Live Live
LIVE

Rajyasabha cross voting: ବଡ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ, ୩ ବିଧାୟକ ସସ୍‌ପେଣ୍ଡ

NEWS7
bjp-bjd-fight-over-unemployment-issue

ଭୁବନେଶ୍ୱର ୧୭/୦୩: ମହଙ୍ଗା ପଡିଲା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ । ନିଲମ୍ବିତ ହେଲେ କଂଗ୍ରେସର ୩ ବିଧାୟକ । ସୋଫିଆ ଫିର୍ଦ୍ଦୋସ, ରମେଶ ଜେନା ଓ ଦାଶରଥି ଗମାଙ୍ଗଙ୍କୁ ସସ୍ପେଣ୍ଡ କଲା କଂଗ୍ରେସ । ସେହିଭଳି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ବହିଷ୍କାର କଲା କଂଗ୍ରେସ । ରମେଶ, ସୋଫିଆ ଓ ଦାଶରଥିଙ୍କୁ ବହିଷ୍କାର କରିବା ଲାଗି AICC ର ଅନୁମତି ଲୋଡ଼ାଯାଇଛି ବୋଲି କହିଛନ୍ତି ଅରବିନ୍ଦ ଦାସ ।

​​​​​​​

ସେହିଭଳି କଟକ ନଗର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ବହିଷ୍କାର କଲା କଂଗ୍ରେସ । ଗିରିବାଳାଙ୍କୁ ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କାର କଲା କଂଗ୍ରେସ। ସେ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ କି ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିଥିଲେ । ଗିରିବାଳାଙ୍କୁ ଗତ ପୌର ନିର୍ବାଚନର ମେୟର ପ୍ରାର୍ଥୀ କରିଥିଲା କଂଗ୍ରେସ । 

ସୂଚନା ଥାଉକି, ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଏହି ତିନିଜଣ ବିଧାୟକ କ୍ରସ ଭୋଟିଂ କରିଥିଲେ । ଯାହା ଦଳର ନୀତି ଏବଂ ନିର୍ଦ୍ଦେଶର ବିରୁଦ୍ଧରେ ଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ପ୍ରଦେଶ କଂଗ୍ରେସ କମିଟି ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଦଳର ଅନୁଶାସନ ଏବଂ ନୀତିକୁ କେହି ଭଙ୍ଗ କଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା କଂଗ୍ରେସ ଦଳରେ ଅନୁଶାସନ ଏବଂ ଏକତା ବଜାୟ ରଖିବାକୁ ଚାହୁଁଛି।