ଜାମୟାଙ୍ଗ ସେରିଂ ନାମଗ୍ୟାଲଙ୍କ କଟିଲା ଟିକଟ, ଲଦାଖରେ ନୂଆ ଚେହେରା ଦେଲା ବିଜେପି

Published By : Prameya-News7 Bureau | April 23, 2024 IST

the indian express

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ଲଦାଖ ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ଜାମୟାଙ୍ଗ ସେରିଂ ନାମଗ୍ୟାଲଙ୍କ ଟିକଟ କଟିଛି । ଏଠାରୁ ବିଜେପି ତାସୀ ଗ୍ୟାଲସନଙ୍କ ଉପରେ ଭରସା କରିଛି, ଯିଏ କି ପ୍ରଥମ ଥର ଲୋକସଭା ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ତାସୀ ଗ୍ୟାଲସନ ସ୍ୱାୟତ୍ତ ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି । 

ଲୋକସଭା ନିର୍ବାଚନ ପାଇଁ ବିଜେପି ମଙ୍ଗଳବାର ପ୍ରାର୍ଥୀଙ୍କ ୧୪ତମ ସୂଚୀ ଜାରି କରିଛି । ଏଥିରେ ବିଜେପି ଲଦାଖରୁ ତାସୀ ଗ୍ୟାଲସନଙ୍କୁ ମୈଦାନକୁ ଓହ୍ଲାଇଛି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ତାଙ୍କ ନାଁରେ ମୋହର ମରାଯାଇଛି ।

ତାସୀ ଗ୍ୟାଲସନ ବିଜେପି ସହ ଦୀର୍ଘ ବର୍ଷରୁ ଜଡ଼ିତ ଅଛନ୍ତି, ତେବେ ତାଙ୍କୁ ପ୍ରଥମ ଥର ଲୋକସଭା ନିର୍ବାଚନ ଲଢାଇବାକୁ ନିଷ୍ପତ୍ତି ନେଇଛି ବିଜେପି । ବର୍ତ୍ତମାନ ସମୟରେ ତାଙ୍କ ପାଖରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ଅଧିକାର ଅଛି । ଏବଂ ହିଲ୍ ସେ ହିଲ୍ ଡେଭଲେପମେଣ୍ଟ କାଉନସିଂର କାର୍ଯ୍ୟକାରୀ ଚେୟାରମ୍ୟାନ ଅଛନ୍ତି । ଇଣ୍ଡି ମେଣ୍ଟର ପ୍ରାର୍ଥୀ ନୱାଙ୍ଗ ରିଗଜିନ ଜୋରାଙ୍କ ସହ ତାଙ୍କର ମୁକାବିଲା ହେବ ।

ଉଲ୍ଲେଖଯୋଗ୍ୟ ଯେ ଲଦାଖରେ ପଞ୍ଚମ ପର୍ଯ୍ୟାୟରେ ମେ ୨୦ରେ ମତଦାନ ହେବ । ଏଥିପାଇଁ ନାମାଙ୍କନର ଶେଷ ତାରିଖ ମେ ୩ ରହିଛି । ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ମେ ୬ ରହିଛି । ମେ ୧୮ ସଂଧ୍ୟା ଯାଏ ପ୍ରାର୍ଥୀଙ୍କୁ ପ୍ରଚାର କରିବା ପାଇଁ ସୁଯୋଗ ଦିଆଯିବ । ଲଦାଖରେ ଭୋଟରଙ୍କ ସଂଖ୍ୟା ପ୍ରାୟ ତିନି ଲକ୍ଷ ରହିଛି । 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.