LIVE TV

ଚାଷୀ ଆନ୍ଦୋଳନ ବ୍ୟଙ୍ଗ ଟ୍ୱିଟ୍ ଏବେ ମହଙ୍ଗା ପଡୁଛି ବିଜେପିକୁ , ଟ୍ରୋଲ କରୁଛନ୍ତି ଲୋକେ

NEWS7

ଲକ୍ଷ୍ନୌ ୨୯।୭:  ଗତବର୍ଷ ସଂସଦର ମୌସୁମୀ ଅଧିବେଶନରେ ସରକାର ଗୃହୀତ କରାଇଥିବା ୩ କୃଷି ଆଇନକୁ ନେଇ ଚାଷୀଙ୍କ  ଆନ୍ଦୋଳନ ୮ ମାସରୁ ବି ଅଧିକ କାଳ ହେଲା ଜାରି ରହିଛି। ଏଥିରେ ଭାରତୀୟ କିଷାନ ୟୁନିୟନ( ବିକେୟୁ) ନେତା ରାକେଶ ଟିକାୟତ ଦିଲ୍ଲୀ ଭଳି ଲକ୍ଷ୍ନୌକୁ କୃଷକ ଆନ୍ଦୋଳନର କେନ୍ଦ୍ର ସ୍ଥଳ କରିବାକୁ ଘୋଷଣାରେ ଉତ୍ତର ପ୍ରଦେଶ ବିଜେପି ନିଜର ବ୍ୟଙ୍ଗ ପ୍ରତିକ୍ରିୟା ରଖିଛି। ଯାହାକୁ ଲୋକେ ଏବେ ବେଶ୍ ଟ୍ରୋଲ କରୁଛନ୍ତି।

wp:embed {"url":"https://twitter.com/BJP4UP/status/1420593464857694214","type":"rich","providerNameSlug":"twitter","responsive":true,"className":""}
https://twitter.com/BJP4UP/status/1420593464857694214
/wp:embed

ୟୁପି ବିଜେପିର ‘ଓ ଭାଇ ଜରା ସମ୍ଭଲକର ଜଇଓ ଲକ୍ଷ୍ନୌ ମେଁ..’ ଟ୍ୱିଟ୍‌ କୁ ନେଇ ରାଜ୍ୟ ରାଜନୀତି ପୁରା ଗରମ।  ଅଜ୍ଞାତ କଳାକାର ବ୍ୟଙ୍ଗ ଚିତ୍ରରେ ରାକେଶ ଟିକୈତଙ୍କ ଭଳି ଦେଖା ଯାଉଥିବା ଜନୈକ ବ୍ୟକ୍ତି ଯାହାଙ୍କ କାନ୍ଧରେ କୃଷକ ଆନ୍ଦୋଳନର ଭାର ଥିବା ଦେଖା ଯାଉଛି। ୟୁପି ଆଡକୁ ମୁହାଁଉଥିବା ବେଳେ ରାସ୍ତାରେ ତାଙ୍କୁ  ବଙ୍କା ନଳି ବନ୍ଧକୁ କାନ୍ଧରେ ପକାଇଥିବା ଜନୈକ ବାହୁବଳି ଅଟକାଇ କୁଆଡେ ଲକ୍ଷ୍ନୌ ଯାଉଛ କି ବୋଲି ପଚାରୁଛନ୍ତି  ଓ ନଯିବାକୁ ପରାମର୍ଶ ଦେଉଛନ୍ତି। କହୁଛନ୍ତି ସେଠି ଯୋଗୀ ବସିଛି ଦେହରୁ ଛାଲ କାଢି କାନ୍ଥରେ ପୋଷ୍ଟର କରିଦେବ।

ଟିକୈତଙ୍କ ଲକ୍ଷ୍ନୌ ଘୋଷଣାରେ ୟୁପି ବିଜେପି ଏହି କାର୍ଟୁନ ସେୟାର କରିଛି। ଯାହାକୁ ନେଇ ଏବେ ପ୍ରଦେଶରେ ବିବାଦ ଆରମ୍ଭ ହୋଇଯାଇଛି। ନେଟିଜେନ୍‌ମାନେ ବ୍ୟଙ୍ଗ ଚିତ୍ରକୁ ନେଇ ବିଜେପିକୁ ବ୍ୟଙ୍ଗ କରିବାରେ ଲାଗିଥିବା ବେଳେ କିଏ ଏହାକୁ ଚାଷୀଙ୍କ ଲାଗି ବିଜେପିର ଅସଲ ମାନସିକତା ବୋଲି ଉଲ୍ଲେଖ କରୁଛି ତ ଆଉ କିଏ ଲୋକଙ୍କ ପ୍ରତିବାଦର ଅଧିକାର ଦମନ ଲାଗି ବିଜେପିର ଏହା ଧମକ୍ ବୋଲି ଉଲ୍ଲେଖ କରୁଛି।

{"id":487679,"width":838,"height":1092,"sizeSlug":"large","linkDestination":"none"}

ଏଥିରେ ସମର୍ଥକମାନେ ମଧ୍ୟ ଟ୍ୱିଟ୍‌ ସପକ୍ଷରେ ନିଜର ମତାମତ ରଖିବାକୁ ଭୁଲୁ ନାହାନ୍ତି। କିଏ ଯୋଗୀଙ୍କ ସଶସ୍ତ୍ର ଚିତ୍ର ରଖି ଆନ୍ଦୋଳନକାରୀଙ୍କୁ  ଭୟଭୀତ କରିବା ଲାଗି ଆସିବେତ ! ନଡରିଲେ ହେଲା ବୋଲି ଉଲ୍ଲେଖ କରିଥିବା ବେଳେ ଆଉ କିଏ ଲଙ୍ଗୁର ପଲଙ୍କ ଫଟ ପକେଇ ପରବର୍ତ୍ତି ଅବସ୍ଥାର ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଦିଲ୍ଲୀ ସୀମାରେ ଜାରି ଏବେ କୃଷକ ଆନ୍ଦୋଳନର ଶ୍ରେୟ ଯୋଗୀଙ୍କୁ ହିଁ ଯାଇପାରେ। ତାଙ୍କର ବିଫଳ ରାଜନୀତି ସରି ଆସୁଥିବା ଆନ୍ଦୋଳନର ଦୀପରେ ଘିଆ ଢାଳିବା ଭଳି କାମ କରିଥିଲା। ପରିସ୍ଥିତି ଏପରି ହୋଇଛି ଯେ ପ୍ରସଙ୍ଗରେ କେନ୍ଦ୍ର ସରକାର ମୁହଁ ବି ଖୋଲିପାରୁ ନାହାନ୍ତି। ଚାଷୀ ଦିଲ୍ଲୀ ସୀମାରୁ ଯାଇ ଏବେ ସଂସଦ ଆଗରେ ଧାରଣା ଦେଇ ବସିଛନ୍ତି। ଏଥିରେ ବିଜେପିର ବ୍ୟଙ୍ଗ ରାଜ୍ୟରେ ଦଳ ଲାଗି ବୁମେରାଂ ପାଲଟିଛି।

{"id":487682,"width":840,"height":895,"sizeSlug":"large","linkDestination":"none"}
{"id":487683,"width":835,"height":955,"sizeSlug":"large","linkDestination":"none"}