିଥିଲା । ଏହାସହିତ କୂଅ ପାଖରେ ଥିବା ଘର ଏବଂ ସାତୋଟି ବାଇକକୁ ଭାଙ୍ଗି ଦେଇଛି । ସେହିପରି ହାତୀ ବାହାରିବା ସମୟର ହୋଇଥିବା ଧାଁ ଦଉଡରେ ତିନି ଜଣ ଗ୍ରାମବାସୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।