middle-east-impacts; ମନୋରଞ୍ଜନ ଜଗତ ଉପରେ ଯୁଦ୍ଧର ପ୍ରଭାବ, ଦୀପିକାଙ୍କ ପ୍ୟାରିସ୍‌ ଫ୍ୟାଶନ୍‌ ଶୋ’ ବାତିଲ

NEWS7
bjp-complains-of-mass-rigging-in-odisha

ନୂଆଦିଲ୍ଲୀ ୧୩।୦୩; ଇରାନ-ଇସ୍ରାଏଲ ଯୁଦ୍ଧର ପ୍ରଭାବ ମନୋରଞ୍ଜନ ଜଗତ ଉପରେ ପଡ଼ିଛି । ଏହି ସ୍ଥିତିରେ ଦୀପିକା ପାଦୁକୋନ ପ୍ୟାରିସ୍ରେ ହେବାକୁ ଥିବା ଏକ ଅନ୍ତର୍ଜାତୀୟ ସମାରୋହରେ ଯୋଗ ଦେବାର ଯୋଜନା ବାତିଲ କରିଛନ୍ତି । ପ୍ୟାରିସ୍ରେ ଏକ ଲୋକପ୍ରିୟ ଫ୍ୟାଶନ୍ ଶୋ’ରେ ସେ ଭାଗ ନେଇଥାନ୍ତେ । ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି ଶେଷ କରିଥିଲେ । କିନ୍ତୁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଓ ସୁରକ୍ଷା କାରଣରୁ ଅନେକ ବିମାନ ପ୍ରଭାବିତ ହୋଇଛି । ଏଥିପାଇଁ ଦୀପିକାଙ୍କ ପ୍ୟାରିସ୍ ଗସ୍ତ ସମ୍ଭବ ହୋଇପାରି ନାହିଁ ।

ରିପୋର୍ଟ ଅନୁସାରେ, ଦୀପିକାଙ୍କୁ ଗତ ୯ ତାରିଖରେ ପ୍ୟାରିସ୍ ଯିବାର ଥିଲା । କିନ୍ତୁ ହଠାତ୍ ଅନ୍ତର୍ଜାତୀୟ ଉଡ଼ାଣ ରଦ୍ଦ ହେବା ଯୋଗୁ ଏବଂ ଉଡ଼ାଣରେ ଅନିଶ୍ଚିତତା ଯୋଗୁ ତାଙ୍କ ଟିମ୍ ଶେଷ ମୁହୂର୍ତ୍ତରେ ସମାରୋହରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଲା । ଦୀପିକା ଫ୍ୟାଶନ୍ ଶୋ’ ପାଇଁ ପୋଷାକ ଓ ଷ୍ଟାଇଲିଂ ଆଦିର ପ୍ରସ୍ତୁତି ଶେଷ କରିଥିଲେ । ସେ ଏକ ବୈଶ୍ୱିକ ଲକ୍ଜରି ବ୍ରାଣ୍ଡର ଆମ୍ବାସଡର ଭାବେ ଶୋ’ରେ ଯୋଗ ଦେଇଥାନ୍ତେ ।

କିନ୍ତୁ ଶେଷ ମୁହୂର୍ତ୍ତରେ ଶୋ’ରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେବା ଫ୍ୟାଶନ୍ ଓ ମନୋରଞ୍ଜନ ଜଗତରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଦୀପିକାଙ୍କ ତରଫରୁ ଏ ମାମଲାରେ କୌଣସି ଔପଚାରିକ ବୟାନ ସାମ୍ନାକୁ ଆସିନାହିଁ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧର ପ୍ରଭାବ କେବଳ ରାଜନୈତିକ କିମ୍ବା ଅର୍ଥବ୍ୟବସ୍ଥା ମଧ୍ୟରେ ସୀମିତ ହୋଇନାହିଁ । ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓ ମନୋରଞ୍ଜନ ଜଗତ ଉପରେ ମଧ୍ୟ ଏହାର ପ୍ରଭାବ ସ୍ପଷ୍ଟ ଦିଶୁଛି ।

ଅଧିକ ପଢନ୍ତୁ-Actor Death: ନିରବୀ ଗଲେ ଉଜ୍ଜ୍ବଳ ତାରକା, ୨୭ ବର୍ଷୀୟ ଅଭିନେତାଙ୍କ ମୃତ୍ୟୁକୁ ନେଇ ହଇଚଇ