ମେ’ ୧୪ରେ ନାମାଙ୍କନ ଦାଖଲ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ୧୩ରେ ବାରାଣସୀରେ ବଡ଼ ରୋଡ୍ ସୋ’

Published By : Prameya-News7 Bureau | May 03, 2024 IST

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟରେ ବାରାଣସୀ ଆସନରେ ହେବାକୁ ଥିବା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ 1୪ରେ ନାମାଙ୍କନ ଦାଖଲ କରିବେ । ପ୍ରାର୍ଥୀ ପତ୍ର ଦାଖଲର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀରେ ବଡ଼ ରୋଡ ସୋ ବାହାର କରିବେ । ପିଏମ୍ ମୋଦୀଙ୍କ ନାମାଙ୍କନ ଏବଂ ରୋଡ୍ ସୋ ପାଇଁ କାର୍ଯ୍ୟକର୍ତ୍ତା ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।  

ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରୋଡ୍ ସୋ' ପରେ ପ୍ରଧାନମନ୍ତ୍ରୀ ମୋଦୀ ବାରାଣସୀରେ ହିଁ ରାତି ବିତାଇବେ । ମେ ୧୪ରେ ସେ ନାମାଙ୍କନ ଦାଖଲ କରିବା ପରେ ଦିଲ୍ଲୀ ଫେରିବେ । ସୂତ୍ର ଅନୁସାରେ ପୂର୍ବଥର ପରି ଏଥର ବି ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ' ହେବ । ଏହା ପର ଦିନ ବାବା ବିଶ୍ୱନାଥ ଏବଂ ଗଙ୍ଗାଙ୍କ ଆଶୀର୍ବାଦ ନେଇ ନାମାଙ୍କନ ଦାଖଲ କରିବେ । 

ପାର୍ଟି ସୂତ୍ର ଅନୁସାରେ ହାଇକମାଣ୍ଡ ବାରାଣସୀରେ ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନକୁ ଐତିହାସିକ କରିବା ପାଇଁ ନିଷ୍ପତ୍ତି ନେଇଛି । ପ୍ରାର୍ଥୀ ପତ୍ର ଦାଖଲର ସପ୍ତାହେ ପୂର୍ବରୁ ନାମାଙ୍କନ ପତ୍ରକୁ ଦିଲ୍ଲୀ ପଠାଯାଇ ସମସ୍ତ ଯାଞ୍ଚ କରାଯିବ । ପରେ ଏହାକୁ ସ୍ଥାନୀୟ ପଦାଧିକାରୀଙ୍କୁ ନାମାଙ୍କନ ପାଇଁ ହସ୍ତାନ୍ତର କରାଯିବ । ନାମାଙ୍କନ ପତ୍ର ପ୍ରସ୍ତୁତି ପାଇଁ ସେଣ୍ଟ୍ରାଲ୍ ବାରର ଅଧ୍ୟକ୍ଷ ମୁରଲୀଧର, ବରିଷ୍ଠ ଆଇନଜୀବୀ ଶଶଂକା ଶେଖର ତ୍ରିପାଠୀ ଆଦି କାର୍ଯ୍ୟକର୍ତ୍ତାଙ୍କ ଟିମ୍ ଲାଗିଛି ।

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.